ମଣିପୁରରେ ସରକାର ବଞ୍ଚାଇବାରେ ସଫଳ ହେଲା ବିଜେପି, ବିଧାନସଭାରେ ଧ୍ଵନିମତରେ ଜିତିଲା ଆସ୍ଥା ଭୋଟ୍
10/08/2020 at 10:30 PM

ନୂଆଦିଲ୍ଲୀ ୧୦।୦୮: ମଣିପୁରରେ ବିଜେପି ନେତୃତ୍ଵାଧୀନ ମେଣ୍ଟ ସରକାର ବିଧାନସଭାରେ ଧ୍ଵନିମତରେ ଆସ୍ଥା ଭୋଟରେ ବିଜୟ ହାସଲ କରିଛି। ମତଦାନ ସମୟରେ ସମସ୍ତ ୨୮ ବିଜେପି ବିଧାୟକ ଏବଂ କଂଗ୍ରେସର ୧୬ ବିଧାୟକ ଉପସ୍ଥିତ ଥିଲେ। କଂଗ୍ରେସର ୮ ବିଧାୟକ ଅନୁପସ୍ଥିତ ଥିଲେ। ଆସ୍ଥା ଭୋଟ୍ ପରେ କଂଗ୍ରେସ ବିଧାୟକ ଗୃହରେ ବିରୋଧ ପ୍ରଦର୍ଶନ କରିବା ସହିତ ନିଜର ଆସନ ଉଠାଇ ଫିଙ୍ଗାଫିଙ୍ଗି ମଧ୍ୟ କରିଥିଲେ।
ଉଲ୍ଲେଖଯୋଗ୍ୟ, ମଣିପୁରରେ ଆଜି ଏକ ଦିବସୀୟ ବିଧାନସଭା ଅଧିବେଶନ ସମୟରେ ବିଜେପି ସରକାର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାର ଥିଲା। ଆସ୍ଥା ଭୋଟ୍ ବେଳେ ବିଜେପି ନିଜ ସରକାର ବଞ୍ଚାଇବାରେ ସଫଳ ହୋଇଛି। ପରୀକ୍ଷଣ ପୂର୍ବରୁ ବିଜେପି ଓ କଂଗ୍ରେସ ବିଧାୟକଙ୍କ ପାଇଁ ହ୍ଵିପ୍ ଜାରି କରିଥିଲା। ବିଧାନସଭାରେ ସଂପ୍ରତି ବିଜେପିର ୧୮ ଓ କଂଗ୍ରେସର ୨୪ ବିଧାୟକ ଅଛନ୍ତି।
Manipur BJP government has won trust vote by voice vote in the Assembly. All 28 BJP MLAs, and 16 Congress MLAs were present during voting. 8 Congress MLAs were absent. After the trust vote, Congress MLAs raised protest & threw chairs in the well of the House. pic.twitter.com/YBuhwCsvsj
— ANI (@ANI) August 10, 2020
୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ତିନି ବିଧାୟକଙ୍କ ଇସ୍ତଫା ଏବଂ ଚାରି ସଦସ୍ୟଙ୍କ ଦଳବଦଳ ବିରୋଧୀ ଆଇନ ଆଧାରରେ ଅଯୋଗ୍ୟ ଘୋଷିତ ପରେ ଏବେ ଗୃହର ମୋଟ୍ ସଦସ୍ୟ ସଂଖ୍ୟା ୫୩ ରହିଛି। ପରୀକ୍ଷଣ ପୂର୍ବରୁ ବିଜେପି ସଭାପତି ତିକେନ୍ଦ୍ର ସିଂହ ବିଶ୍ଵାସ ପ୍ରକଟ କରିଥିଲେ ଯେ, ତାଙ୍କ ସରକାର ବହୁମତ ହାସଲ କରିବ। ସେ ୩୦ରୁ ଅଧିକ ବିଧାୟକଙ୍କ ସମର୍ଥନ ଥିବା ଦାବି କରିଥିଲେ।