Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଭାରସାମ୍ୟ ହରାଇ ବ୍ରିଜ୍ ଉପରୁ ୨୦ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
  • ||
  • ନୀଳଗିିରି : ବିଦ୍ୟୁତ ବିଲ୍ ବୃଦ୍ଧି ପ୍ରତିବାଦରେ ସିପିଆଇର ରାସ୍ତାରୋକ
  • ||
  • ଢେଙ୍କାନାଳ : ମାଛ ଧରିବାକୁ ଯାଇ ନଦୀରେ ବୁଡିଗଲେ ମାଛ ଧରାଳି, ଚାଲିଗଲା ଜୀବନ
  • ||
  • ଭୁବନେଶ୍ବର : ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ
  • ||
  • ୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି, ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ
  • ||
  • ଭୁବନେଶ୍ବର : ଡାକ୍ତରଖାନା ପାଇଁ କୋଭିଡ୍ ଗାଇଡ୍‌ଲାଇନ୍, ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ ମନା
  • ||
  • ସରିଲା ରାଜ୍ୟ କ୍ୟାବିନେଟ୍‌ ବୈଠକ, ୯ଟି ପ୍ରସ୍ତାବ ଉପରେ ବାଜିଲା ମୋହର
  • ||
  • ଭୁବନେଶ୍ବର : BMCର ପେଡ୍ କ୍ବାରେଣ୍ଟାଇନ୍ ବ୍ୟବସ୍ଥା, ନନ୍ ଏସି ୧୦୯୯ ଓ ଏସି ରୁମ୍ ୧୪୯୯ ଟଙ୍କା
  • ||
  • ଭୁବନେଶ୍ବର : ପିପିଲି ହିଂସା ଘଟଣା, ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଲା ବିଜେଡି
  • ||
  • କରଞ୍ଜିଆ : ବିଡିଓଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇ ନିର୍ବାଚିତ ଜନ ପ୍ରତିନିଧିଙ୍କ ଧାରଣା ୪ର୍ଥ ଦିନରେ
  • ||

୭୦ବର୍ଷ ପରେ ଭାରତରୁ ଅଲଗା ହେବାକୁ ଦାବି କଲା ଏହି ଛୋଟରାଜ୍ୟ : ଜାଣନ୍ତୁ କାରଣ

19/10/2019 at 12:32 PM

ଇମ୍ଫାଲ ୧୯/୧୦: ପୂର୍ବ ଭାରତର ଛୋଟ ରାଜ୍ୟ ମଣିପୁର ଭାରତଠୁ ଅଲଗା ହେବାକୁ ଦାବି କରିଛି। ୭୦ବର୍ଷ ତଳେ ଏହି ରାଜ୍ୟ ଭାରତ ସହ ମିଶିଥିଲା, କିନ୍ତୁ ବର୍ତ୍ତମାନ ଏଠାରେ ଦେଶରୁ ବିଭାଜନ ଦାବି ଜୋରସୋର ଧରିଛି। ୧୯୪୯ମସିହା ସେପ୍ଟେମ୍ବର ୨୧ତାରିଖରେ ମଣିପୁରର ମହାରାଜା ବୋଧଚନ୍ଦ୍ର ସିଂହ ଏବଂ କେନ୍ଦ୍ର ସରକାରଙ୍କ ପ୍ରତିନିଧି ବି.ପି ମେନନ ମିଶ୍ରଣ ଚୁକ୍ତିରେ ହସ୍ତାକ୍ଷର କରିବା ପରେ ମଣିପୁର ଭାରତର ଅଂଶ ହୋଇଥିଲା।

