ରାଜ୍ୟ ନିର୍ବାଚନ କମିଶନରଙ୍କ ଦ୍ୱାରସ୍ତ ହେଲେ ମାନଝରୀ ଗ୍ରାମପଞ୍ଚାୟତ ବାସୀ, ସଂରକ୍ଷଣ ନୀତି ଲାଗୁ କରିବାକୁ ଦେଲେ ଦାବି ପତ୍ର

Published By : Prameya-News7 Bureau | August 02, 2021 IST

ଗୋଳାମୁଣ୍ଡା ୦୨।୦୮: କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅନ୍ତର୍ଗତ ମାନଝରୀ ଗ୍ରାମ ପଞ୍ଚାୟତ ୧୯୬୭ ମସିହାରେରେ ଗଠନ ହୋଇଥିଲା । ସୂଚନାମତେ ଦୀର୍ଘ ଦିନ ବିତିଯାଇଛି ହେଲେ ଏପର୍ଯ୍ୟନ୍ତ  ଗ୍ରାମ ପଞ୍ଚାୟତର ସରପଞ୍ଚ କିମ୍ବା ସମିତି ସଭ୍ୟ କେବେ ହେଲେ ଅନୂସୁଚିତ ଜାତରି ହୋଇନାହାନ୍ତି । ତୁମୁରା, ମାନଝରୀ, ଗ୍ରୀଣ୍ଡୋଳ ଓ ଡୁଡୁକେଲ ଗାଁକୁ ନେଇ ମାନଝରୀ ଗ୍ରାମ ପଞ୍ଚାୟତ ଗଠିତ ।

ଏହି ପଞ୍ଚାୟତ ଅଧିନରେ ଅନୂସୁଚିତ ଜାତିର ଜନସଂଖ୍ୟା ବେଶ୍ ଅଧିକ ରହିଥିବା ବେଳେ ନିଜର ସାମ୍ବିଧାନିକ ଅଧିକାର ପାଇଁ ଗ୍ରାମ ପଞ୍ଚାୟତ ନିର୍ବାଚନ ଲଢିବାରୁ ବଞ୍ଚିତ ହୋଇ ଆସୁଛୁ ବୋଲି ଅଭିଯୋଗ କରିଛନ୍ତି । ଆଗାମୀ ଦିନରେ ନିର୍ବାଚନର ସଂରକ୍ଷଣ ନୀତି ନିୟମ ଅନୁସାରେ ଅନୂସୁଚିତ ଜାତରି ସରପଞ୍ଚ କିମ୍ବା ସମିତି ସଭ୍ୟ ପଦବୀ ପାଇଁ  ସରକାର ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ଦାବି କରିଛନ୍ତି । ଏନେଇ ଗ୍ରାମପଞ୍ଚାୟତର ଲୋକେ ଏକ ନିଷ୍ପତି କରି ସମାଜସେବୀ ବିନ୍ଦୁ ମହାନନ୍ଦଙ୍କ ନେତୃତ୍ୱରେ ଭୁବନେଶ୍ୱର ଯାଇ ରାଜ୍ୟ ନିର୍ବାଚନ ଆୟୋଗରର ଡେପୁଟି ସଚିବଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.