Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଔଷଧ କମ୍ପାନୀର ବଡ ଘୋଷଣା: ମୃତ କୋଭିଡ୍ ଯୋଦ୍ଧାଙ୍କ ପରିବାରକୁ ୧୦୦ କୋଟି ଟଙ୍କା ସହାୟତା ଦେବ ମେନକାଇଣ୍ଡ ଫାର୍ମା

26/04/2021 at 7:15 PM

ନୂଆଦିଲ୍ଲୀ ୨୬।୦୪: କରୋନାର ଦ୍ଵିତୀୟ ଲହରରେ ଦେଶରେ ସ୍ଥିତି ସଙ୍ଗୀନ । ଏମିତି ପରିସ୍ଥିତି ମୁକାବିଲା ପାଇଁ ଅନେକ ବ୍ୟକ୍ତି ବିଶେଷ ସହିତ ସଂସ୍ଥା ମଧ୍ୟ ଆଗେଇ ଆସୁଛନ୍ତି। ଏହା ମଧ୍ୟରେ ଔଷଧ କମ୍ପାନୀ ମେନକାଇଣ୍ଡ ଫାର୍ମା କରୋନାରେ ପ୍ରାଣ ହରାଇଥିବା ଆଗ ଧାଡିର କୋଭିପ୍ ଯୋଦ୍ଧାଙ୍କ ପରିବାରକୁ ୧୦୦ କୋଟି ଟଙ୍କାର ସହାୟତା ଦେବାକୁ ଘୋଷଣା କରିଛି। କମ୍ପାନୀ କହିଛି ଯେ, କରୋନା ଲଢେଇରେ ମୃତ୍ୟୁ ଘଟିଥିବା ଡାକ୍ତର, ପୋଲିସ ଅଧିକାରୀ, ଫାର୍ମାସିଷ୍ଟ ଏବଂ ଅନ୍ୟ ସ୍ଵାସ୍ଥ୍ୟକର୍ମୀଙ୍କ ପରିବାରଙ୍କୁ ଏହି ୧୦୦ କୋଟି ଟଙ୍କା ସହାୟତା ଦିଆଯିବ।

କମ୍ପାନୀ ତତ୍କାଳ ପ୍ରଭାବରୁ ମୃତକ କୋଭିଡ୍ ଯୋଦ୍ଧାଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଦେବା ଆରମ୍ଭ କରି ଦେଇଛି। ଆଗାମୀ ତିନି ମାସରେ ଏହି ଅଭିଯାନ ସମାପ୍ତ କରିବାକୁ ଆଶା ରଖିଥିବା ନିଜର ପ୍ରେସ ବିଜ୍ଞପ୍ତିରେ କହିଛି କମ୍ପାନୀ।

କମ୍ପାନୀ କହିଛି ଯେ, କରୋନାର ଦ୍ଵିତୀୟ ଲହରରେ ଦେଶରେ ଉଦବେଗଜନକ ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହାର ମୁକାବିଲା ପାଇଁ ସ୍ଵାସ୍ଥ୍ୟକର୍ମୀ ଏବଂ ଆଗଧାଡିର ଯୋଦ୍ଧା ଅହୋରାତ୍ର ଲାଗି ପଡିଛନ୍ତି। ଏହି ସମୟରେ ଅନେକ ସମର୍ପିତ ଯୋଦ୍ଧା ନିଜର ପ୍ରାଣ ହରାଇଛନ୍ତି। ଏକ ଦାୟିତ୍ଵସଂପନ୍ନ ସଂସ୍ଥା ଭାବେ ମେନକାଇଣ୍ଡ ସେହି ମୃତକ ଯୋଦ୍ଧାଙ୍କ ପରିଜନ ସହ ଛିଡା ହୋଇଛି। ସେମାନଙ୍କୁ ୧୦୦ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ ବୋଲି କମ୍ପାନୀ କହିଛି।

ମେନକାଇଣ୍ଡ ଫାର୍ମାର ପରିଚାଳକ ନିର୍ଦ୍ଦେଶକ ତଥା ଉପାଧ୍ୟକ୍ଷ ରାଜୀବ ଜୁନେଜା କହିଛନ୍ତି ଯେ, କରୋନା ମୁକାବିଲାରେ ଆଗ ଧାଡିରେ ରହୁଥିବା ଯୋଦ୍ଧାମାନଙ୍କ ଜୀବନ ପ୍ରତି ଅଧିକ ବିପଦ ରହିଛି। ମହାମାରୀର ମୁକାବିଲା ଏବଂ ନିୟନ୍ତ୍ରଣ ସମୟରେ ଅନେକ ଯୋଦ୍ଧା ନିଜର ପ୍ରାଣ ହରାଇଛନ୍ତି। ତେଣୁ ଏମିତି ସ୍ଥିତିରେ ଆମେ ସେମାନଙ୍କ ପରିଜନଙ୍କୁ ୧୦୦ କୋଟିର ସହାୟତା ଦେଇ ନିଜ କର୍ତ୍ତବ୍ୟ ପାଳନ କରିବୁ ବୋଲି ଏମଡି କହିଛନ୍ତି।

   Related Posts