ମାଙ୍ଗାନିଜ୍ ବୋଝେଇ ଟ୍ରକ୍ ଜବତ, ଡ୍ରାଇଭର ଫେରାର

Published By : Prameya-News7 Bureau | February 09, 2019 IST

ବଲାଙ୍ଗୀର ୯|୨:  ବଲାଙ୍ଗିର ସହର କଦଳୀ ମୁଣ୍ଡା ନର୍ସରୀ ନିକଟରୁ ମାଙ୍ଗାନିଜ ଭରା ଏକ ଟ୍ରକ୍ ଜବତ କରିଛି ବନବିଭାଗ। ସଦର ଥାନା ଗଡ଼ଶଙ୍କର ଡୁଙ୍ଗୁରୀପାଲି ଭାଲୁଡୁଙ୍ଗୁରୀ ପାହାଡରୁ ମାଙ୍ଗାନିଜ୍ ଚୋରାଚାଲାଣ କରୁଥିଲେ ଲୁଟେରା। ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ଡିଏଫଓ ଘଟଣାସ୍ଥଳକୁ ଯାଇ ମାଙ୍ଗାନିଜ୍ ବୋଝେଇ ଟ୍ରକକୁ ଜବତ କରିଛନ୍ତି । ପାଖାପାଖି ୮ ଟନ୍‌ରୁ ଅଧିକ ମାଙ୍ଗାନିଜ୍ ରହିଛି ଟ୍ରକରେ । ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ । ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ଗାଡି ଡ୍ରାଇଭର ଓ ଲୁଟେରା।  

{"id":83643}

ଏଭଳି କାରବାର ବଲାଙ୍ଗୀର ଜିଲ୍ଲାରେ ବାରମ୍ବାର ହେଉଛି । ବନବିଭାଗର ଅବହେଳାକୁ ଦାୟୀ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବଲାଙ୍ଗିର ଜିଲ୍ଲାରେ ବହୁ ମୂଲ୍ୟବାନ ପାହାଡ ରହିଛି। ମଠଖାଇ, ଭାଲୁଡୁଙ୍ଗୁରୀ, ଭୀମପାହାଡ, ଲଣ୍ଡାପାହାଡ, ହରିଶଙ୍କର ଭଳି ପାହାଡରେ ରହିଛି ମୂଲ୍ୟବାନ ଖଣିଜ ସଂପଦ।  ଏହା ଉପରେ ନଜର ପକାଇଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ମାଫିଆ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.