Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

କଳାପାଣି ଓ ଲିପୁଲେଖକୁ ନେପାଳ ନକ୍ସାରେ ଦର୍ଶାଇବାକୁ ନେଇ ସମର୍ଥନ କଲେ ମନୀଷା କୋଏରାଲା, କହିଲେ…

20/05/2020 at 10:52 AM

ମୁମ୍ବାଇ ୨୦/୦୫ : ଭାରତ ଓ ନେପାଳ ମଧ୍ୟରେ ଲିପୁଲେଖ ଓ କଳାପାଣିକୁ ନେଇ ବିବାଦ ବଢ଼ିବାରେ ଲାଗିଛି | ନେପାଳ ଏକ ନୂଆ ମ୍ୟାପ ତିଆରି କରିଛି ଯେଉଁଥିରେ କଳାପାଣି ଓ ଲିପୁଲେଖକୁ ନିଜ ସୀମା ଅନ୍ତର୍ଗତ କରିଛି | ଏହି ବିବାଦ ୨୦୧୯ ନଭେମ୍ବର ମାସରୁ ଚାଲିଛି | ଭାରତର ଗୃହ ମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ଏକ ନକ୍ସାରେ କଳାପାଣି ଅଞ୍ଚଳକୁ ଭାରତ ସୀମାରେ ସାମିଲ କରିବା ପରେ ଏହି ବିବାଦ ମୁଣ୍ଡ ଟେକିଥିଲା | କାରଣ କଳାପାଣି ଅଞ୍ଚଳକୁ ନେପାଳ ନିଜର ବୋଲି ଦାବି କରିଆସୁଥିଲା | ନେପାଳ ବାସିନ୍ଦା ବଲିଉଡ ଅଭିନେତ୍ରୀ ମନୀଷା କୋଏରାଲା ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି | 

ମନୀଷା ନେପାଳ ସରକାରଙ୍କ ଏହି ପଦକ୍ଷେପକୁ ସମର୍ଥନ କରି ଟ୍ୱିଟ କରିଛନ୍ତି | ମନୀଷା ନେପାଳର ବୈଦେଶିକ ମନ୍ତ୍ରୀଙ୍କ ଟ୍ୱିଟରେ ଜବାବରେ କହିଛନ୍ତି ଯେ, ନେପାଳର ଅଫିସିଆଲ ନକ୍ସାରେ କଳାପାଣି ଏବଂ ଲିପୁଲେଖ ଭଳି ଦୁଇଟି ବିବାଦୀୟ ଅଞ୍ଚଳକୁ ସାମିଲ କରିଥିବା ସୂଚନା ଦେଇଥିଲେ | ସେ ଟ୍ୱିଟ କରି କହିଥିଲେ ଯେ, ‘ଆମର ଛୋଟ ଦେଶର ଗୌରବ ରକ୍ଷା କରିଥିବା ଯୋଗୁଁ ଧନ୍ୟବାଦ | ମୁଁ ସମସ୍ତ ୩ଟି ଦେଶ ମଧ୍ୟରେ ଶାନ୍ତିପୂର୍ଣ ଓ ସମ୍ମାନଜନକ ଆଲୋଚନା ଆଶା କରୁଛି |’

ଏହା ପୂର୍ବରୁ ନେପାଳର ବୈଦେଶିକ ମନ୍ତ୍ରୀ ପ୍ରଦୀପ ଗ୍ୟାବଲି ଟ୍ୱିଟ କରି କହିଥିଲେ ଯେ, ମନ୍ତ୍ରୀ ପରିଷଦ ନିଜର ୭ ଟି ଅଞ୍ଚଳ, ୭୭ ଜିଲ୍ଲା ଏବଂ ୭୫୩ ସ୍ଥାନୀୟ ପ୍ରଶାସନିକ ଅଞ୍ଚଳକୁ ଦର୍ଶାଇ ଦେଶର ଏକ ନୂଆ ନକ୍ସା ପ୍ରକାଶିତ କରିବାକୁ ନିଷ୍ପତ୍ତି ନେଇଥିଲେ | ଏଥିରେ ଲିପୁଲେଖ, କଳାପାଣି ଓ ଲିମ୍ପିୟାଧୁରା ସାମିଲ ରହିଛି | ପ୍ରଦୀପ କହିଥିଲେ ଯେ, ଅଫିସିଆଲ ନକ୍ସା ବହୁତ ଶୀଘ୍ର ଦେଶର ଭୂମି ପ୍ରବନ୍ଧନ ମନ୍ତ୍ରାଳୟ ପ୍ରକାଶିତ କରିବ |

   Related Posts