ନିଶା ମାଫିଆଙ୍କ ମାମଲା ପ୍ରତ୍ୟାହାର ଲାଗି ଚାପ ପକାଉଛନ୍ତି ମୁଖ୍ୟମନ୍ତ୍ରୀ, କୋର୍ଟଙ୍କ ଆଶ୍ରୟ ନେଲେ ବରିଷ୍ଠ ପୋଲିସ ଅଧିକାରୀ
17/07/2020 at 9:52 PM

ଇମ୍ଫାଲ ୧୭।୬: ଏକ ଡ୍ରଗ୍ସ ମାମଲାରେ ମଣିପୁର ପୋଲିସର ଜନୈକା ବରିଷ୍ଠ ଅଧିକାରୀ ହାଇକୋର୍ଟରେ ମୁଖ୍ୟମନ୍ତ୍ରୀ ବୀରେନ ସିଂହ ଓ ରାଜ୍ୟ ବିଜେପିର ଶୀର୍ଷ ନେତାଙ୍କ ବିରୋଧରେ ଫେରାଦ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ବିଜେପି ନେତା ମାମଲାକୁ ନେଇ ତାଙ୍କ ଉପରେ ଚାପ ପକାଉଥିବାର ଅଭିଯୋଗ କରିଛନ୍ତି। ରାଜ୍ୟ ନାରକୋଟିକସ୍ ଏଣ୍ଡ ଆଫେୟାର୍ସ ଅଫ ବର୍ଡର ବ୍ୟୁରୋର ମହିଳା ଅଧିକାରୀ ଥାଉନା ଓଜମ ବୃନ୍ଦା ଏହି ଅଭିଯୋଗ କରିଛନ୍ତି।
୨୦୧୮ ମସିହାରେ ଡ୍ରଗ ଚଢଉ ବେଲେ ଧରାପଡିଥିବା ଅଭିଯୁକ୍ତ ବିରୋଧରେ ରୁଜୁ ମାମଲା ପ୍ରତ୍ୟାହାର ଲାଗି ଚାପ ପକାଇଥିବା ବୁନ୍ଦା ଏକ ସତ୍ୟପାଠରେ ହାଇକୋର୍ଟଙ୍କୁ ଦାଖଲ କରିଛନ୍ତି। ପୋଲିସ ଏହି ଡ୍ରଗ ରେଡରେ ପୋଲିସ ୨୮ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅବୈଧ ନିଶା ସାମଗ୍ରୀ ଜବତ କରିଥିଲା। ନିଶା କାରବାରରେ ସମ୍ପୃକ୍ତ ଲୁଖୋସେଇ ଜୁ ମୁଖ୍ୟ ଅଭିଯୁକ୍ତ ଅଛି। ଜୁ ରାଜ୍ୟର ନିଶା କାରବାରରେ ମୁକୁଟ ବିହୀନ ସମ୍ରାଟ ଏହା ସହ ରାଜ୍ୟ ବିଜେପିର ସ୍ଥାନୀୟ ନେତା ମଧ୍ୟ। ଏଣୁ ତାଙ୍କ ବିରୋଧରେ ମାମଲାର ପ୍ରତ୍ୟାହାର ଲାଗି ବରାବର ଚାପ ପକାଯାଉଥିବା ମହିଳା ଅଧିକାରୀ କୋର୍ଟଙ୍କୁ ଦାଖଲ କରିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି।
ଏଥିରେ ମହିଳା ଅଧିକାରୀ ଆଣିଥିବା ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ ମଧ୍ୟ କରାଯାଇଥିଲା। ତେବେ ମାମଲା ଏବେ କୋର୍ଟରେ ବିଚାରାଧୀନ ଥିବାରୁ ପ୍ରସଙ୍ଗରେ ଆଲୋଚନା ଅପ୍ରାସଙ୍ଗିକ ବୋଲି ମୁଖ୍ୟମନ୍ତ୍ରୀ ବୀରେନ ସିଂହ କହିଥିବା ବେଳେ ସରକାର ନିଶା କାରବାରର ବିରୋଧୀ ବୋଲି କହିଛନ୍ତି। ଏଣୁ ନିଶା ସମ୍ପର୍କିତ ମାମଲାରେ କାହାରିକୁ ହେଲେ ଛଡା ଯିବନି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
୨୦୦୮ ମସିହାର ଏହି ମାମଲାରେ ଏନଏବି ସେତେବେଳେ ମୋଟ ୮ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୱାର୍ଲଡ ଇଜ୍ ଇୟୋର୍ସ ନାମକ ଭୟଙ୍କର ନିଶା ଟାବଲେଟ ମଧ୍ୟ ଜବତ ହୋଇଥିଲା। ମୋଟ ଜବତ ନିଶା ସାମଗ୍ରୀର ମୂଲ୍ୟ ସେତେବେଳେ ଅନ୍ତର୍ଜାତୀୟ ବଜାର ଦର ଅନୁଯାୟୀ ୨୮ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଥିଲା ବୋଲି ବୃନ୍ଦା କୋର୍ଟଙ୍କୁ ଦେଇଥିବା ସତ୍ୟପାଠରେ ଦର୍ଶାଇଛନ୍ତି।