Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ମନୀଷ ମୃତ୍ୟୁ ମାମଲାରେ ସାଙ୍ଘାତିକ ତଥ୍ୟ : କମ୍ପାନୀର ନିର୍ଦ୍ଦେଶକ ହେବାକୁ ଚାହୁଁଥିଲେ ଅଭିଯୁକ୍ତ ଅମ୍ରିତ !

18/10/2021 at 7:52 AM

ଭୁବନେଶ୍ୱର, ୧୮/୧୦:  ମନୀଷ ଅନୁରାଗ ମୃତ୍ୟୁ ମାମଲା। ସୋମବାରଠୁ ୪ ଦିନିଆ ରିମାଣ୍ଡରେ ଯିବେ ୩ ଅଭିଯୁକ୍ତ। ରିମାଣ୍ଡ ଅନୁମତି ଦେଇଛନ୍ତି ଭୁବନେଶ୍ବର ଜେଏମଏଫସି କୋର୍ଟ।

ଇନଫୋସିଟି ଥାନା ପୋଲିସ ପକ୍ଷରୁ ୫ ଦିନିଆ ରିମାଣ୍ଡ ପାଇଁ ଆବେଦନ କରାଯାଇଥିଲା। ତେବେ କୋର୍ଟ ୪ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ। ରିମାଣ୍ଡ ସମୟରେ ଏହି ମାମଲାରେ ବିଭିନ୍ନ ଖୋଳତାଡ଼ କରିବ ପୋଲିସ। ଅଭିଯୁକ୍ତମାନଙ୍କ ବିରୋଧରେ ଦଫା ୩୦୨, ୩୬୪-ଏ, ୨୦୧, ୩୪ରେ ମାମଲା ରୁଜୁ କରାଯାଇଛି। ୩ ଅଭିଯୁକ୍ତଙ୍କୁ ଝାରପଡ଼ା ଜେଲରୁ ରିମାଣ୍ଡରେ ନେଇ ମନୀଷ ମୃତ୍ୟୁ ଘଟଣାରେ ପୁରା ଘାଣ୍ଟିବ ଇନଫୋସିଟି ଥାନା ପୋଲିସ ।

ସେହିପରି ମନୀଷ ହତ୍ୟା ମାମଲାରେ ଆଉ ଏକ ଦିଗ ମଧ୍ୟ ପଦାକୁ ଆସିଛି । ମନୀଷ ନିର୍ଦେଶକ ଥିବା କମ୍ପାନୀରେ ଏଣ୍ଟ୍ରି ମାରିବାକୁ ଚାହୁଁଥିଲେ ଅମ୍ରିତ । ନିଜେ ଅମ୍ରିତ ସେହି କମ୍ପାନୀରେ ନିର୍ଦ୍ଦେଶକ ହେବାକୁ ଚାହୁଁଥିଲେ । ତେଣୁ ମନୀଷ ଚିହ୍ନି ନଥିବା ପିଲାଙ୍କୁ ସେଦିନ ଡାକିକି ହୋଟେଲକୁ ନେଇଥିଲେ ଅମ୍ରିତ । ଏହା ଏକ ଯୋଜନା ବଦ୍ଧ ହତ୍ୟାକାଣ୍ଡ ବୋଲି ମନୀଷଙ୍କ ପରିବାରର ଓକିଲ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି।

   Related Posts