ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କ ବିବାହ ବନ୍ଧନରେ ଆବଦ୍ଧ ହେଲେ ଭାରତୀୟ କ୍ରିକେଟର ମନୀଷ ପାଣ୍ଡେ : ଫଟୋ ଭାଇରାଲ

ମୁମ୍ବାଇ ୨/୧୨: କ୍ରିକେଟର ମନିଷ ପାଣ୍ଡେ ଏବଂ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀ ଆଜି ସାତ ଜନ୍ମ ପାଇଁ ପରସ୍ପରର ହୋଇ ଯାଇଛନ୍ତି। ଉଭୟଙ୍କର ବିବାହ ଫଟୋ ଏବେ ସାମନାକୁ ଆସିଛି। ଉଭୟଙ୍କ ଫ୍ୟାନ୍ ତାଙ୍କ ବିବାହକୁ ଅପେକ୍ଷା କରିଥିଲେ।\

ଏହି ଖାସ୍ ଅବସରରେ ଆଶ୍ରିତା ଦକ୍ଷିଣ ଭାରତୀୟ ଅନ୍ଦାଜରେ ନଜର ଆସିଥିଲେ। ସେ ମେରୁନ୍ ଏବଂ ଗୋଲଡେନ୍ ରଙ୍ଗର ଶାଢ଼ୀ ପିନ୍ଧିଥିଲେ। ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ।

ମନୀଷ ପାଣ୍ଡେ କ୍ରିମ୍ କଲରର ଶେରଓ୍ବାନୀ ପିନ୍ଧିଥିଲେ। ଦୁହେଁ ପରସ୍ପର ସହ ଖୁବ୍ ସୁନ୍ଦର ଲାଗୁଥିଲେ।

ଏହି ଅବସରରେ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀ ‘ବଦ୍ରି କି ଦୁଲହନିଆ’ ଗୀତରେ ଡ୍ୟାନ୍ସ କରିବାର ଦେଖାଯାଇଥିଲା।

୨୬ବର୍ଷ ବୟସ୍କା ଆଶ୍ରିତା ଦକ୍ଷିଣ ଭାରତର ବଡ଼ ବଡ଼ ଫିଲ୍ମରେ କାମ କରି ସାରିଛନ୍ତି। ସେ ଇନ୍ଦ୍ରଜିତ,ଓରୁ କନ୍ନିୟୁମ୍,ଉଡ୍ଡୟମ୍,ଏନଏଚ୍ ୪ ଭଳି ଫିଲ୍ମରେ କାମ କରି ସାରିଛନ୍ତି।
649 Views