ପଞ୍ଜାବ: ନିଜ ପାର୍ଟି ଉପରେ ବର୍ଷିଲେ ମନିଷ ତିୱାରୀ, କହିଲେ ଏପରି ଅରାଜକତା କେଉଁଠି ଦେଖିନି

Published By : Prameya-News7 Bureau | October 24, 2021 IST

ନୂଆଦିଲ୍ଲୀ ୨୪।୧୦: ପଞ୍ଜାବ କଂଗ୍ରେସରେ ଉପୁଜିଥିବା ପରିସ୍ଥିତି ଏବେ ଦିଲ୍ଲୀକୁ ଦୋହଲାଇବାରେ ଲାଗିଲାଣି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ମନିଷ ତିୱାରୀ ପଞ୍ଜାବ କଂଗ୍ରେସରେ ଉପୁଜିଥିବା ପରିସ୍ଥିତିକୁ ଅରାଜକତା ବୋଲି କହିଛନ୍ତି। ଏପରି ପରିସ୍ଥିତି ଏପର୍ଯ୍ୟନ୍ତ କୌଣସି ଠାରେ ସେ ଦେଖିନଥିବା କହିଛନ୍ତି। ଏବେ ପାର୍ଟିରେ ନିତିଦିନ ଯେଉଁ ଘଟଣା ସବୁ ଘଟୁଛି ଏହା ଲୋକଙ୍କୁ ଭଲ ଲାଗୁଥିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ରାଜ୍ୟରେ ନେତାମାନେ ଯେପରି ଜଣେ ଜଣକ ବିରୋଧରେ ଅପ୍ରିୟ ବୟାନ ଦେଉଛନ୍ତି ଏହାକୁ ନେଇ ତିୱାରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

wp:embed {"url":"https://twitter.com/ManishTewari/status/1452117412426522626","type":"rich","providerNameSlug":"twitter","responsive":true}
https://twitter.com/ManishTewari/status/1452117412426522626
/wp:embed

ତିୱାରୀ ରବିବାର ଟ୍ୱିଟ୍‌ କରି ୨୦୧୫ ଅସମ୍ମାନ ଘଟଣା, ରାଜ୍ୟରେ ନିଶା ସାମଗ୍ରୀର ପ୍ରସାର ଓ ବିଦ୍ୟୁତ କ୍ରୟ ବୁଝାମଣା ପ୍ରସଙ୍ଗରେ ଯାଞ୍ଚର ପ୍ରଗତି ନେଇ ପ୍ରଶ୍ନ ଉଠାଇଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ କଂଗ୍ରେସରେ ମୋର ୪୦ ବର୍ଷ ବିତିଗଲାଣି। ହେଲେ କେବେବି  ପଞ୍ଜାବ ପରି ଅରାଜକତା କେଉଁଠାରେ ବି ଦେଖିନି। ସେ ଟ୍ୱିଟ୍‌ରେ ସିଦ୍ଧୁଙ୍କ ମଧ୍ୟ ଟାର୍ଗେଟ କରିଛନ୍ତି। ଜେଣେ ପ୍ରଦେଶ କଂଗ୍ରେସ ସଭାପତି ବାରମ୍ବାର ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ଙ୍କ ନିର୍ଦ୍ଦେଶକୁ ବେଖାତିର କରୁଛନ୍ତି।  ପିଲାଙ୍କ ଭଳି ସହକର୍ମୀ ପରସ୍ପର ସହ ଝଗଡା କରୁଛନ୍ତି। ଗତ ୫ ମାସ ହେଲା ପଞ୍ଜାବ କଂଗ୍ରେସ ବନାମ  ପଞ୍ଜାବ କଂଗ୍ରେସ ସମସ୍ତଙ୍କୁ ଚକିତ କରି ରଖିଛି ବୋଲି ତିୱାରୀ କହିଛନ୍ତି।

{"id":532604,"width":840,"height":517,"sizeSlug":"full","linkDestination":"none"}

ତେବେ ବିଡମ୍ବନାର କଥା ହେଉଛି ଯେଉଁମାନେ ଅନ୍ୟମାନଙ୍କ ବିରୋଧରେ ଉଲ୍ଲଂଘନର ଅଭିଯୋଗ ଆଣୁଛନ୍ତି ସେହିମାନେ ହି ଦଳୀୟ ନୀତି ଓ ପରମ୍ପରାର ଖୋଲା ଉଲ୍ଲଂଘନ କରୁଛନ୍ତି ବୋଲି ତିୱାରୀ ଉଲ୍ଲେଖ କରିଛନ୍ତି। ସେପଟେ ପାକିସ୍ତାନୀ ସାମ୍ବାଦିକଙ୍କ ପ୍ରକରଣ ମଧ୍ୟ ଏବେ ଉଠିଲାଣି। ପାକିସ୍ତାନୀ ସାମ୍ବାଦିକ ଅଋଷା ଆଲମ ଓ ପଞ୍ଜାବ ପ୍ରଶାସନ ନେଇ ନୂଆ ମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂହ ରନ୍ଧାୱା ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ସିଦ୍ଧୁଙ୍କ ପତ୍ନୀ ଅଭିଯୋଗ କରିଥିଲେ ଯେ ରାଜ୍ୟରେ ଅମରିନ୍ଦର ସିଂହ ସରକାରରେ ଏପରି କୌଣସି ଅଧିକାରୀଙ୍କ ଟ୍ରାନ୍ସଫର ଓ ପୋଷ୍ଟିଂ ହୋଇନି ଯାହା ଲାଗି ଅଋଷା ଆଲମ ଉପହାର ଓ ଟଙ୍କା ନ ଦେଇଛନ୍ତି। ଏଣୁ ଅଋଷା ଆଲମ ଓ ଆଇଏସଆଇ ଲିଙ୍କର ମଧ୍ୟ ଏବେ ତଦନ୍ତ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.