Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବିଗବସ ପାଇଁ ସୁନ୍ଦରୀ ସିୃଷ୍ଟି ରୋଡ୍‌ ଙ୍କ ଭାଙ୍ଗିଗଲା ବାହାଘର ! ଇନଷ୍ଟାଗ୍ରାମରେ ତାଙ୍କୁ ଅନଫଲୋ କଲେ ମଂଗେତର ମନୀଷ ନାଗଦେବ

7/01/2019 at 2:46 PM

ମୁମ୍ବାଇ ୬|୧: ବିଗ ବସ ସିଜନ-୧୨ରେ ସିୃଷ୍ଟି ରୋଡଙ୍କୁ ପ୍ରତିଯୋଗୀ ଭାବେ ଦେଖିବାକୁ ମିଳିଥିଲା। ଚୁଲବୁଲି ସିୃଷ୍ଟି ବିଗବସ ଘରେ ରୋହିତଙ୍କ ସହ ଅଧିକ ମିଳାମିଶା କରୁଥିଲେ। ବିଗବସ ସିଜନ-୧୨ରେ ରୋହିତଙ୍କର ୱାଇଲ୍ଡ କାର୍ଡ ଏଣ୍ଟ୍ରି ହୋଇଥିଲା। ଏହାପରେ ଦୁହିଁଙ୍କ ଘନିଷ୍ଠତା ବଢିଥିଲା । ଦୁଇ ଜଣଙ୍କ ଲିଙ୍କ ଅପ ଖବର ବାହାରେ ବେଶ ଚର୍ଚ୍ଚା ମଧ୍ୟ ହୋଇଥିଲା। ସେତେବେଳେ ଏହି ସବୁ ଚର୍ଚ୍ଚା ଓ ଗୁଜବର କିଛି ଅର୍ଥ ନାହିଁ ବୋଲି କହିଥିଲେ ସିୃଷ୍ଟିଙ୍କ ମଂଗେତର ମନୀଷ ନାଗଦେବ।  ମନୀଷ ନାଗଦେବ ଓ ସିୃଷ୍ଟି ରୋଡ ଦୀର୍ଘ ୪ ବର୍ଷ ଧରି ରିଲେସନରେ ରହିବାପରେ ବିବାହ ନିଷ୍ପତ୍ତି ନେଇଥିଲେ । କିନ୍ତୁ ସବୁ ଦର୍ଶକଙ୍କ ପାଇଁ ଦୁଃଖର ବିଷୟ ଏହା ଯେ ମନୀଷ ନିଜ ଇଂନଷ୍ଟାଗ୍ରାମରୁ ନିଜ ମଂଗେତର ସିୃଷ୍ଟିଙ୍କୁ ଅନଫଲୋ କରିଦେଇଛନ୍ତି। ବିଗ ବସରେ ମଧ୍ୟ ସିୃଷ୍ଟି କହୁଥିଲେ ଯେ, ସେ ମନୀଷଙ୍କୁ ବହୁତ ଭଲ ପାଆନ୍ତି ଏବଂ ଖୁବ ଶିଘ୍ର ବିବାହ କରିବେ ।

 ୨୦୧୭ ମସିହା ଫେବ୍ରୁଆରୀ ୧୫ ତାରିଖରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ବର୍ଷ ଶେଷରେ ହିଁ ଉଭୟଙ୍କ ବିବାହ ହୋଇଥାନ୍ତା। କିନ୍ତୁ ବିବାହ ୨୦୧୭ ରୁ ଲଗାତାର ଘୁଞ୍ଚିଚାଲିଛି। ତେବେ ସିୃଷ୍ଟି ବିଗ ବସରେ ପହଂଚିବାପରେ ସବୁ ଓଲଟ ପାଲଟ ହେବା ଆରମ୍ଭ କରିଥିଲା । ରୋହୀତଙ୍କ ସହ ସୃଷ୍ଟି ବେଶି ମିଳାମିଶା କରିବା ସହ ତାଙ୍କର ନିକଟତର ହେଉଥିବା ଦେଖିବାକୁ ମିଳିଥିଲା ।

ତେବେ ମନୀଷ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ “ତାଙ୍କର ଏହି ସବୁ କଥାରୁ କିଛି ଲେଣ ଦେଣ ନାହିଁ। ରୋହୀତ ଯେତେ ଚେଷ୍ଟା କରିଲେ ମଧ୍ୟ ସିୃଷ୍ଟି ମୋର ହିଁ ରହିବ। ସିୃଷ୍ଟି ବିଗ ବସରେ ତାଙ୍କ ଲକ୍ଷ୍ୟକୁ ନେଇ ସ୍ପଷ୍ଟ ଅଛନ୍ତି।” ସିୃଷ୍ଟି ବିଗବସର ଘରୁ ବାହାରିବା ପରେ କିନ୍ତୁ ଦୁହିଁଙ୍କ ମଧ୍ୟରେ ଫାଟ ସୃଷ୍ଟି ହେବା ଆରମ୍ଭ ହୋଇଥିଲା । ଏପରିକି ନୂଆବର୍ଷ ମଧ୍ୟ ଦୁହେଁ ଅଲଗା ଅଲଗା ପାଳନ କରୁଥିବା ଦେଖିବାକୁ ମିଳିଥିଲା ।

   Related Posts