Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

କ୍ୟାନସରକୁ ନିଜ ପାଇଁ ଉପହାର ମାନନ୍ତି ମନୀଷା କୋଇରାଲା : କହିଲେ କିପରି ବଦଳିଲା ଜୀବନ

2/01/2019 at 10:40 AM

ନୂଆଦିଲ୍ଲୀ ୧/୧: ଜୀବନ ସହ ସଂଘର୍ଷ କରି କ୍ୟାନସରକୁ ମାତ୍ ଦେଇଥିବା ବଲିଉଡ ଅଭିନେତ୍ରୀ ମନୀଷା କୋଇରାଲାଙ୍କୁ ଲାଗେ ଏହି କ୍ୟାନସର ରୋଗ ତାଙ୍କ ଜୀବନରେ ଏକ ଉପହାର ଭଳି ଥିଲା। କ୍ୟାନସର ହେବା ଦ୍ବାରା ତାଙ୍କ ଆଖିର ଦୃଷ୍ଟିଶକ୍ତି ପ୍ରଖର ହୋଇଯାଇଛି। ମନ ସଫା ହୋଇଯାଇଛି। ଏବଂ ଫିଲ୍ମ କରିବାର ଜିଜ୍ଞାସା ବଢ଼ିଯାଇଛି। ସେ ତାଙ୍କ ପୁସ୍ତକ ‘healed : how gave me a new life’ ବିଷୟରେ କହିଥିଲେ। ସେ ତାଙ୍କ ଚିକିତ୍ସାକୁ ନେଇ ଦ୍ବିତୀୟ ଥର ଫେରିବେ ବୋଲି କହିଥିଲେ।

ମନୀଷାଙ୍କୁ କ୍ୟାନସର ହୋଇଛି ବୋଲି ୨୦୧୨ମସିହାରେ ସେ ଜାଣି ପାରିଥିଲେ। ଏହା ପରେ ୬ବର୍ଷ ଯାଏଁ ତାଙ୍କ ଚିକିତ୍ସା ଆମେରିକାରେ ଚାଲିଥିଲା। ତାଙ୍କୁ ଆଉ ଥରେ ବଞ୍ଚିବା ପାଇଁ ଆଶାର ଆଲୋକ ଦେଖାଯାଇଥିଲା। ସେ  କହିଥିଲେ ଯେ ତାଙ୍କ ଶରୀରର ଦୂରୁପଯୋଗ କରିଥିଲେ। ତାଙ୍କ ଖରାପ ଜୀବନଶୈଳୀ ଯୋଗୁଁ ତାଙ୍କ ଶରୀର ରୋଗର ଗନ୍ତାଘର ହୋଇଯାଇଥିଲା। ଯଦି କ୍ୟାନସର ହୋଇନଥାନ୍ତା ତେବେ ସେ ଆଉ ଏକ ମାରାତ୍ମକ ରୋଗର ବଶବର୍ତ୍ତୀ ହୋଇଥାନ୍ତେ। ସେ କହିଛନ୍ତି ଯେ କ୍ୟାନସର ଯୋଗୁଁ ତାଙ୍କୁ ଏକ ନୂଆ ଜୀବନ ମିଳିଛି।

ନେପାଳରେ ଜନ୍ମିତ ମନୀଷା କୋଇରାଲା ୧୯୯୧ ମସିହାରେ ‘ସୈାଦାଗର’ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଏହା ପରେ ସେ ‘୧୯୪୨ :ଏ ଲଭ ଷ୍ଟୋରୀ’,‘ଅକେଲେ ହମ ଅକେଲେ ତୁମ’,‘ବମ୍ବେ’,‘ଖାମୋଶୀ: ଦ ମ୍ୟୁଜିକାଲ’,‘ଦିଲ ସେ’,‘ମନ’,‘ଲଜ୍ଜା’ ଫିଲ୍ମରେ ଚମତ୍କାର ଅଭିନୟ କରିଥିଲେ।     

   Related Posts