Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||
  • କମିଶନରେଟ ପୋଲିସ ପଞ୍ଝାରେ ୩ ଲୁଟେରା, ବାଇକ୍ ଓ ବନ୍ଧୁକ ଜବତ
  • ||
  • ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ
  • ||
  • ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା…
  • ||
  • ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
  • ||
  • ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ
  • ||
  • ଓଡିଶା ଉପରୁ ଟଳିଲା ବାତ୍ୟା ବିପଦ, ହୋଇନି ବେଶି କ୍ଷୟକ୍ଷତି
  • ||
  • ‘ଗୁଲାବ’ ପଛେ ପଛେ ଆଉ ଏକ ଲଘୁଚାପ, ସେପ୍ଟେମ୍ବର ଶେଷରେ ଭିଜିବ ଓଡିଶା
  • ||

ଜେଇଇ-ନିଟ୍ ପରୀକ୍ଷା ନେଇ ମନିଷ ସିସୋଦିଆଙ୍କ ନିଶଙ୍କଙ୍କୁ ଭାବୁକ ଚିଠି, କହିଲେ- ପ୍ରଶାସକ ନୁହେଁ ଜଣେ ବାପାଙ୍କ ପରି ଚିନ୍ତା କରନ୍ତୁ

26/08/2020 at 10:14 PM

ନୂଆଦିଲ୍ଲୀ ୨୬।୦୮: ଦିଲ୍ଲୀର ଶିକ୍ଷା ମନ୍ତ୍ରୀ ମନିଷ ସିସୋଦିଆ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ. ରମେଶ ପୋଖରିୟାଲ ନିଶଙ୍କଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ଯେ ନିଟ୍-ଜେଇଇ ପରୀକ୍ଷାକୁ ସ୍ଥଗିତ କରାଯାଉ। ପତ୍ରରେ ସିସୋଦିଆ କେନ୍ଦ୍ର ପରୀକ୍ଷା କରିବା ନିଷ୍ପତ୍ତିକୁ ନେଇ କହିଛନ୍ତି ଏହି ନିଷ୍ପତ୍ତି ନେବା ସମୟରେ ଦେଶର ବାସ୍ତବ ପରିସ୍ଥିତିକୁ ଅଣଦେଖା କରା ଯାଇଛି। ସେ କହିଛନ୍ତି ସରକାରଙ୍କୁ ଏହି ମାମଲାରେ ଏକ ପ୍ରଶାସକ ପରି ନୁହେଁ ବରଂ ଜଣେ ପିତା ପରି ଚିନ୍ତା କରିବା ଉଚିତ୍।

ସିସୋଦିଆ ଚିଠିରେ ଲେଖିଛନ୍ତି ଏହି ନିଷ୍ପତ୍ତି ବିଷୟରେ ଜାଣି ମୋତେ ଜଣେ ଶିକ୍ଷା ମନ୍ତ୍ରୀ ଏବଂ ଜଣେ ବାପା ଭାବେ ଝଟକା ଲାଗିଲା। ଆମକୁ ଏହା ସ୍ଵୀକାର କରିବାକୁ ପଡିବ ଯେ ଦେଶ ଏବେ ମଧ୍ୟ କରୋନା ସଙ୍କଟ ଦେଇ ଗତି କରୁଛି। ତେଣୁ ନିଟ୍ ଓ ଜେଇଇ ପରୀକ୍ଷା କରାଇବା ପାଇଁ ୨୮ ଲକ୍ଷ ପିଲାଙ୍କୁ କେନ୍ଦ୍ରରେ ବସାଇ ଜାଣି ଶୁଣି ସେମାନଙ୍କ ଜୀବନ ସହ ଖେଳିବା ଉଚିତ୍ ନୁହେଁ।

ସିସୋଦିଆ କହିଛନ୍ତି, ସରକାର ସ୍ଵାସ୍ଥ୍ୟ ସଂପର୍କିତ କଡା ନିୟମ କରିଛନ୍ତି ଏବଂ କହୁଛନ୍ତି ପରୀକ୍ଷା ସମୟରେ ଏହାର ପାଳନ ହେବ ଏବଂ ପରୀକ୍ଷାର୍ଥୀଙ୍କ ସ୍ଵାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯିବ। ଏହା ଶୁଣିବାକୁ ତ ଭଲ ଲାଗୁଛି ମାତ୍ର ସମସ୍ତ ବ୍ୟବସ୍ଥା ପରେ ବି କରୋନା ବଢି ଚାଲିଛି। ନିଜ ପତ୍ରରେ ସିସୋଦିଆ ଗୃହ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଉଲ୍ଲେଖ କରି ଲେଖିଛନ୍ତି ପ୍ରଟୋକଲ ଏବଂ ସମସ୍ତ ବ୍ୟବସ୍ଥା ପରେ ମଧ୍ୟ ତାଙ୍କୁ କରୋନା ହୋଇଥିଲା। ତେଣୁ ପ୍ରଟୋକଲ ଭରସାରେ ୨୮ ଲକ୍ଷ ପିାଲଙ୍କୁ ପରୀକ୍ଷା ପାଇଁ ଡକାଇବା ବିପଦକୁ ଆମନ୍ତ୍ରଣ କରିବା ସହିତ ସମାନ।

   Related Posts