Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଡାଇଭ୍ ମାରି ଅବିଶ୍ୱସନୀୟ କ୍ୟାଚ୍ ଧରିଲେ ମନୀଷ ପାଣ୍ଡେ, ଦେଖନ୍ତୁ ଭିଡିଓ

4/10/2020 at 6:34 PM

ଦୁବାଇ, ୦୪ ।୧୦:   ଆଇପିଏଲ-୨୦୨୦ରେ ପ୍ରତି ମ୍ୟାଚରେ ରନ୍‌ର ବର୍ଷା ହେଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଫିଲ୍ଡିଂ ମଧ୍ୟ ଜବରଦସ୍ତ ହେଉଛି । ଫିଲ୍ଡରମାନେ ଗୋଟିଏ ପରେ ଗୋଟିଏ ଆକର୍ଷଣୀୟ କ୍ୟାଚ୍ ଧରୁଛନ୍ତି । ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ମନୀଷ ପାଣ୍ଡେ ଏପରି ଏକ କ୍ୟାଚ୍ ନେଇ ଚର୍ଚ୍ଚାରେ ରହିଛନ୍ତି ।

ଏହି ମୁକାବିଲାରେ ହାଇଦ୍ରାବାଦ ବ୍ୟାଟସମ୍ୟାନ୍ ତଥା ବିଶ୍ୱର ଜଣେ ଭଲ ଫିଲ୍ଡର ମନୀଷ ପାଣ୍ଡେଙ୍କ କ୍ୟାଚ୍ ଧରିବା ଦେଖି କ୍ରିକେଟ ବିଶେଷଜ୍ଞମାନେ ତାଜୁବ ହୋଇଯାଇଛନ୍ତି । ସେ ୧୫ ତମ ଓଭରରେ ଏହି କ୍ୟାଚ୍ ନେଇଛନ୍ତି । ଏହି ଓଭର ବୋଲିଂ କରୁଥିଲେ ସନ୍ଦୀପ ଶର୍ମା । ଓଭରର ଶେଷ ବଲରେ ଇସାନ କିଷାନ ଲଗ୍ ଅନରେ ଛକା ମାରିବା ଉଦ୍ଦେଶ୍ୟରେ ଏକ ସଟ୍ ଖେଳିଥିଲେ । ତେବେ ଏହି ସଟକୁ ମନୀଷ ପାଣ୍ଡେ ଡାଇଭ୍ ମାରି ଧରି ନେଇଥିଲେ ।

ତେବେ ଏହା ପୂର୍ବରୁ ମନୀଷ କ୍ଲିଣ୍ଟନ୍ ଡି କକଙ୍କ କ୍ୟାଚ୍ ଛାଡିଥିଲେ । ଏହି କ୍ୟାଚ୍ ଛାଡିବା  ପରେ କ୍ଲିଣ୍ଟନ୍ ଅର୍ଦ୍ଧଶତକ ହାସଲ କରିଥିଲେ । ଅବ୍ଦୁଲ ସମଦଙ୍କ ବଲରେ ମନୀଷ ଏହି କ୍ୟାଚ୍ ଛାଡିଥିଲେ । ଏହାର ଫାଇଦା ଉଠାଇ କ୍ଲିଣ୍ଟନ ୩୯ ବଲରୁ ୬୭ ରନ୍ କରିଥିଲେ ।

   Related Posts