ନଭେମ୍ବରରେ ଖୋଲିଲା କ୍ୟାମ୍ପସ୍, ମାସେ ଭିତରେ ମଣିପାଲ ଏକାଡେମୀ ଅଫ୍ ହାୟର ଏଜୁକେସନର ୬୯ ଛାତ୍ରଛାତ୍ରୀ କରୋନା ପଜିଟିଭ

Published By : Prameya-News7 Bureau | December 19, 2020 IST

ବେଙ୍ଗାଲୁରୁ ୧୯/୧୨ : ମଣିପାଲ ଏକାଡେମୀ ଅଫ୍ ହାୟର ଏଜୁକେସନର ୬୯ ଜଣ ଛାତ୍ର କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । କର୍ଣ୍ଣାଟକର ଉଦୁପି ଜିଲ୍ଲାରେ ଥିବା ମଣିପାଲ ଏକାଡେମୀ ଅଫ୍ ହାୟର ଏଜୁକେସନ୍ (MAHE) କହିଛି ଯେ ଗତ ନଭେମ୍ବର ମାସରେ କ୍ୟାମ୍ପସକୁ ଫେରିବା ପରେ ମୋଟ ୬୯ ଜଣ ଛାତ୍ର ଆକ୍ରାନ୍ତ ହୋଇଛନ୍ତି ।  MAHE ଅଧୀନରେ ଥିବା କଲେଜଗୁଡ଼ିକରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ନଭେମ୍ବର ମାସରେ କ୍ୟାମ୍ପସକୁ ଫେରିବାର ବିକଳ୍ପ ଦିଆଯାଇଥିଲା ।

ଏକାଡେମୀ କର୍ତ୍ତୃପକ୍ଷ କହିଛନ୍ତି ଯେ, ସେତେବେଳେ ପ୍ରାୟ ୭ ହଜାର ଛାତ୍ରଛାତ୍ରୀ କ୍ୟାମ୍ପସକୁ ଫେରିଥିଲେ ଯାହାକି ମଣିପାଲର ମୋଟ ଛାତ୍ରଛାତ୍ରୀଙ୍କର ୩୮ ପ୍ରତିଶତ ।  ମଣିପାଲରେ ପହଞ୍ଚିବା ପରେ ପ୍ରାୟ ୩ ହଜାର ୫୦ ଜଣ ଛାତ୍ରଛାତ୍ରୀଙ୍କର RT-PCR ଟେଷ୍ଟ କରାଯାଇଥିଲା । ତେବେ ଅନ୍ୟମାନେ ଆସିବା ବେଳେ RT-PCR ଟେଷ୍ଟ ରିପୋର୍ଟ ନେଇକି ହିଁ ଆସିଥିଲେ । ପରୀକ୍ଷା କରାଯାଇଥିବା ନମୂନାଗୁଡିକ ମଧ୍ୟରୁ ୫୨ ଜଣଙ୍କର ପଜିଟିଭ ଆସିଥିଲା । ଏଥିରେ ମଣିପାଲ ଇଞ୍ଜିନିୟରିଂ ପ୍ରତିଷ୍ଠାନ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏମଆଇଟି) ର ୧୩ ଜଣ ଛାତ୍ରଛାତ୍ରୀ ଅଛନ୍ତି ।

ପଜିଟିଭ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସରେ ଥିବା ଏକ COVID- କେୟାର ସେଣ୍ଟରକୁ ସ୍ଥାନାନ୍ତର ରଖାଯାଇଥିବା ବେଳେ ରିପୋର୍ଟ ଆସିନଥିବା ଛାତ୍ରଛାତ୍ରୀଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ମଣିପାଲ ଏକାଡେମୀ ଅଫ୍ ହାୟର ଏଜୁକେସନର ଅଧ୍ୟାପିକା ସୁମା ନାୟର କହିଛନ୍ତି ସରକାରଙ୍କ ଦ୍ବାରା ଜାରି କରାଯାଇଥିବା କୋଭିଡ୍ ଗାଇଡଲାଇନକୁ ସମ୍ପର୍ଣ୍ଣ ଭାବେ ପାଳନ କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏକାଡେମୀ ଅଫ୍ ହାୟର ଏଜୁକେସନକୁ ବନ୍ଦ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.