ମରୁଡି ପରିସ୍ଥିତିକୁ ସରକାର ଏ ପର୍ଯ୍ୟନ୍ତ ଗମ୍ଭୀରତାର ସହ ନେଉନାହାନ୍ତି : ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ

Published By : Prameya-News7 Bureau | September 07, 2021 IST

ଭୁବନେଶ୍ବର ୭।୯: ରାଜ୍ୟରେ ମରୁଡି ସ୍ଥିତିକୁ ନେଇ ବିଜେପିର ସାମ୍ବାଦିକ ସମ୍ମିଳନୀ । ପୂର୍ବତନ ରାଜସ୍ବ ମନ୍ତ୍ରୀ ମନମୋହନ ସାମଲ କହିଛନ୍ତି, ବିଜେପିର ୪ ଟିମ୍ ରାଜ୍ୟର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ପରଖିଥିଲେ । ମନମୋହନ ସାମଲ, ବସନ୍ତ ପଣ୍ଡା, ପ୍ରଦୀପ ପୁରୋହିତ ଓ ମୋହନ ମାଝୀଙ୍କ ନେତୃତ୍ବରେ ଯାଇଥିଲା ୪ଟି ଟିମ୍ । ମରୁଡି ପରିସ୍ଥିତିକୁ ସରକାର ଏ ପର୍ଯ୍ୟନ୍ତ ଗମ୍ଭୀରତାର ସହ ନେଉନାହାନ୍ତି । ରାଜସ୍ବ ମନ୍ତ୍ରୀଙ୍କ ବକ୍ତବ୍ୟରୁ ଏହା ସ୍ପଷ୍ଟ । ମୁଖ୍ୟମନ୍ତ୍ରୀ ଗୋଟିଏ ପଦ କହୁନାହାନ୍ତି ।

ଚାଷୀ ଆତ୍ମହତ୍ୟା ଆରମ୍ଭ ହୋଇଗଲାଣି । କୌଣସି ଗୋଟିଏ ଜାଗାରେ ତଳ ସ୍ତରର ଅଧିକାରୀ ମଧ୍ୟ ପହଞ୍ଚିନାହାନ୍ତି । ୭୫ ଦିନ ଧରି ବର୍ଷା ହୋଇନି । ଧାନ ଗଛ ସମ୍ପୂର୍ଣ୍ଣ ପୋଡିଯାଇଛି । ଧର୍ମକୁ ଆଖିଠାର ପରି ସୋମବାର ବିଧାନସଭାରେ ମୋସନ ଆଣିଲେ । ଗୋଟିଏ ମରୁଡି, ୨୦ବର୍ଷର ବନ୍ୟାଠାରୁ ଭୟାନକ ସ୍ଥିତି ସୃଷ୍ଟି କରେ ।

ମରୁଡି ଘୋଷଣା କରି ପ୍ରତିକାର ବ୍ୟବସ୍ଥା ସରକାର ଅବିଳମ୍ବେ କରିବା କଥା । ୨୭ ଜିଲ୍ଲାରେ ଭୟାବହ ମରୁଡି ପରିସ୍ଥିତି । ଉଠା ଜଳସେଚନ ପଏଣ୍ଟ କାମ କରିବା କଥା, ତୁରନ୍ତ ଆର୍ଥିକ ପ୍ରୋତ୍ସାହନ ସହ ଋଣ ଛାଡ ଘୋଷଣା କରିବା କଥା । ଯାହା ଫଳରେ ଚାଷୀ ଆତ୍ମହତ୍ୟା କରିବନାହିଁ । ଜଳସେଚନ ପାଇଁ ଆସୁଥିବା କେନ୍ଦ୍ର ଅନୁଦାନ ଫେରିଯାଉଛି ବୋଲି ମନମୋହନ ସାମଲ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.