ମନୀଷ ମୃତ୍ୟୁ ମାମଲାରେ ବାପା ତଥା ସାମ୍ବାଦିକ ନବୀନ ଦାସଙ୍କ ପ୍ରତିକ୍ରିୟା: କହିଲେ,‘ଭୋଜି କରିବାକୁ ଡାକିନେଇ ମୋ ପୁଅକୁ ହତ୍ୟା କରାଯାଇଛି’

Published By : Prameya-News7 Bureau | October 11, 2021 IST

ଭୁବନେଶ୍ବର ୧୧/୧୦ : ବହୁ ଚର୍ଚ୍ଚିତ ମନୀଷ ଅନୁରାଗ ମୃତ୍ୟୁ ମାମଲାରେ ମୁହଁ ଖୋଲିଛନ୍ତି ତାଙ୍କ ବାପା ତଥା ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ । ସେ କହିଛନ୍ତି, ‘ମୋ ପୁଅକୁ ହତ୍ୟା କରାଯାଇଛି । ଭୋଜି କରିବା ନାରେ ମନୀଷର ସାଙ୍ଗମାନେ ତାକୁ ଡାକିନେଇ ହତ୍ୟା କରିଛନ୍ତି । ଏ ବୟସରେ ପୁଅକୁ ହରାଇବାର କଷ୍ଟ ଖୁବ ବେଦନାଦାୟକ । ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଦୋଷୀଙ୍କୁ ଖୁବଶୀଘ୍ର ଧରିବା ନେଇ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି ।’

କୋହ ଭରା କଣ୍ଠରେ ନବୀନ ଦାସ କହିଛନ୍ତି, ‘ପୋଲିସ ଉପରେ ଯଥେଷ୍ଟ ଭରଷା ଅଛି, ଆଇନକୁ ମୁଁ ସମ୍ମାନ ଦିଏ । ଆଶା କରୁଛି ପୋଲିସ ଅପରାଧୀ ହତ୍ୟାକରୀମାନଙ୍କୁ ସାମ୍ନାକୁ ଆଣିବ । ଆଉ ମାତ୍ର ମାସେ ପରେ ତାର ବିବାହ ହୋଇଥାନ୍ତା । କିନ୍ତୁ ତାହା ଅଧୁରା ରହିଗଲା । ମନୀଷର ଶେଷ ଫୋନ ରବିବାର ଭୋର ୪.୧୧ରେ ଆସିଥିଲା । ସେ କହୁଥିଲା ମୋତେ ମାରଧର କରିଛନ୍ତି । ପୁଅର ବିୟୋଗରେ ଖୁବ ବେଦନା ଦେଇଛି । ଆପଣମାନଙ୍କ ଠାରୁ ଯେତିକି ସମବେଦନା ପାଇଛି ସେଥିପାଇଁ ସମସ୍ତଙ୍କୁ ଦୁଃଖ ବାଣ୍ଟୁଛି ।’  

wp:embed {"url":"https://youtu.be/SUWxeWjsprI","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/SUWxeWjsprI
Nirbhay
/wp:embed

ସୂଚନାଯୋଗ୍ୟ, ଗତ ଶନିବାର ରାତିରୁ ମନୀଷ କେଉଁଆଡ଼େ ନିଖୋଜ ଥିଲେ। ନିଖୋଜ ନେଇ ଇନଫୋସିଟି ଥାନାରେ ଅଭିଯୋଗ ହୋଇଥିଲା। ହେଲେ କୌଣସି ପତ୍ତା ମିଳିନଥିଲା । ଶେଷରେ ରାଜଧାନୀ ଉପକଣ୍ଠ ତମାଣ୍ଡୋ ଥାନା ଅଞ୍ଚଳର ଏକ ପୋଖରୀରରେ ନବୀନଙ୍କ ବଡ ପୁଅ ମନୀଷ ଅନୁରାଗଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା । ପାତ୍ରପଡ଼ା ମା ନମନକଣି ପୋଖରୀରୁ ସନ୍ଦେହଜନକ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।ମୃତଦେହ ଉଦ୍ଧାର କରି ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ତଦନ୍ତ ଆରମ୍ଭ କରିଛି । ମନୀଷ ଅନୁରାଗଙ୍କୁ କେହି ହତ୍ୟା କରି ପୋଖରୀରେ ପକାଇ ଦେଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.