ଚଳଚ୍ଚିତ୍ର ନିର୍ଦେଶକ ମନମୋହନ ମହାପାତ୍ରଙ୍କର ନିଧନ

Published By : Prameya-News7 Bureau | January 13, 2020 IST

ଭୁବନେଶ୍ୱର ୧୩।୦୧ - ବିଶିଷ୍ଟ ଓଡିଆ ନିର୍ଦେଶକ ମନମୋହନ ମହାପାତ୍ରଙ୍କର ୬୯ ବର୍ଷ ବୟସରେ ନିଧନ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।କିଛି ଦିନ ତଳେ ସେ 'ଭିଜା ମାଟିର ସ୍ୱର୍ଗ' ପାଇଁ ଶ୍ରେଷ୍ଠ ନିର୍ଦେଶକ ପୁରସ୍କାର ପାଇଥିଲେ ।


ତାଙ୍କ ଦ୍ୱାରା ନିର୍ଦେଶିତ 'ନୀରବ ଝଡ' ଜାତୀୟ ପୁରସ୍କାର ପାଇଥିଲା । ୧୯୭୬ ମସିହାରେ ସେ ପ୍ରଥମ ସିନେମା କରିଥିଲେ । ଶୀତ ରାତି' ଥିଲା ତାଙ୍କର ପ୍ରଥମ ସିନେମା । ପ୍ରଥମ ଓଡିଆ ସିନେମା ଭାବେ ଏହା ଅନ୍ତର୍ଜାତୀୟ ସିନେମା ଫେଷ୍ଟିଭାଲ୍‌ ରେ ପ୍ରଦର୍ଶୀତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.