Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ବୈଜୟନ୍ତ-ମଞ୍ଜୁଳା-ନିତ୍ୟାନନ୍ଦ ଟ୍ରାଏଙ୍ଗୁଲାର ଲିଙ୍କକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା: ବାହାମାସ୍ ଭୁତ କମ୍ପାନୀ ସହ ସମ୍ପର୍କର ଖିଅ

27/10/2020 at 2:53 PM

ଭୁବନେଶ୍ୱର ୨୭/୧୦ : ଯେତେ ଖୋଳିଲେ ସେତେ ବାହାରୁଛି। ବାହାରୁଛି ଆଉ ନୂଆ ନୂଆ ଲିଙ୍କ ନୂଆ କାରନାମା। ବୈଜୟନ୍ତଙ୍କ ଆଉ ଏକ ଗୁମର ଉପରୁ ଉଠିଲା ପରଦା।  ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରକୁ ନେଇ ଚର୍ଚ୍ଚା। ଏହି ଚର୍ଚ୍ଚା ଲମ୍ବିଛି ଜାତୀୟ ସ୍ତରରେ ବିବାଦୀୟ ମହିଳା ମଞ୍ଜୁଳା ଶ୍ରଫଙ୍କ ସହ ବୈଜୟନ୍ତଙ୍କ ଲିଙ୍କକୁ ନେଇ।  ଏହି ବିବାଦୀୟ ମହିଳା  ମଞ୍ଜୁଳାଙ୍କ ସହ ଗଡମ୍ୟାନ ବାବା ନିତ୍ୟାନନ୍ଦଙ୍କ ସହ ସମ୍ପର୍କ ରହିଥିବା ବେଳେ ସେଥିରେ ବୈଜୟନ୍ତଙ୍କ ନାଁ ଯୋଡ଼ି ହେବା ପୂରା ନେଟୱର୍କକୁ ଅଧିକ ଜଟିଳ କରିଛି।  ଗୁଜରାଟରେ ମଞ୍ଜୁଳାଙ୍କ ନାଁରେ ରହିଛି ଏକାଧିକ ମାମଲା। ଯାହା ଜଣାଯାଇଛି ଏହି ବିବାଦୀୟ ମହିଳା ମଞ୍ଜୁଳା ଏକଦା ଇମ୍ଫାରେ ଚାକିରୀ କରୁଥିଲେ। ସେତେବେଳେ ସେ ବୈଜୟନ୍ତଙ୍କ ଆସିଷ୍ଟାଣ୍ଡ ଭାବେ କାମ କରୁଥିଲେ।  ପରେ ଅରଟେଲ ଓ ଓଟିଭିରେ ମଧ୍ୟ ଅନ୍ୟତମ ନିର୍ଦ୍ଦେଶିକା ଭାବେ କାର୍ଯ୍ୟ କରୁଥିଲେ। । ଏବେ ବି ଓରଟେଲ ଏବଂ ଓଟିଭିରେ ମଞ୍ଜୁଳା କାର୍ଯ୍ୟରତ ରହିଥିବା ଜଣାପଡୁଛି।  ଏବେ ବାବା ନିତ୍ୟାନନ୍ଦ ଏବଂ ଗୁଜରାଟର ସ୍କୁଲ ବିବାଦକୁ ନେଇ ଜାତୀୟ ଗଣ ମାଧ୍ୟମରେ ମଞ୍ଜୁଳାଙ୍କ ବାବଦରେ  ଜୋରଦାର ଚର୍ଚ୍ଚା ଲାଗି ରହିଛି।  ଏତିକିବେଳେ ମଞ୍ଜୁଳାଙ୍କ  ସହ ବୈଜୟନ୍ତଙ୍କ  ଲିଙ୍କ  ମଧ୍ୟ ଚର୍ଚ୍ଚାର ପରିସରରେ ରହିଛି