 ସେହିଭଳି ୧୯୪୭ମସିହାରେ ତ୍ରିପୁରାର ଶେଷ ରାଜା ବିକ୍ରମ କିଶୋର ମାଣିକ୍ୟଙ୍କ ପରଲୋକ ପରେ ରାଜଭାର ସମ୍ଭାଳୁଥିବା ମହାରାଣୀ କାଞ୍ଚନପ୍ରଭା ଦେବୀ ତ୍ରିପୁରାର ଭାରତରେ ସମିଶ୍ରଣ ଚୁକ୍ତିରେ ହସ୍ତାକ୍ଷର କରିଥିଲେ। ମଣିପୁରର ଦାବିରେ ପ୍ରଭାବିତ ହୋଇ ମଣିପୁରରେ ରହୁଥିବା ତ୍ରିପୁରର ଲୋକେ ମଧ୍ୟ ତ୍ରିପୁରାକୁ ଏକ ସ୍ବତନ୍ତ୍ର ଦେଶର ମାନ୍ୟତା ଦାବି କରିଛନ୍ତି । ଭାରତରେ ମଣିପୁରକୁ ଜୋର କରି ମିଶାଇ ଦିଆଯାଇଥିଲା ବୋଲି କିଛି ଉଗ୍ରବାଦୀ ସଙ୍ଗଠନ ଦାବି କରୁଛନ୍ତି।

କୁହାଯାଏ ଯେ ଯେଉଁଦିନ ଭାରତ ସ୍ବାଧୀନ ହୋଇଥିଲା, ସେହି ଦିନ ଭାରତରେ ମଣିପୁରର ମିଶ୍ରଣ ପ୍ରତିବାଦରେ ମଣିପୁରର ଉଗ୍ରବାଦୀ ସଙ୍ଗଠନ ପକ୍ଷରୁ ମଣିପୁର ଓ ତ୍ରିପୁରାରେ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ତ୍ରିପୁରାରେ ଏହାର ଖାସ୍ ପ୍ରଭାବ ପଡ଼ିନଥିବାବେଳେ ମଣିପୁରରେ ସାଧାରଣ ଜନତାଙ୍କ ଉପରେ ଏହା ବିଶେଷ ପ୍ରଭାବ ପକାଇଥିଲା। ମଣିପୁରର ଦ କୋଅର୍ଡ଼ିନେସନ କମିଟି ଏବଂ ଦ ଆଲାଏନ୍ସ ଅଫ ସୋଶିଆଲିଷ୍ଟ ୟୁନିଟି ଉଗ୍ରବାଦୀ ସଙ୍ଗଠନ ସହ ତ୍ରିପୁରାର ନ୍ୟାସନାଲ ଲିବେରେସନ ଫ୍ରଣ୍ଟ ଅଫ ତ୍ରିପୁରା ଭାରତରେ ଦୁଇ ରାଜ୍ୟର ଜବରଦସ୍ତି ମିଶ୍ରଣ ବିରୋଧରେ ବନ୍ଦ ଡାକରା ଦେଇଥିଲେ।

ଏହି ସବୁ ସଙ୍ଗଠନ ନିଜ ବୟାନରେ କହିଥିଲେ ଯେ ଭାରତ ସହ ଏହି ଦୁଇ ରାଜ୍ୟର ମିଶ୍ରଣ ହେଉଛି ଏକ ଦୁର୍ଭାଗ୍ୟ। ସେମାନେ ଏହା ମଧ୍ୟ କହିଥିଲେ ଯେ ମିଶ୍ରଣ ଯୋଗୁଁ ଏହି ରାଜ୍ୟର ମୂଳ ବାସିନ୍ଦା ଅଳ୍ପସଂଖ୍ୟକ ହୋଇଯାଇଛନ୍ତି। ଏହା ସହିତ ରାଜନୈତିକ ଏବଂ ଅର୍ଥନୈତିକ କ୍ଷେତ୍ରରେ ଏହି ରାଜ୍ୟ ଦୁଇଟି ଦୁର୍ବଳ ହୋଇପଡ଼ିଛି। ଭାରତରେ ମିଶ୍ରଣ ଏହାର ମୁଖ୍ୟ କାରଣ।

   Related Posts