ହୃଦୟ ଛୁଇଁଲା ଭଳି ଦୃଶ୍ୟ : କରୋନା ୱାର୍ଡରେ ଭର୍ତ୍ତି ଭାଇ ପାଇଁ ରାକ୍ଷୀ ପଠାଇଛି ଭଉଣୀ, ନର୍ସ ହାତରେ ରାକ୍ଷୀ ବାନ୍ଧିଦେଲେ ଭାଇ...

Published By : Prameya-News7 Bureau | July 30, 2020 IST

ନୂଆଦିଲ୍ଲୀ ୩୦/୦୭ : କରୋନା ଭାଇରସର ପ୍ରକୋପକୁ ସମସ୍ତେ ଭୟ କରୁଛନ୍ତି | କେତେବେଳେ କେଉଁ ମୁହୂର୍ତ୍ତରେ କିଭଳି କିଏ ସଂକ୍ରମଣର ଶିକାର ହେଉଛି ଜଣାପଡ଼ୁନି | କରୋନା ଭୟରେ ଚଳିତ ବର୍ଷ କୌଣସି ପର୍ବପର୍ବାଣି ପାଳନ କରାଯାଉନାହିଁ | ଆଉ ମାତ୍ର କିଛି ଦିନ ପରେ ରାକ୍ଷୀ ପୂର୍ଣ୍ଣମୀ | ରାକ୍ଷୀ ପୂର୍ଣ୍ଣମୀରେ ମଧ୍ୟ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବନାହିଁ | ଯେଉଁ ଭଉଣୀମାନେ ଲକଡାଉନ ଯୋଗୁଁ ନିଜ ଭାଇକୁ ରାକ୍ଷୀ ବାନ୍ଧିବାକୁ ଯାଇପାରୁନାହାନ୍ତି ସେମାନେ କୁରିଅରରେ ନିଜ ଭାଇମାନଙ୍କ ପାଖକୁ ରାକ୍ଷୀ ପଠେଇ ଦେଉଛନ୍ତି | କରୋନା କାଳରେ ହୃଦୟ ଛୁଇଁଲା ଭଳି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | ଭିଡିଓରେ ଜଣେ ଭଉଣୀ ନିଜ ଭାଇକୁ ରାକ୍ଷୀ ପଠାଇଥିବା ରାକ୍ଷୀ ନର୍ସଙ୍କୁ ବାନ୍ଧୁଥିବା ଦେଖିବାକୁ ମିଳିଛି |

wp:core-embed/twitter {"url":"https://twitter.com/Pharma_Mankind/status/1286544098011185152","type":"rich","providerNameSlug":"twitter","className":""}
https://twitter.com/Pharma_Mankind/status/1286544098011185152
/wp:core-embed/twitter

ଭିଡିଓରେ ଜଣେ ଭଉଣୀ ହସ୍ପିଟାଲ ସିକ୍ୟୁରିଟି ଗାର୍ଡଙ୍କୁ କହୁଛନ୍ତି ଯେ ସେ ନିଜ ଭାଇକୁ ରାକ୍ଷୀ ବାନ୍ଧିବାକୁ ଆସିଛନ୍ତି | କିନ୍ତୁ ଗାର୍ଡ ତାଙ୍କୁ ମନା କରିଦେଇଛି | ଏହାପରେ ଭଉଣୀ ସିକ୍ୟୁରିଟି ଗାର୍ଡକୁ କହିଛନ୍ତି, ଭାଇ ଯଦି ମତେ ଭିତରକୁ ଯିବାକୁ ଦେବେନାହିଁ ତାହେଲେ ରାକ୍ଷୀ mo ଭାଇକୁ ଦେଇଦେବେ | ଏଥିରେ ଗାର୍ଡ ରାଜି ହୋଇଯାଆନ୍ତି | ଗାର୍ଡ ଯାଇ ମହିଳାଙ୍କ ଭାଇକୁ ରାକ୍ଷୀ ଦେଇ ଦିଅନ୍ତୁ | ରାକ୍ଷୀ ପାଇ ହସ୍ପିଟାଲ କୋଭିଡ ୱାର୍ଡରେ ଭର୍ତ୍ତି ହୋଇଥିବା ଭାଇ ବହୁତ ଖୁସି ହୋଇଥାଏ | ସେ ସେଠାରେ ଥିବା ଜଣେ ନର୍ସଙ୍କୁ ପାଖକୁ ଡାକେ | ନର୍ସ ତାଙ୍କ ପାଖକୁ ଆସିବା ପରେ ଭାଇ ନର୍ସ ହାତରେ ରାକ୍ଷୀ ବାନ୍ଧି ଦେଇଛନ୍ତି |

ଭଉଣୀ ହାତରେ ରାକ୍ଷୀ ? ସେ ପୁଣି ଭାଇ ବାନ୍ଧିଛି ! ଏହା ଦେଖି ନର୍ସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି | ଭାଇ କହିଛି କରୋନା ଭଳି ମହାମାରୀରୁ ଆପଣମାନେ ନିଜ ଜୀବନ ସହ ଲଢ଼ି ଆମ ଜୀବନ ରକ୍ଷା କରୁଛନ୍ତି | ସେଥିପାଇଁ ରାକ୍ଷୀ ଭଉଣୀ ହାତରେ ବାନ୍ଧିବା ଦରକାର |

କରୋନା ମହାମାରୀ କାଳରେ କରୋନା ଯୋଦ୍ଧା ଯେଉଁଭଳି ଭାବେ ଲୋକଙ୍କ ସେବା କରୁଛନ୍ତି, ନିଜ ଜୀବନ ସହ ସଂଗ୍ରାମ କରି ଲୋକଙ୍କ ଜୀବନ ରକ୍ଷା କରୁଛନ୍ତି, ଏହି ଭିଡିଓ ସେମାନଙ୍କ ପ୍ରୟାସ ପ୍ରତି ସମ୍ମାନ ପ୍ରଦର୍ଶନ କରୁଛି | ଭିଡିଓକୁ ମ୍ୟାନକାଇଣ୍ଡ ଫାର୍ମା ତିଆରି କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.