ଭୂମିପୂଜାକୁ ନେଇ ଅଯୋଧ୍ୟାରେ ଉତ୍ସବର ପରିବେଶ, ରାମ ଲଲ୍ଲାଙ୍କୁ ଭୋଗ ଲାଗିବ ୧ଲକ୍ଷ ୧୧ ହଜାର ଲଡୁ

Published By : Prameya-News7 Bureau | July 31, 2020 IST

ଅଯୋଧ୍ୟା ୩୧।୭:  ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟା ରାମ ମନ୍ଦିର ଲାଗି ଶିଳାନ୍ୟାସ ଉତ୍ସବ ଅନୁଷ୍ଟିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ସବରେ ଯୋଗଦେବା ସହ ମନ୍ଦିର ଲାଗି ଆଧାର ଶିଳା ରଖିବେ। ଶିଳାନ୍ୟାସ ଉତ୍ସବକୁ ନେଇ ଅଯୋଧ୍ୟାରେ ଏବେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଗୋଟିଏ ପଟେ ଭୂମିପୂଜା ଉତ୍ସବ ଲାଗି ଯୁଦ୍ଧକାଳୀନ ପ୍ରସ୍ତୁତି ଚାଲିଥିବା ବେଳେ ଆଉ ଗୋଟିଏ ପଟେ ସେଦିନ ରାମ ଲଲ୍ଲାଙ୍କ ପୋଷାକଠାରୁ ଆରମ୍ଭ କରି ଭୋଗ ପର୍ଯ୍ୟନ୍ତ ପ୍ରସ୍ତୁତିରେ ଲାଗି ପଡିଛି ମଣିରାମ ଦାସ ଛାଉଣୀ। ମନ୍ଦିର ଲାଗି ଭୂମି ପୂଜନ ଅବସରରେ ରାମ ଲଲ୍ଲାଙ୍କୁ ୧ଲକ୍ଷ ୧୧ ହାଜର ଲଡୁ ଭୋଗ ହେବ। ଏହି ପ୍ରସାଦକୁ ଷ୍ଟିଲ ସମଗ୍ର ଅଯୋଧ୍ୟା ସମେତ ଦେଶର ବିଭିନ୍ନ ତୀର୍ଥ କ୍ଷେତ୍ରରେ ବଣ୍ଟନ କରାଯିବ ବୋଲି ଜଣାପଡିଛି।

{"id":308285,"sizeSlug":"large"}

ରାମ ଲଲ୍ଲାଙ୍କ ଲାଗି ଲଡୁ ପ୍ରସ୍କୁତି କାମ ଦେବରାହା ବାବା ସ୍ଥଳର ଅନୁଗାମୀମାନେ ଦିନରାତି ଏକ କରଦେଇଛନ୍ତି। ମନ୍ଦିର ନିର୍ମାଣ ଲାଗି ଭୂମି ପୂଜନ ଅବସରରେ ଅଯୋଧ୍ୟା ନଗରୀକୁ ତ୍ରେତେୟା ଯୁଗର ନଗରୀ ଭଳି ସଜା ଯିବ ବୋଲି  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ। ଭୂମିପୂଜନ ଦିନ ଅର୍ଥାତ ଅଗଷ୍ଟ ୫ ତାରିଖକୁ ଅଯୋଧ୍ୟାରେ ଦିପାବଳୀ ପାଳନ ଲାଗି ମୁଖ୍ୟମନ୍ତ୍ରୀ ନଗରବାସୀଙ୍କୁ ଅନରୋଧ କରିଛନ୍ତି।

{"id":308286,"sizeSlug":"large"}

ରାମମନ୍ଦିର ନିର୍ମାଣ ହେବା ଖୁସିରେ ଅଯୋଧ୍ୟାର ଛକ ବଜାରରେ ଏବେ ଲୋକଙ୍କ ଭିଡ ଜମୁଛି। ଏପରି ଲାଗୁଛି ଯେପରି ଅଯୋଧ୍ୟାରେ ଶ୍ରୀରାମଙ୍କ ଜନ୍ମ ହେବାକୁ ଯାଉଛି। ଏଠାରେ ଅବସ୍ତାନ କରୁଥିବା ସାଧୁ ସନ୍ଥ ଓ ଧର୍ମାଚାର୍ଯ୍ୟମାନେ ମଧ୍ୟ ସମାନ ଖୁସିରେ ଏବେ ଝୁମୁଛନ୍ତି। ତେବେ କରୋନା ସଂକ୍ରମଣ ଯୋଗୁ ରାମଭକ୍ତମାନେ ଏହି ଐତିହାସିକ କ୍ଷଣରେ ନିଜକୁ ସିଧାଶଳଖ ସାମିଲ କରି ନପାରନ୍ତି। ହେଲେ ଅୟୋଧ୍ୟାବାସୀ ସାରା ସହରରେ କାର୍ଯ୍ୟକ୍ରମର ସିଧାପ୍ରସାରଣ ଦେଖିବେ।

{"id":308287,"sizeSlug":"large"}

ଦୀର୍ଘ ଶତାବ୍ଦୀର ଆଇନ ଲଢେଇ ପରେ ରାମ ଲଲ୍ଲାଙ୍କ ଲାଗି ଅଯୋଧ୍ୟାରେ ମନ୍ଦିର ନିର୍ମିତ ହେବାକୁ ଯାଉଛି। ମନ୍ଦିରର ନିର୍ମାଣ ଶେଷ ହେଲେ ରାମଲଲ୍ଲା ଅସ୍ଥାୟୀ ମନ୍ଦିରରୁ ବାହାରି ନବ ନିର୍ମିତ ମନ୍ଦିରକୁ ଯିବେ। ଏହାଠାରୁ ବଳି ଖୁସି ଆଉ କଣ ହୋଇପାରେ ବୋଲି ନୟାଘାଟ ବଶିଷ୍ଠ ପୀଠ ତିୱାରୀ ମନ୍ଦିର ମହନ୍ତ ଗିରିଶପତି ତ୍ରିପାଠୀ କହିଛନ୍ତି ।

{"id":308288,"sizeSlug":"large"}

ତ୍ରେତେୟା ୟୁଗରେ ଦଶରଥଙ୍କୁ ଯେତେବେଳେ ପୁତ୍ର ପ୍ରାପ୍ତି ହୋଇଥିଲା ସେତେବେଳେ ସମଗ୍ର ଅଯୋଧ୍ୟା ବ୍ରହ୍ମାନନ୍ଦ ଅନୁଭୂତି କରିଥିଲା। ଏବେ ସେଠାରେ ଅବସ୍ଥାନ କରୁଥିବା ସନ୍ଥ ସମାଜ ଠିକ ସେହିପରି ଅନୁଭବ କରୁଥିବାର କହିଛନ୍ତି। ରାମମନ୍ଦିରର ନିର୍ମାଣ ସହ ସନାତନ ସଂସ୍କୃତିର କେନ୍ଦ୍ର ହେବାକୁ ଯାଉଛି ଅଯୋଧ୍ୟା। ରାମ କି ପେଡିରେ ଭୂମି ପୂଜନ ଲାଗି ଚାଲିତିବା ପ୍ରସ୍ତୁତିକୁ ନେଇ ଛାତ୍ରଛାତ୍ରୀ ମଧ୍ୟ ବେଶ୍ ଖୁସି ହେଉଥିବାର ଜଣାପଡିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.