ଗୁଡିର ମାଞ୍ଜା ସୁତା ବେକରେ ଲାଗି ୪ ବର୍ଷର ନାବାଳିକା ମୃତ

Published By : Prameya-News7 Bureau | August 25, 2019 IST

ନୂଆଦିଲ୍ଲୀ - ନୂଆଦିଲ୍ଲୀରେ ଗତ ସାତ ଦିନ ମଧ୍ୟରେ ଗୁଡିର ମାଞ୍ଜା ସୁତା ଲାଗି ଦୁଇଜଣଙ୍କର ମୃତ୍ୟୁ ହୋଇଛି । ରକ୍ଷା ବନ୍ଧନ ଦିନ ଜଣେ ଯୁବକଙ୍କର ମାଞ୍ଜା ସୁତା ଲାଗି ମୃତ୍ୟୁ ହୋଇଥିବା ବେଳେ ରବିବାରରେ ଗୋଟିଏ ନାବାଳିକାର ମୃ୍ତ୍ୟୁ ହୋଇଛି ।


୪ ବର୍ଷର ନାବାଳିକା ଇଶିକା ନିଜ ବାପାଙ୍କ ଗାଡିର ଆଗରେ ବସି ଥିବା ବେଳେ ଏକ ଗୁଡିର ମାଞ୍ଜା ସୁତାରେ ବେକ କଟିଯାଇଥିଲା । ଗୁରୁତର ଅବସ୍ଥାରେ ତାକୁ ଜଗ ପ୍ରବେଶ ଚନ୍ଦ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରତାକୁ ମୃତ ଘୋଷଣା କରିଛନ୍ତି ।


ପୁଲିସ ଏହି ଘଟଣାରେ ଏକ ମାମଲା ରୁଜି କରି ଘଟଣାର ତଦନ୍ତ କରୁଛି । ରକ୍ଷା ବନ୍ଧନ ଦିନ ଜଣେ ଯୁବକ ନିଜ ଭଉଣୀ ଘରକୁ ରାକ୍ଷୀ ବାନ୍ଧିବା ପାଇଁ ଯାଉଥିବା ବେଳେ ବେକରେ ମାଞ୍ଜା ସୁତା ଲାଗିବାରୁ ଗୁରୁତର ହୋଇଥିଲା । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଚାଇନିଜ୍‌ ମାଞ୍ଜା ଯୋଗୁଁ ଅଧିକାଂଶ ଲୋକ ଆହତ ହେଉଥିବା ବେଳେ ଅନେକ ଲୋକଙ୍କର ମୃତ୍ୟୁ ହେଉଛି । ଏ ହାକୁ ନିଷେଧ କରାଯାଇଥିଲେ ମଧ୍ୟ ଚୋରାରେ ଏହାର ବିକ୍ରି ହେଉଛି । ପୁଲିସର ନିଷ୍କ୍ରିୟତା ଯୋଗୁଁ ଏପରି ହେଉଥିବା ଅଭିଯୋଗ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.