ଆସନ୍ତୁ ଜାଣିବା କିଏ ଏହି ମଞ୍ଜୁଳା ଏବଂ ତାଙ୍କ ନାଁ କି କି  ବିବାଦ ଗୁନ୍ଥି ହୋଇ ରହିଛି।  ଏବେ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥିବା  ମଞ୍ଜୁଳା ପୂଜା ଶ୍ରଫ ହେଉଛନ୍ତି  କଳାହାଣ୍ଡିର ଝିଅ।  ହେଲେ ତାଙ୍କ ନାଁରେ ଯୋଡ଼ି ହୋଇଛି ଏକାଧିକ ମାମଲା।   କେସ ନମ୍ବର ୧ ହେଉଛି- ମଞ୍ଜୁଳାଙ୍କର ଗୁଜରାଟରେ ଥିବା  ଏକ ସ୍କୁଲକୁ ନେଇ ଉପୁଜିଥିବା ବିବାଦ।  ଓରଟେଲ ଓ ଓଟିଭିରେ କାର୍ଯ୍ୟରତ ଥିବା ସହିତ ଗୁଜରାଟର ଅହମ୍ମଦାବାଦରେ ମଞ୍ଜୁଳା ଏକ ସ୍କୁଲ  ଚଲାଉଛନ୍ତି। ଅହମ୍ମଦାବାଦରେ ଡିପିଏସ ଇଷ୍ଟ ନାଁରେ ଏହି ସ୍କୁଲ ଯେଉଁ ଟ୍ରଷ୍ଟ ଦ୍ବାରା ପରିଚାଳିତ ହେଉଛି ସେଥିରେ ମଞ୍ଜୁଳା ହେଉଛନ୍ତି ଅନ୍ୟତମ ଟ୍ରଷ୍ଟି।  ତେବେ ସେହି ସ୍କୁଲ ଜାଲ୍  ଡକୁମେଣ୍ଟ ଦେଇ ସିବିଏସସି ମାନ୍ୟତା ପାଇଥିବା ଜଣା ପଡ଼ିବା ପରେ ଗୁଜରାଟ ସରକାର ମଞ୍ଜୁଳାଙ୍କ ନାଁରେ କେସ୍  କରିଛନ୍ତି। ଏଥିସହିତ  ସ୍କୁଲର ସିବିଏସଇ ମାନ୍ୟତା ରଦ୍ଦ ପାଇଁ ବୋର୍ଡକୁ ମଧ୍ୟ ଲେଖିଛନ୍ତି ଗୁଜରାଟ ସରକାର।  

ଯେଉଁ ଜମି ଦେଖାଇ ମଞ୍ଜୁଳା ସିଏସଇଠାରୁ ସ୍କୁଲ ପାଇଁ ଅନୁମତି ଆଣିଥିଲେ ସେହି ଜମିକୁ ନିତ୍ୟାନନ୍ଦଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି। ଯେଉଁଠି ନିତ୍ୟାନନ୍ଦ ଆଶ୍ରମ କରି ବିବାଦ ଭିତରକୁ ଆସିଛନ୍ତି।  କେସ ନମ୍ବର ୨- ହେଉଛି  ବିବାଦୀୟ ଜମିରେ ନିତ୍ୟାନନ୍ଦଙ୍କ ଆଶ୍ରମ ଏବଂ  ଡିପିଏସ ସ୍କୁଲ ଉଭୟ ଚାଲିଥିବା ବେଳେ ସ୍କୁଲର ୨ ଜଣ ଛାତ୍ରୀ ରହସ୍ୟଜନକ ଭାବେ ଆଶ୍ରମରୁ ନିଖୋଜ ହୋଇଯାଇଥିଲେ।  ସେହି ମାମଲାରେ ନିତ୍ୟାନନ୍ଦଙ୍କ ନାରେ ଅପହରଣ ଓ ଦୁଷ୍କର୍ମ ମାମଲା ରହିଛି।  ଯେଉଁମାମଲାରୁ ଖସି ନିତ୍ୟାନନ୍ଦ ଦେଶ ଛାଡ଼ି ଚାଲିଯାଇଛନ୍ତି। 

କେସ ନମ୍ବର ୩ ହେଉଛି ନିତ୍ୟାନନ୍ଦ ଦେଶ ଛାଡ଼ି କୈଳାସ ଦେଶ ଗଠନ କରିଥିବା ବେଳେ ମଞ୍ଜୁଳା ଏଥିପାଇଁ ୫ରୁ୬ କୋଟି ଟଙ୍କା  ଦାନ କରିଛନ୍ତି।  କେସ୍  ନମ୍ବର ୪ ମଞ୍ଜୁଳାଙ୍କର ଆୟର ଉତ୍ସ କାହାକୁ ଜଣାନାହିଁ କିନ୍ତୁ ସେ  ୨୪ଟି କମ୍ପାନିର ନିର୍ଦ୍ଦେଶକ ଅଛନ୍ତି। ଏହି ୨୪ଟି କମ୍ପାନି  ମଧ୍ୟରୁ ଓରଟେଲ ଏବଂ ଓଟିଭି ଦୁଇଟି।  ଏବେ ମଞ୍ଜୁଳାଙ୍କ ନାଁରେ ଆସିଥିବା ବିବାଦ ପଣ୍ଡା ଫ୍ୟାମିଲିର ବାହାମାସ ଭୂତ କମ୍ପାନି ସହିତ ମଧ୍ୟ ଯୋଡ଼ି ହୋଇଛି।  ବାହାମାସରେ କାର୍ଯ୍ୟକରୁଥିବା  ତିନିଟି ଭୂତ କମ୍ପାନିର ବାର୍ଷିକ ଆୟ ମାତ୍ର  ୬ ଲକ୍ଷ ଥିବା ବେଳେ  ଏସବୁ କମ୍ପାନି  ପଣ୍ଡା ଫ୍ୟାମିଲି ଅଧୀନରେ ଥିବା କମ୍ପାନି ଗୁଡ଼ିକରେ ୧୮ କୋଟି ଟଙ୍କା ବିନିଯୋଗ କରିଛି।

   Related Posts