Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ପ୍ରସ୍ଥାନମ୍‌ ସେଟ୍‌ରେ ଚାହତ ଖନ୍ନାଙ୍କୁ ୫ ଥର ଚାପୁଡା ମାରିଲେ ମନୀଷା କୋଇରାଲା, ଜାଣନ୍ତୁ କାରଣ

3/09/2019 at 5:34 PM

ମୁମ୍ବାଇ୩|୯: ଫିଲ୍ମ ସେଟଚ୍‌ରେ ଶୁଟିଂ ସମୟରେ ଏମିତି ଅନେକ ଘଟଣା ଘଟିଥାଏ ଯାହା ଲୋକଙ୍କୁ ଜୀବନ ସାରା ମନେ ରହେ। ତେବେ ଏହି ଅନୁଭବ କିଛି ଷ୍ଟାରଙ୍କ ପାଇଁ ଭଲ ହୋଇଥାଏ ତ କିଛି ଜଣଙ୍କ ପାଇଁ ଖରାପ ହୋଇଥାଏ। ଏମିତି ଏକ ଘଟଣା ଏବେ କିଛି ଦିନ ପୂର୍ବରୁ ସଂଜୟ ଦତ୍ତଙ୍କ ଫିଲ୍ମ ପ୍ରସ୍ଥାନମ୍‌ର ଶୁଟିଂ ସମୟରେ ହୋଇଥିଲା। ଏହି ଘଟଣା ଅଭିନେତ୍ରୀ ମନୀଷା କୋଇରାଲା ଓ ଚାହତ ଖନ୍ନାଙ୍କ ମଧ୍ୟରେ ହୋଇଥିଲା।  

ସୂଚନାଯୋଗ୍ୟ ଯେ, ଫିଲ୍ମ ସେଟ୍‌ରେ ମନୀଷା ଚାହତଙ୍କୁ ୫ ଥର ଚାପୁଡା ମାରିଥିଲେ। ଫିଲ୍ମର ଗୋଟେ ସିନ୍‌ ପାଇଁ ଚାହତଙ୍କୁ ମନୀଷା ଚାପୁଡା ମାରିବାର ଥିଲା ହେଲେ ମନୀଷା ଠିକ୍‌ ସମୟରେ ମାରିପାରୁନଥିଲେ। ଚାହତଙ୍କୁ ଚାପୁଡା ମାରିବା ପାଇଁ ମନୀଷାଙ୍କୁ ପ୍ରକୃତରେ ଅସୁବିଧା ହେଉଥିଲେ।

ଶେଷରେ ଏହି ସିନ୍‌ ଶୁଟ୍‌ କରିବା ପାଇଁ ମନୀଷାଙ୍କୁ ନିଜକୁ ପ୍ରସ୍ତୁତ କରିବାକୁ ହୋଇଥିଲା। ଅନେକ ରିଟେକ୍‌ ଦେବା ପରେ ୫ଥର ପାଇଁ ମାରିଥିବା ଚାପୁଡା ନିର୍ଦ୍ଦେଶକଙ୍କୁ ପର୍ଫେକ୍ଟ ଲାଗିଲା। ବାରମ୍ବାର ରିଟେକ୍‌ କାରଣରୁ ୫ ଥର ଚାପୁଡା ଖାଇଥିଲେ ଚାହତ।  

ପ୍ରସ୍ଥାନମ୍‌ ଫିଲ୍ମର ପ୍ରଯୋଜକ ହେଉଛନ୍ତି ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ପତ୍ନୀ ମାନ୍ୟତା ଦତ୍ତ। ଏହା ଏକ ପଲିଟିକାଲ ଥ୍ରୀଲର ।

ଫିଲ୍ମରେ ସଂଜୟ ଦତ୍ତଙ୍କ ବ୍ୟତୀତ ମନୀଷା କୋଇରାଲା, ଜେକି ଶ୍ରଫ, ଅଲୀ ଫଜଲ, ଚାହତ ଖନ୍ନା ଓ ଚଙ୍କି ପାଣ୍ଡେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଚଳିତ ମାସ ୨୦ ତାରିଖରେ ଏହି ଫିଲ୍ମ ରିଲିଜ ହେବ। ୨୦୧୦ ମସିହାରେ ରିଲିଜ ହୋଇଥିବା ସାଉଥ ଫିଲ୍ମ ପ୍ରସ୍ଥାନମ୍‌ର ହିନ୍ଦି ରିମେକ ହେଉଛି ସଂଜୟ ଦତ୍ତଙ୍କ ଏହି ଫିଲ୍ମ।

 

   Related Posts