Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

କରୋନାରେ ଗୁରୁତର ପ୍ରଭାବିତ ହୋଇଛନ୍ତି ଉତ୍ତରପ୍ରଦେଶ ଆମ୍ବ ଚାଷୀ, ଏକତୃତୀୟାଂଶ କମିଛି ରପ୍ତାନୀ

17/07/2021 at 7:36 PM

ଲକ୍ଷ୍ନୌ ୧୭।୭:  କରୋନା ଭାଇରସ ମହାମାରୀ ଦ୍ୱିତୀୟ ଲହରରେ ଦେଶର ବାଣିଜ୍ୟ ବ୍ୟବସାୟ ଗୁରୁତର ପ୍ରଭାବିତ ହୋଇଛି। ଏଥିରେ ଚାଷୀ ମଧ୍ୟ ପ୍ରଭାବିତ ହେଉଥିବା ପ୍ରଥମ ଥର ଜଣାପଡିଛି। ଚଳିତବର୍ଷ ଉତ୍ତରପ୍ରଦେଶ ଆମ୍ବ ଚାଷୀ  ରପ୍ତାନୀ ହ୍ରାସ ଯୋଗୁ ମୂଲ୍ୟ ହ୍ରାସର ସମ୍ମୁଖୀନ ହୋଇଛନ୍ତି। କରୋନାରେ ଅନ୍ତର୍ଜାତୀୟ ବିମାନ ଚଳାଚଳ ବ୍ୟହତ ହୋଇଛି। ଏଣୁ ଆମ୍ବର ବିଦେଶ ରପ୍ତାନୀ ୧ ତୃତୀୟାଂଶ ପର୍ଯ୍ୟନ୍ତ ହ୍ରାସ ହୋଇଛି।

ଜୁଲାଇ ମାସ ଶେଷ ସହ ଆମ୍ବର ରପ୍ତାନୀ ଶେଷ ହୋଇଯାଏ। ଏଥିରୁ ମାସ ଶେଷ ସୁଦ୍ଧା ଚଳିତବର୍ଷ ଅମଳ ଆମ୍ବ ଅଧାଅଧି ରପ୍ତାନୀ ହୋଇପାରିବ ବୋଲି ଏବେଠାରୁ ଆକଳନ କରାଗଲାଣି। ୨୦୧୮ ମସିହାରେ ୯୬.୮ ମେଟ୍ରିକ ଟନ୍‌ ଆମ୍ବ ଯୋଗାଣ ହୋଇଥିଲା। ୨୦୧୯ରେ ୧୨୦ ଓ ୨୦୨୦ରେ ୧୨୧ ଟନ ଆମ୍ବ ରପ୍ତାନୀ ହୋଇଥିଲା। ତେବେ ଚଳିତବର୍ଷ ପ୍ରାୟ ପାଖାପାଖି ୩୦ ମେଟ୍ରିକ ଟନ ରପ୍ତାନୀ ହୋଇପାରିବ କି ନା ସନ୍ଦେହ ଲାଗିଲାଣି। ଫଳରେ ଚାଷୀଙ୍କ ଆଶା ପାଣି ହୋଇଯାଇଛି।

ଦୁବାଇ, କତାର, ଦୋହା ଓ ଲଣ୍ଡନ ଭାରତୀୟ ଆମ୍ବର ମୁଖ୍ୟ ଆମଦାନୀକାରୀ। ଚଳିତବର୍ଷ ରପ୍ତାନୀ ଲାଗି ୧୩୦ ମେଟ୍ରିକ ଟନର ଅର୍ଡର ମିଳିଥିଲା। ହେଲେ କରୋନା ଏଥିରେ ଏ ପର୍ଯ୍ୟନ୍ତ ବାଧକ ହୋଇ ରହିଛି ବୋଲି ମଣ୍ଡି ସମ୍ପାଦକ ସଞ୍ଜୟ ସିଂହ କହିଛନ୍ତି। ଏବେ ପ୍ରାୟ ସମୟ ଫ୍ଲାଇଟ୍‌ ବାତିଲ ହେଉଛି। ଏଣୁ ରପ୍ତାନୀ ବଢିପାରୁ ନାହିଁ। ଚଳିତବର୍ଷ ପ୍ରଥମ ଥର ନ୍ୟୁଜିଲ୍ୟାଣ୍ଡ, ଜାପାନ ଓ କୋରିଆ ମଧ୍ୟ ଆମ୍ବ ମଗାଇଥିଲେ। ହେଲେ ସେମାନଙ୍କ ଅର୍ଡର ପୂରଣ କରାଯାଇପାରୁନି। ଏବର୍ଷ ଉତ୍ତରପ୍ରଦେଶ ଭଲ ଆମ୍ବଫସଲ ପାଇଥିଲା। ଚାଷୀ ମଧ୍ୟ ଲାଭବାନ ହେବେ ବୋଲି ଆଶାୟୀ ଥିଲେ, ହେଲେ କରୋନା ସଂକ୍ରମଣ ଚାଷୀ ଓ ବ୍ୟବସାୟୀ ଉଭୟଙ୍କୁ ନିରାଶ କରିଛି।

   Related Posts