ଚୌଦ୍ବାର ଆକ୍ସିସ ବ୍ୟାଙ୍କ ଏଟିଏମ୍ରୁ ଲୁଟ୍ ଉଦ୍ୟମ ବିଫଳ ; ଲୁଟ୍ ବେଳେ ଏଟିଏମ୍ ରେ ଲାଗିଲା ନିଆଁ
Published By : Prameya-News7 Bureau | September 07, 2018 IST
କଟକ ୭/୯: କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳୀ ଛକରେ ଥିବା ଆକ୍ସିସ୍ ବ୍ୟାଙ୍କ୍ ଏଟିଏମ୍ ରୁ ଲୁଟ୍ ଉଦ୍ୟମ ହୋଇଛି। ଗ୍ୟାସ୍ କଟରରେ ଏଟିଏମ୍ ମେସିନକୁ କାଟି ତା ମଧ୍ୟରୁ ଟଙ୍କା ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ। କୌଣସି କାରଣରୁ ମେସିନରେ ନିଆଁ ଲାଗି ଯାଇଥିଲା। ତେଣୁ ସେମାନେ ସେଠାରୁ ପଳାଇଯାଇ ଥିବା ଜଣାପଡିଛି। ଏଟିଏମ୍ କଟା ଯାଇଥିବାରୁ ଏବଂ ଟଙ୍କା ଟ୍ରେ ବନ୍ଦ ଥିବାରୁ ଟଙ୍କା ଲୁଟ ହୋଇଛି ନା ନାହିଁ ଜଣା ପଡିନି। ଏପର୍ଯ୍ୟନ୍ତ ଘଟଣା ସ୍ଥଳରେ ପୋଲିସ କିମ୍ବା ବ୍ୟାଙ୍କ୍ କର୍ମଚାରୀ ପହଞ୍ଚି ନାହାନ୍ତି।