Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||
  • ସୁବର୍ଣ୍ଣପୁର : ମା’ ସୁରେଶ୍ଵରୀ ମନ୍ଦିରରୁ ଚୋରି ଘଟଣା : କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ
  • ||

ମଣିପୁରରେ କଂଗ୍ରେସକୁ ଲାଗିବ ବଡ ଝଟକା ! ଆଜି ବିଜେପିରେ ମିଶିପାରନ୍ତି ୮ ବିଧାୟକ

20/07/2021 at 10:22 AM

ଇମ୍ଫାଲ,୨୦/୦୭:  ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ମଣିପୁରରେ ବଡ ଝଟକା ଲାଗିଛି । ଖବର ସରବରାହ ସଂସ୍ଥା ଏଏନଆଇ ଅନୁସାରେ, ମଙ୍ଗଳବାର ଦଳର ୮ ବିଧାୟକ ବିଜେପିରେ ସାମିଲ ହୋଇପାରନ୍ତି । ମଣିପୁର କଂଗ୍ରେସ କମିଟିର ସଭାପତି ଗୋବିନ୍ଦାସ କାନ୍ଥ୍ୟୋଜମ୍ ମଧ୍ୟ ଦଳରୁ ଇସ୍ତଫା ଦେଇସାରିଛନ୍ତି ।

ଗୋବିନ୍ଦାସ ବିଷ୍ଣୁପୁର ଆସନରୁ ୬ ଥର ବିଧାୟକ ରହିଛନ୍ତି । ତାଙ୍କୁ ୨୦୨୦ରେ ଦଳର ସଭାପତି କରାଯାଇଥିଲା । ସେହିପରି ଆସନ୍ତା ବିଧାନସଭା ନିର୍ବାଚନରେ ବିଜେପି ମୁଖ୍ୟମନ୍ତ୍ରୀ ବିରେନ୍ ସିଂଙ୍କ ନେତୃତ୍ୱରେ ପୁଣି ଥରେ ସରକାର ଗଠନ କରିବାକୁ ଉଦ୍ୟମ କରିବ ।

ଗତ ଜୁନରେ ବିଜେପି ମଧ୍ୟ ମଣିପୁରରେ ସାଂଗଠନିକ ସ୍ତରରେ ଅଦଳବଦଳ କରିଥିଲା । ଶାରଦା ଦେବୀଙ୍କୁ ଦଳ ମଣିପୁର ଭାର ଦେଇଥିଲା । ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂ ଏନେଇ ସୂଚନା ଦେବା ସହ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ତରଫରୁ ଶାରଦାଙ୍କ ନାଁ ଘୋଷଣା କରିଥିଲେ । ଏହାପୂର୍ବରୁ ଦଳର ସଭାପତି ସାଇଖୋମ ଟିକେନ୍ଦ୍ର କରୋନାରେ ପ୍ରାଣ ହରାଇଥିଲେ । ସେହିପରି ଦଳ ଆସାମରେ ମଧ୍ୟ ନୂଆ ସଭାପତି ନିୟୁକ୍ତ କରିଥିଲା ।

ନିକଟରେ ପଞ୍ଜାବ ବିବାଦ ତୁଟିଥିଲା

କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିକଟରେ ନବଜ୍ୟୋତ ସିଂ ସିଦ୍ଧୁଙ୍କୁ ପଞ୍ଜାବରେ ଦଳର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଥିଲେ । ଏହାପୂର୍ବରୁ ସିଦ୍ଧୁ ଓ ମୁଖ୍ୟମନ୍ତ୍ରୀ ଅରିନ୍ଦର ସିଂ ମଧ୍ୟରେ କନ୍ଦଳ ସୃଷ୍ଟି ହୋଇଥିଲା । ଦୁଇ ଟାଣୁଆ ନେତାଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ତୀବ୍ର ହେବା ପରେ ତିନି ସଦସ୍ୟ ବିଶିଷ୍ଟ କମିଟିରେ ଏହାର ସମାଧାନ କରାଯାଇଥିଲା ।

   Related Posts