UP ବିଧାନସଭା ନିର୍ବାଚନ: ଭୋଟରଙ୍କ ଲାଗି ଆସିଲା‘ଆପ’ର ଅଫର,ଜାଣନ୍ତୁ କ’ଣ କହିଛନ୍ତି ସିସୋଦିଆ ?

Published By : Prameya-News7 Bureau | September 16, 2021 IST

ନୂଆଦିଲ୍ଲୀ ୧୬।୯: ଦିଲ୍ଲୀରେ କ୍ଷମତାସୀନ ଆମ ଆଦମୀ ପାର୍ଟି (ଆପ) ଗୁରୁବାର ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଭୋଟରଙ୍କ ନିମନ୍ତେ ଅଫର ଘୋଷଣା କରିଛି। ଯଦି ରାଜ୍ୟରେ ଆପ ସରକାର ହୁଏ ପ୍ରତ୍ୟେକ ବିଦ୍ୟୁତ ଉପଭୋକ୍ତାକୁ ମାସିକ ୩୦୦ ୟୁନିଟ୍‌ ବିଦ୍ୟୁତ ନିଶୁଳ୍କ ପ୍ରଦାନ କରାଯିବ। ଏହା ଛଡା ଯେଉଁମାନଙ୍କର ବିଦ୍ୟୁତ ବିଲ ବକେୟା ଅଛି ସେମାନଙ୍କୁ ବାକି ଛାଡ କରିଦିଆଯିବ।

ରାଜ୍ୟରେ ୩୮ ଲକ୍ଷ ପରିବାରଙ୍କ ଉପରେ ବିଦ୍ୟୁତ ବିଲ ବକେୟା ଅଛି। ସେମାନେ ବେକାୟ ବିଲ ପୈଠ କରିପାରୁନଥିବା ବେଳେ ରାଜ୍ୟର ବିଜେପି ସରକାର ଏପରି ଲୋକଙ୍କୁ ଅପରାଧୀ ଘୋଷଣା କରୁଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଛନ୍ତି। ଏହା ଛଡା ରାଜ୍ୟରେ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣର ସିସୋଦିଆ ପ୍ରତିଶ୍ରୁତି ଦେଇଛନ୍ତି।  ଏଥିରେ ଚାଷୀଙ୍କ ନିମନ୍ତେ ମଧ୍ୟ ଲୋଭନୀୟ ଅଫର ଅଛି । ରାଜ୍ୟର ଯେତେ ଛୋଟ ଓ ବଡ ଚାଷୀ ଅଛନ୍ତି ସମସ୍ତଙ୍କୁ ମାଗଣାରେ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ସିସୋଦିଆ କହିଛନ୍ତି।

{"id":512582,"sizeSlug":"full","linkDestination":"none"}

ସିସୋଦିଆ କହିଛନ୍ତି ଯେ ୟୁପିରେ ଲୋକେ ବିଦ୍ୟୁତ ବିଲ ଦେଖି ଆତ୍ମହତ୍ୟା କରିବା ଘଟଣା କିଛି ନୂଆ କଥା ନୁହେଁ। ଅତ୍ୟାଧିକ ବିଦ୍ୟୁତ ଶୁଳ୍କ ଓ ସରକାରଙ୍କ ଚାପ ଲୋକଙ୍କୁ ଏଥିପାଇଁ ବାଧ୍ୟ କରୁଛି। ସରକାର କହୁଛନ୍ତି ଯେଉଁମାନେ ବିଦ୍ୟୁତ ବିଲ ପୈଠ ନ କରିବେ ସେମାନଙ୍କୁ ଅପରାଧୀ ମନେ କରାଯିବ। ଖାସ ଏଥିପାଇଁ ରାମଜୀ ଲାଲ ନାମକ ଜନୈକ ଚାଷୀ ଆତ୍ମହତ୍ୟା କରିଦେଇଥିବା ସିସୋଦିଆ କହିଛନ୍ତି। କେବଳ ଏତିକି ନୁହେଁ ଏହି ପରି ଶହଶହ ମାମଲା ଭରି ପଡିଛି। ରାଜ୍ୟରେ ବିଦ୍ୟୁତ ଶୁଳ୍କ ଏତେ ମହଙ୍ଗା ଯେ ବିଲ ପୈଠ କରିବା ଲୋକଙ୍କ କ୍ଷମତା ବାହାରେ। ସାରା ରାଜ୍ୟରେ ଏହିପରି ୩୮ ଲକ୍ଷ ପରିବାର ବିଦ୍ୟୁତ ବିଲ ବକେୟା ରଖିଥିବା ବେଳେ ସରକାର ସେମାନଙ୍କୁ ଅପରାଧୀ ମନେ କରୁଛନ୍ତି।

ଏଣୁ ସିସୋଦିଆ ଉତ୍ତରପ୍ରଦେଶର ବିଦ୍ୟୁତ ଗ୍ରାହକମାନଙ୍କୁ ପୁରା ମନରେ ଆମ ଆଦମୀ ପାର୍ଟି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ନିବେଦନ କରିଛନ୍ତି। ରାଜ୍ୟରେ ଆପ ସରକାର ଦାୟିତ୍ୱଗ୍ରହଣ କରିବାମାତ୍ରେ ଘରେ ଥିବା ବକେୟା ବିଦ୍ୟୁତ ବିଲ ନୋଟିସ୍‌କୁ ଚିରି ଫିଙ୍ଗିବେ ବୋଲି ସେ କହିଛନ୍ତି। ଏହି ଅବସରରେ ରାଜ୍ୟସଭା ସାଂସଦ ତଥା ଆପର ୟୁପି ପ୍ରଭାରୀ ସଞ୍ଜୟ ସିଂହ କହିଛନ୍ତି ଯେ କେଜରିୱାଲ ଯାହା କହନ୍ତି ତାହା କରନ୍ତି । ଏଣୁ ନିର୍ବାଚନରେ ଲୋକଙ୍କୁ ବିଜେପି ବିରୋଧରେ ମନ ଆଣ୍ଟ କରିବାକୁ ପରାମର୍ଶ ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.