Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

କରୋନା ଡରରେ ରାତି- ରାତି ଅନିଦ୍ରା ରହୁଛନ୍ତି ଅଭିନେତ୍ରୀ ମନୀଷା କୋଇରାଲା : ଟ୍ବିଟରରେ ନିଜ ଅନୁଭୂତି ଲେଖିବା ପରେ ୟୁଜର୍ସ ଦେଲେ ଶୋଇବା ପାଇଁ ଟିପ୍ସ୍

14/05/2020 at 1:40 PM

ମୁମ୍ବାଇ ୧୪/୫: ଅଭିନେତ୍ରୀ ମନିଷା କୋଇରାଲା ଟ୍ବିଟ୍ କରିଛନ୍ତି ଯେ କୋଭିଡ-୧୯ ମହାମାରୀ ତାଙ୍କ ନିଦର ପ୍ୟାଟର୍ଣ୍ଣ ବଦଳି ଦେଇଛି। ମହାମାରୀ ଯୋଗୁଁ ସେ ରାତି ଅଧରୁ ଉଠି ଯାଉଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି ଯେ ,‘ ଏହି ମହାମାରୀ ତାଙ୍କ ନିଦର ପ୍ୟାଟର୍ଣ୍ଣ ବଦଳି ଦେଇଛି। ଏବେ ରାତି ଅଧରେ ସେ ଉଠି ଯାଉଛନ୍ତି,ପୂରାପୂରି ଗୋଟିଏ ଛୋଟ ପିଲା ଭଳି,ଯିଏ ଶୋଇବା ପାଇଁ ପ୍ରସ୍ତୁତ ହୁଏ ନାହିଁ।’

ମନୀଷା କୋଇରାଲାଙ୍କ ପୋଷ୍ଟରେ ପ୍ରତିକ୍ରିୟା ଦେଇ କିଛି ବ୍ୟକ୍ତି ତାଙ୍କୁ ପରାମର୍ଶ ଦେଇଛନ୍ତି। ତାଙ୍କର ଏହି ପୋଷ୍ଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଜଣେ ୟୁଜର ତାଙ୍କୁ ତାଙ୍କ ମାଙ୍କୁ ଏହା ବୁଝାଇବାକୁ ଅନୁରୋଧ କରିଛନ୍ତି,କାରଣ ସେ ପ୍ରତି ଦିନ ତାଙ୍କୁ ବିଳମ୍ବରେ ଉଠିବା ପାଇଁ ଗାଳି ଦିଅନ୍ତି।

ଏଥିରେ ମନୀଷା ଉତ୍ତର ଦେଇଛନ୍ତି ଯେ ସେ ବି ବିଳମ୍ବରେ ଉଠିବା କାରଣରୁ ନିଜ ମାଙ୍କଠୁ ଗାଳି ଶୁଣନ୍ତି। ତାଙ୍କୁ ଜଣେ ୟୁଜର ପଚାରିଥିଲେ ଯେ ସେ କେଟୋ ଡାୟେଟରେ ନାହାନ୍ତି ତ,ବୋଧ ହୁଏ ଏଥିପାଇଁ ତାଙ୍କୁ ଅନିଦ୍ରାର ସମସ୍ୟା ହେଉଛି। ଏଥିରେ ମନୀଷା ଉତ୍ତର ଦେଇଥିଲେ ଯେ ‘ଜମା ନୁହେଁ’। ଅନେକ ୟୁଜର୍ସ ମନୀଷାଙ୍କ ସହ ସହମତି ବ୍ୟକ୍ତ କରିଥିଲେ ଯେ ତାଙ୍କ ନିଦ ମଧ୍ୟ ଲକଡାଉନ ଯୋଗୁଁ ଉଡ଼ି ଯାଇଛି।

   Related Posts