ମଣିପୁରରେ ଆତଙ୍କବାଦୀ ଆକ୍ରମଣ, ଆସାମ ରାଇଫଲ୍ସର ୪ ଯବାନ ଗୁରୁତର

Published By : Prameya-News7 Bureau | November 13, 2021 IST

ଇମ୍ଫାଲ,୧୩/୧୧: ସେନା ଉପରେ ଆକ୍ରମଣ । ଆମ୍ବୁସ ଲଗାଇ ଆକ୍ରମଣ କଲେ ଆତଙ୍କବାଦୀ । ମଣିପୁରରେ ଯବାନଙ୍କୁ ଟାର୍ଗେଟ୍ କରି ଆଇଇଡି ଆକ୍ରମଣ ହୋଇଛି ।

ଏହି ଆକ୍ରମଣରେ ଆସାମ ରାଇଫଲ୍ସର ସିଓଙ୍କ ସମେତ ୪ ଜଣ ଗୁରୁତର ହୋଇଛନ୍ତି । ଯବାନମାନେ ଅପରେସନରେ ଯାଉଥିବା ବେଳେ ଯୋଜନାବଦ୍ଧ ଭାବେ ଏହି ଆକ୍ରମଣ କରାଯାଇଥିବା ସୂଚନା ମିଳିଛି ।

କୁହାଯାଉଛି ଯେ, ଚୁରାଚାନ୍ଦପୁର ଜିଲ୍ଲାର ସିଙ୍ଘାଟରେ ଏହି ଆକ୍ରମଣ ହୋଇଛି । ଆତଙ୍କବାଦୀମାନେ ଆସାମ ରାଇଫଲ୍ସର କାଫିଲା ଉପରେ ଆକ୍ରମଣ କରିଥିଲେ । ଏଥିରେ କମାଣ୍ଡିଂ ଅଫିସରଙ୍କ ପରିବାର ସଦସ୍ୟଙ୍କ ସମେତ ଆକ୍ସନ୍ ଟିମ୍‌ର ସଦସ୍ୟ ଉପସ୍ଥିତ ଥିଲେ । ଘଟଣା ପରେ କମ୍ବିଂ ଅପରେସନ ଜାରି ରହିଛି । ଆକ୍ରମଣ ପଛରେ ପିପୁଲ୍ସ ଲିବରେସନ ଆର୍ମୀର ହାତ ଥିବା ସନ୍ଦେହ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.