ଡାଏବେଟିସ ରୋଗୀଙ୍କ ପାଇଁ ହାନିକାରକ ପାଚିଲା ଆମ୍ବ: ଜାଣନ୍ତୁ କେଉଁ କେଉଁ ଫଳ ଓ ପରିବା ସେବନ କରିବା ଅନୁଚିତ

Published By : Prameya-News7 Bureau | June 02, 2021 IST

ଭୁବନେଶ୍ୱର ୦୨/୦୬ : ଆଜିକାଲି ଲୋକଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ହୋଇଛି । ଏହି ପରିବର୍ତ୍ତନ ଯୋଗୁଁ ଲୋକେ ନାନା ରୋଗର ସମ୍ମୁଖୀନ ହେଉଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ହେଲା ମଧୁମେହ ବା ଡାଏବେଟିସ । ବର୍ତ୍ତମାନ ଯୁଗରେ ଡାଏବେଟିସ ଏକ ସାଧାରଣ ରୋଗ ହୋଇଗଲାଣି । ପ୍ରତି ଘରେ କେହି ନା କେହି ଡାଏବେଟିସରେ ପୀଡିତ । ମଧୁମେହ ରୋଗୀଙ୍କ ରକ୍ତରେ ସୁଗାର ଲେଭଲ ବଢିଗଲେ ରୋଗୀଙ୍କୁ ଅଧିକ ଭୋକ ଲାଗିବା, ବାରମ୍ବାର ପରିସ୍ରା ଲାଗିବା ଆଦି ସମସ୍ୟା ଦେଖାଦେଇଥାଏ । ଡାକ୍ତରଙ୍କ କହିବାନୁଯାୟୀ, ମଧୁମେହ ଯୋଗୁଁ ରୋଗୀଙ୍କ ଶରୀରରେ ପର୍ଯ୍ୟାପ୍ତ ପରିମାଣର ଇନ୍ସୁଲିନ ଉତ୍ପାଦନ ହୋଇପାରିନଥାଏ । ଏହି ସ୍ଥିତି ଅଧିକ ସମୟ ଯାଏଁ ରହିଲେ ଅନ୍ୟାନ୍ୟ ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ । ସେଥିପାଇଁ ମଧୁମେହ ରୋଗୀ ନିଜ ଖାଦ୍ୟପେୟ ଓ ଜୀବନଶୈଳୀ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ ।

wp:gallery {"ids":[460456],"linkTo":"none"} /wp:gallery


ମଧୁମେହ ରୋଗୀ କେଉଁ କେଁ ଫଳ ଓ ପନିପରିବା ସେବନ ଉଚିତ ଓ କେଉଁ ପନିପରିବା ସେବନ କରିବ ଅନୁଚିତ ଜାଣନ୍ତୁ -

