Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଆତଙ୍କୀ ହମଲାରୁ ବର୍ତ୍ତିଲେନି ସେନା ଅଧିକାରୀଙ୍କ ପରିବାର, ଚାଲିଗଲା ୭ ନୀରିହ ଜୀବନ

14/11/2021 at 8:26 AM

ମଣିପୁର ୧୪/୧୧: ମଣିପୁରରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ସେନା ଅଧିକାରୀଙ୍କ ପରିବାର ସମେତ ୭ ସହିଦ । ମଣିପୁରର ଚୁରାଚାନ୍ଦପୁର ଜିଲ୍ଲାରେ ଏଭଳି ହମଲା ହୋଇଛି । ହମଲା ହୋଇଥିବା ଅଂଚଳରଟି ମିଆଁମାର ସୀମାନ୍ତକୁ ଲାଗିଥିବାରୁ ସେଠାରେ ସକ୍ରିୟ ଥିବା ଆତଙ୍କବାଦୀ ଏଭଳି ଜଘନ୍ୟକାଣ୍ଡ ଘଟାଇଥିବା କୁହାଯାଉଛି ।

୪୬ ଆସାମ ରାଇଫଲର ଯବାନମାନେ କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ ଓ ପରିବାର ଲୋକଙ୍କ ସହ ଏକ ଗାଡ଼ିରେ ଯାଉଥିବା ବେଳେ ଆମ୍ବୁସ୍ ଲଗାଇ ଜଗିବସିଥିବା ଆତଙ୍କବାଦୀମାନେ ହଠାତ୍ ଆକ୍ରମଣ କରିଥିଲେ । ଏହାଯୋଗୁ ୪୬ ଆସାମ ରାଇଫଲ୍ସର କମାଣ୍ଡିଂ ଅଫିସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀଙ୍କ ସମେତ ୫ ଜଣ ଯବାନ ସହିଦ ହୋଇଛନ୍ତି । ସେହିଭଳି ୪୦ ବିପ୍ଲବ ତ୍ରିପାଠୀଙ୍କ ପତ୍ନୀ ୩୭ ବର୍ଷୀୟା ଅନୁଜା ଶୁକ୍ଲା ଓ ୮ ବର୍ଷର ପୁଅ ଅବିର ତ୍ରିପାଠୀ ମଧ୍ୟ ଏହି ଆକ୍ରମଣରେ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ ମିଜୋରାମ ସୀମାବର୍ତ୍ତୀ ମଣିପୁରର ଚୁରାଚାନ୍ଦପୁର ଜିଲ୍ଲା ବେହିଆଙ୍ଗ ଅନ୍ତର୍ଗତ ସେକନ ଗ୍ରାମ ନିକଟରେ ସକାଳ ପ୍ରାୟ ୧୧ଟା ସମୟରେ ଏହି ଆକ୍ରମଣ ଘଟିଛି । ୪୬ ଆସାମ ରାଇଫଲ୍ସ ବାହିନୀର ଯବାନମାନେ କମାଣ୍ଡିଂ ଅଫିସର ବିପ୍ଳବ ତ୍ରିପାଠୀ ଓ ତାଙ୍କ ପରିବାର ଲୋକଙ୍କ ସହ ଏକ ଗାଡ଼ିରେ ଯାଉଥିବାବେଳେ ହଠାତ୍‌ ଉଗ୍ରବାଦୀଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ ।

ଉଗ୍ରବାଦୀମାନେ ପ୍ରଥମେ କର୍ଣ୍ଣେଲ ବିପ୍ଳବ ତ୍ରିପାଠୀଙ୍କ ଗାଡ଼ିକୁ ଆଇଇଡି ବିସ୍ଫୋରଣରେ ଉଡ଼ାଇ ଦେଇଥିଲେ । ପରେ ଏହାର ଚାରିପଟୁ ଘେରିଯାଇ ଆଖିବୁଜା ଗୁଳିବର୍ଷା କରିଥିଲେ । ସେତେବେଳେ କର୍ଣ୍ଣେଲ ତ୍ରିପାଠୀ ମ୍ୟାଁମାର ନିକଟବର୍ତ୍ତୀ ଚୁରାଚାନ୍ଦପୁର ଜିଲ୍ଲାରେ ଏକ କାର୍ଯ୍ୟକ୍ରମର ତତ୍ତ୍ୱାବଧାନ ସାରି କୁଇକ୍‌ ରିଆକ୍ସନ ଟିମ୍‌ ସହିତ ନିଜର ଫରୱାର୍ଡ କଂପାନି ବେସ୍‌ରୁ ବାଟାଲିଅନ୍‌ ମୁଖ୍ୟାଳୟକୁ ଫେରୁଥିଲେ ।

ସହିଦ କମାଣ୍ଡିଂ ଅଫିସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ ଛତିଶଗଡ଼ର ରାୟଗଡ଼ ଜିଲ୍ଲାର ବାସିନ୍ଦା ଥିଲେ । ୧୯୮୦ ମସିହାରେ ତାଙ୍କର ଜନ୍ମ । ସେ ରିୱା ସ୍ଥିତ ସୈନିକ ସ୍କୁଲରେ ପଢ଼ିଥିଲେ । ପୂର୍ବରୁ ସେ ମିଜୋରାମରେ ଅବସ୍ଥାପିତ ଥିଲେ । ଚଳିତବର୍ଷ ଜୁଲାଇ ମାସରେ ତାଙ୍କର ମଣିପୁରକୁ ବଦଳି ହୋଇଥିଲା । ତାଙ୍କର ସାନଭାଇ ଅନୟ ତ୍ରିପାଠୀ ମଧ୍ୟ ଆସାମ ରାଇଫଲ୍ସରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଛନ୍ତି । ଶନିବାର ସକାଳେ ସେ ପତ୍ନୀଙ୍କ ସହ ଜଳଖିଆ ଖାଉଥିବା ବେଳେ ବଡ଼ ଭାଇ ସହିଦ ହୋଇଥିବା ଖବର ପାଇଥିଲେ ।

କର୍ଣ୍ଣେଲ ବିପ୍ଲବ ଛତିଶଗଡ଼ ରାୟଗଡ଼ର ପ୍ରଥମ ସାଂସଦ କିଶୋରୀ ମୋହନ ତ୍ରିପାଠୀଙ୍କ ନାତି । ତାଙ୍କ ପିତା ସୁଭାଷ ତ୍ରିପାଠୀ ଏବେ ରାୟଗଡ଼ରେ ଏକ ଦୈନିକ ଖବରକାଗଜରେ ସମ୍ପାଦକ ଅଛନ୍ତି । ବିପ୍ଲବଙ୍କ ପତ୍ନୀ ଅନୁଜା ଓଡ଼ିଶାର ମୂଳ ବାସିନ୍ଦା । ନିକଟରେ ପ୍ରାୟ ତିନିମାସ ଧରି ବିପ୍ଲବଙ୍କ ପିତାମାତା ତାଙ୍କ ସହ ଥିଲେ ଏବଂ ପୁରା ପରିବାର ଦୀପାବଳି ମଧ୍ୟ ସେଠାରେ ପାଳନ କରିଥିଲେ । ଛଅ ଦିନ ତଳେ ପିତାମାତା ରାୟଗଡ଼ ଫେରିଥିଲେ । ଏପରିକି ଶନିବାର ସକାରେ ମଧ୍ୟ ବିପ୍ଲବ ପିତାମାତାଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ ।

   Related Posts