ଅନୁଭବ-ମନଜିତ୍ ବିବାଦ ପ୍ରସଙ୍ଗ : ମନଜିତ୍ ଦାସ କହିଲେ ଯେଉଁ ଘରେ ରହୁଛନ୍ତି ସେ ଘର ଭାଙ୍ଗୁଛନ୍ତି ଅନୁଭବ

Published By : Prameya-News7 Bureau | October 01, 2019 IST

କଟକ ୧।୧୦: ସାଂସଦ ଅନୁଭବ ମହାନ୍ତିଙ୍କୁ ଦୁର୍ବ୍ୟବହାର ନେଇ କଟକ ପୁରୀଘାଟ ଥାନାରେ ମାମଲା ରୁଜୁ ହେବା ପରେ ତେଜିଛି ରାଜନୀତି । ଯୁବ ବିଜେଡି ରାଜ୍ୟ ଉପସଭାପତି ମନଜିତ ଦାସଙ୍କ ନାଁରେ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ଅନୁଭବଙ୍କୁ ମଞ୍ଜିତ ଧମକଚମକ ଦେଇଥିବା ସେ ନିଜ ଅଭିଯୋଗରେ ଦର୍ଶାଇଥିଲେ । ଅନ୍ୟପଟେ ମନଜିତ ଦାସ ଅନୁଭବଙ୍କ ନାଁରେ ପାଲଟା ଅଭିଯୋଗ କରିଛନ୍ତି ।

ପ୍ରତିକ୍ରିୟା ରଖି ଯୁବ ବିଜେଡି ରାଜ୍ୟ ଉପସଭାପତି ମଞ୍ଜିତ ଦାସ କହିଛନ୍ତି ଯେ, ପୂର୍ବରୁ ଅନୁଭବଙ୍କ ସହ ଆମର ଛୋଟମୋଟ ବିବାଦ ଥିଲା । ସେଦିନ ଅନୁଭବ ହିଁ ମୋତେ ପ୍ରଥମେ ଗାଳି କରିଥିଲେ । ଅଭିନେତାରୁ ରାଜନେତା ହୋଇଥିବାରୁ ତାଙ୍କର ଅହଙ୍କାର ବଢିଛି । ନିଜ ଘରେ ରହି ନିଜ ଘର ଭାଙ୍ଗୁଛନ୍ତି ଅନୁଭବ । ଯଦି ଭିଡିଓ ପୋଷ୍ଟ କଲେ, ତାହେଲେ ଡିଲିଟ୍‌ କଲେ କାହିଁକି ବୋଲି ମନଜିତ୍ ପ୍ରଶ୍ନ କରିଛନ୍ତି । ତାଙ୍କର ଅନୁଭବଙ୍କ ବାବଦରେ କୌଣସି ଲିଖିତ ଅଭିଯୋଗ କରିବାର ନାହିଁ ବୋଲି ସେ କହିଛନ୍ତି । ସେ ଦଳକୁ ଭଲପାଆନ୍ତି ଏବଂ ପାର୍ଟି ଫୋରମ୍‌ରେ କଥା ଉଠାଇବେ ବୋଲି କହିଛନ୍ତି । ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ଜଣାଇ ତଦନ୍ତ ଦାବି କରିବି ବୋଲି ମଧ୍ୟ ମନଜିତ୍ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.