Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଫାସଟାଗ ଲେନକୁ କେନ୍ଦ୍ର କରି ମଙ୍ଗୁଳି ଟୋଲ ଗେଟରେ ଉତ୍ତେଜନା : ବାରିକେଡ ଭାଙ୍ଗିବା ସହ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

13/01/2020 at 9:08 AM

କଟକ ୧୩/୧: ଫାସଟାଗ ଲେନକୁ କେନ୍ଦ୍ର କରି ଜାତୀୟ ରାଜପଥ ୧୬ର ମଙ୍ଗୁଳିସ୍ଥିତ ଟୋଲ ଗେଟରେ ଉତ୍ତେଜନା। ଟୋଲ ଗେଟରେ କରାଯାଇଥିବା ବାରିକେଡ ପାଇଁ ଦୁର୍ଘଟଣା ଅଭିଯୋଗରେ ଭଙ୍ଗାରୁଜା  । ବିଳମ୍ବିତ ରାତିରେ ଉତ୍ତ୍ୟକ୍ତ ଲୋକେ ଟୋଲ ଗେଟର ସବୁ ବାରିକେଡ ଗୁଡିକୁ ଭାଙ୍ଗି ଦେବାସହ ଉତ୍ତେଜନା ପ୍ରକାଶ ପାଇଥିଲା  ।

ବାରିକେଡରେ ମାଡ଼ ହୋଇ ଜଣେ ବାଇକ ଚାଳକ ଆହତ ହେବା ସହ ଗୋଟିଏ କାର ମଧ୍ୟ ବାରିକେଡରେ ଧକ୍କା ହୋଇଥିଲା । ଫଳରେ ଉତ୍ୟକ୍ତ ଲୋକମାନେ ଟୋଲ ଗେଟ ରାସ୍ତା ଅବରୋଧ କରିଥିଲେ ।  ପ୍ରାୟ ଅଧ ଘଣ୍ଟେ ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଛିଡା ହୋଇ ଯାଇଥିଲା ।

ଟ୍ରାଫିକ ଅବସ୍ଥା ଅସମ୍ଭାଳ ହେବାରୁ ଟାଙ୍ଗି ପୋଲିସ ପହଂଚି ପରିସ୍ଥିତି  ନିୟନ୍ତ୍ରଣ ହୋଇଥିଲା ।  ଟୋଲ ଗେଟ କର୍ତ୍ତୃପକ୍ଷ ଆବଶ୍ୟକୀୟ ବ୍ୟବସ୍ଥା ନକରି ଏନ୍ ଏଚ ଉପରେ ବାରିକେଡ କରିଥିବା ଅଭିଯୋଗ ହୋଇଛି ।

   Related Posts