Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

‘ଜାଡେଜାଙ୍କୁ ଦଳରେ ସାମିଲ କରିବା ଭାରତ ପାଇଁ ବୁମେରାଂ ସାବ୍ୟସ୍ତ ହେଲା ! ବ୍ୟାଟ୍ସମ୍ୟାନ୍ ଭାବେ ଚୟନ କରିବା ପଡିଲା ଭାରି’: ସଞ୍ଜୟ ମଞ୍ଜରେକର

25/06/2021 at 3:11 PM

ନୂଆଦିଲ୍ଲୀ ୨୫/ ୦୬ : ଟେଷ୍ଟ ଚାମ୍ପିୟନସିପ ପରାଜୟ ପରେ ଟିମ ଇଣ୍ଡିଆକୁ ଏବେ ସବୁଆଡୁ ସମାଲୋଚନାର ଶିକାର ହେବାକୁ ପଡୁଛି । ଭୁଲ ଟିମ ଚୟନକୁ ନେଇ ଅନେକ ଖେଳାଳି ଦଳର ଚୟନକର୍ତ୍ତା, ମୁଖ୍ୟ କୋଚ ଏବଂ ଅଧିନାୟକ ବିରାଟ କୋହଲିଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି । ଏହାରି ମଧ୍ୟରେ ଟିକ ଇଣ୍ଡିଆର ପୂର୍ବତନ ଖେଳାଳି ତଥା ଭାଷ୍ୟକାର ସଞ୍ଜୟ ମଞ୍ଜରେକର କହିଛନ୍ତି, ନ୍ୟୁଜିଲାଣ୍ଡ ବିପକ୍ଷ ଆଇସିସି ବିଶ୍ବକପ ଟେଷ୍ଟ ଚାମ୍ପିୟନସିପ ଫାଇନାଲରେ ଭାରତ ୨ ଜଣ ସ୍ପିନରଙ୍କୁ ଖେଳାଇ ଭୁଲ କରିଛି । ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ବିନଙ୍କୁ ନେଇ ପଡିଆକୁ ଓଲ୍ଲାଇଥିଲା ଟିମ ଇଣ୍ଡିଆ । କିନ୍ତୁ ସେପଟେ ନ୍ୟୁଜିଲାଣ୍ଡ କେବଳ ପେସ୍ ବୋଲରଙ୍କୁ ନେଇ ମୁକାବିଲା କରିଥିଲା ।  

ଖରାପ ପାଗ କାରଣରୁ ଫାଇନାଲ ମ୍ୟାଚର ଅଧିକାଂଶ ସେସନ୍ ପ୍ରଭାବିତ ହୋଇଥିଲା । ରିଜର୍ଭ ଡେ’ ରେ ମ୍ୟାଚର ଫଳାଫଳ ଆସିଥିଲା । ଭାରତକୁ ୮ ଓ୍ବିକେଟରେ ପରାସ୍ତ କରିଥିବା କେନ୍ ଓ୍ବିଲିୟମସନଙ୍କ ନ୍ୟୁଜିଲାଣ୍ଡ ଦଳ । ମଞ୍ଜରେକର କହିଛନ୍ତି, ‘ପେସ ଅନୂକୁଳ ପିଚରେ ୨ ଜଣ ସ୍ପିନରଙ୍କୁ ଖେଳାଇବା ବିବାଦୀୟ ହୋଇଥାଏ । ଖରାପ ପାଗ କାରଣରୁ ଟସ ପାଇଁ ଗୋଟିଏ ଦିନ ବିଳମ୍ବ ହୋଇଥିଲା । ତାଙ୍କୁ ସ୍ପିନ ବୋଲି ପାଇଁ ନୁହେଁ ବରଂ ବ୍ୟାଟିଂ ପାଇଁ ଦଳରେ ସାମିଲ କରାଯାଇଥିଲା । ଯାହାକି ଏକ ଭୁଲ ନିଷ୍ପତ୍ତି ଥିଲା ।’

ସେ ଆହୁରି ମଧ୍ୟ କହିଛନ୍ତି, ‘ ଜାଡେଜାଙ୍କୁ ବ୍ୟାଟିଂ ପାଇଁ ଖେଳାଇବା ଭାରତ ପାଇଁ ବୁମେରାଂ ସାବ୍ୟସ୍ତ ହୋଇଥିଲା । କାରଣ ତାଙ୍କ ସ୍ଥାନରେ ଜଣେ ଅଭିଜ୍ଞ ବ୍ୟାଟ୍ସମ୍ୟାନଙ୍କୁ ଦଳରେ ସାମିଲ କରାଯାଇପାରିଥାନ୍ତା । ଦଳରେ ଅଭିଜ୍ଞ ହନୁମା ବିହାରୀ ଅଛନ୍ତି, ତାଙ୍କୁ ମଧ୍ୟ ବ୍ୟାଟିଂ ପାଇଁ ଖେଳାଯାଇପାରିଥାନ୍ତା । ଯଦି ଟର୍ଣ୍ଣିଂ ପିଚ ହୋଇଥାନ୍ତା ତେବେ ଉଭୟଙ୍କୁ ଖେଳାଇଥିଲେ ଏହା ପ୍ରଭାବି ସାବ୍ୟସ୍ତ ହୋଇଥାନ୍ତା । କିନ୍ତୁ ଜାଡେଜାଙ୍କୁ ବ୍ୟାଟିଂ ପାଇଁ ଖେଳାଇବା ଦଳ ପାଇଁ ଭୁଲ ସାବ୍ୟସ୍ତ ହୋଇଛି ।’

   Related Posts