ଏହିସବୁ ଫଳ ଓ ପନିପରିବା ସେବନ କରିବ ଉଚିତ -
୧. କଦଳୀରେ ବହୁ ମାତ୍ରାରେ କାର୍ବୋହାଇଡ୍ରେଟ୍ସ ରହିଛି । ମଧୁମେହ ରୋଗୀ ଥରକେ ଅଧା କଦଳୀ ସେବନ କରିବ ଉଚିତ ।
୨. ମଧୁମେହ ରୋଗୀ ପ୍ରତିଦିନ ଗୋଟିଏ କିମ୍ବା ଫାଳେ ସେଓ ଖାଇବା ଉଚିତ । ସେଓରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ରହିଛି ଯାହା କୋଲେଷ୍ଟ୍ରୋଲ ଲେଭଲ କମ କରିଥାଏ ଏବଂ ପାଚନ କ୍ରିୟାକୁ ସୁସ୍ଥ ରଖିଥାଏ ।
୩. ମଧୁମେହ ରୋଗୀଙ୍କ ପାଇଁ ପିଜୁଳି ଅତ୍ୟନ୍ତ ହିତକର । ପିଜୁଳିରେ ଭିଟାମିନ ଏ, ସି, ଫାଇବର ରହିଛି । ପିଜୁଳିରେ ମିଠା ଅଂଶ ମଧ୍ୟ କମ ରହିଥାଏ ।
୪. ଏହାଛଡା ନାସପାତି, ଜାମୁକୋଳି, ପିଚ୍ ମଧ୍ୟ ମଧୁମେହ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟକର । ଏହିସବୁ ଫଳରେ ଭିଟାମିନ ଓ ଫାଇବର୍ ରହିଛି ଯାହା ବ୍ଲଡ୍ ସୁଗାର କମ୍ କରିବାରେ ସାହାଯ୍ୟ କରିଥାଏ ।
୫. ପନିପରିବା ମଧ୍ୟରେ କଲରା ମଧୁମେହ ରୋଗୀଙ୍କ ପାଇଁ ଅତ୍ୟନ୍ତ ହିତକର । ଏହା ବ୍ଲଡ଼ରେ ସୁଗାର ମାତ୍ରା କମ କରିବାରେ ସାହାଯ୍ୟ କରିଥାଏ । କଲରାରେ ଫାଇଟୋକେମିକାଲ ରହିଛି ଯାହା ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ।
୬. ଭେଣ୍ଡିରେ ମାଇରିସିଟିନ୍ ତତ୍ୱ ରହିଛି ଯାହା ମଧୁମେହ ରୋଗୀଙ୍କ ପାଇଁ ବହୁତ ଲାଭଦାୟକ ।

wp:gallery {"ids":[460457],"linkTo":"none"} /wp:gallery

ଏହିସବୁ ଫଳ ଓ ପନିପରିବା ଖାଇବା ଅନୁଚିତ -
୧. ଅଙ୍ଗୁର ଓ ଚେରୀରେ କାର୍ବୋହାଇଡ୍ରେଟ୍ସ ରହିଛି । ସେଥିପାଇଁ ଅଧିକ ମାତ୍ରାରେ ଅଙ୍ଗୁର ଓ ଚେରୀ ଖାଇବା ହାନିକାରକ ହୋଇପାରେ ।
୨. ପାଚିଲା ସପୁରିରେ ମଧ୍ୟ ସୁଗାର ମାତ୍ରା ଅଧିକ ରହିଛି । ସେଥିପାଇଁ ମଧୁମେହ ରୋଗୀ ପାଚିଲା ସପୁର ନ ଖାଇବା ଭଲ ।
୩. ଗୋଟିଏ ପାଚିଲା ଆମ୍ବରେ ପାଖାପାଖି ୨୫-୩୦ ଗ୍ରାମ କାର୍ବୋହାଇଡ୍ରେଟ୍ସ ରହିଛି । ଏହା ବ୍ଲଡରେ ସୁଗାର ଲେଭଲ ବୃଦ୍ଧି କରିଥାଏ । ସେଥିପାଇଁ ମଧୁମେହ ରୋଗୀ ଅଧିକ ଆମ୍ବ ଖାଇବା ଅନୁଚିତ ।
୪. ମଧୁମେହ ରୋଗୀ ଅଧିକ ପରିମାଣର ଡ୍ରାଏ ଫ୍ରୁଟ୍ସ ଖାଇବା ଅନୁଚିତ ।
୫. ଯେଉଁ ପନିପରିବାରେ ଅଧିକ ମାତ୍ରାରେ ଷ୍ଟାର୍ଚ୍ଚ ଏବଂ କାର୍ବୋହାଇଡ୍ରେଟ୍ସ ରହିଛି, ଯେପରିକି ଆଳୁ, କଖାରୁ, ବିଟ, ମକା ଆଦି ଅଧିକ ସେବନ କରିବ ଅନୁଚିତ । ଏହାଦ୍ୱାରା ସୁଗାର ସ୍ଥର ବଢିବାର ସମ୍ଭାବନା ରହିଛି ।

(ବି: ଦ୍ର: ଉପର ଲିଖିତ ତଥ୍ୟ ସାମାନ୍ୟ ସୂଚନା ଉପରେ ଆଧାରିତ, ଡାକ୍ତର କିମ୍ବା ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.