ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣା : ୨ ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ନୋଟିସ୍ ଜାରି କଲା ମଙ୍ଗଳାବାଗ ପୋଲିସ

Published By : Prameya-News7 Bureau | September 14, 2021 IST

କଟକ ୧୪।୯: ବିଧାନସଭା ସମ୍ମୁଖରେ ଦୁଷ୍ମନ୍ତ ଦାସଙ୍କ ଆତ୍ମହତ୍ୟା ଘଟଣାରେ ଦୁଇ ଜଣ ୱେବ୍ ପୋର୍ଟାଲ ସାମ୍ବାଦିକଙ୍କୁ ନୋଟିସ୍ ଜାରି ହୋଇଛି । ଉଭୟ ସାମ୍ବାଦିକଙ୍କୁ ମଙ୍ଗଳାବାଗ ଥାନା ପୋଲିସ୍ ନୋଟିସ୍ କରିଛି । ଦୁଇ ଜଣ ୱେବ୍ ସାମ୍ବାଦିକ ହେଲେ ଅସିତ ରାଉତ ଏବଂ ଦିପ୍ତୀମୟ । ଦୁଷ୍ମନ୍ତଙ୍କ ସ ଏହି ୨ ସାମ୍ବାଦିକଙ୍କ ସହ ସମ୍ପର୍କ ନେଇ ଖୋଳତାଡ କରିବ ପୋଲିସ । ବୁଧବାର ଥାନାରେ ହାଜର ହୋଇ ତଥ୍ୟ ରଖିବାକୁ ନୋଟିସ୍ ରେ ଉଲ୍ଲେଖ ରହିଛି । ଉଭୟ ସାମ୍ବାଦିକ ଦୁଷ୍ମନ୍ତଙ୍କ ମୃତ୍ୟୁ ପୂର୍ବରୁ ବାରମ୍ବାର ଯୋଗାଯୋଗରେ ଥିଲେ ।

ଉଲ୍ଲେଖଯୋଗ୍ୟ ଯେ, ଗତ ୭ ତାରିଖରେ ବିଧାନସଭା ଚାଲିଥିବା ବେଳେ ଦୁଷ୍ମନ୍ତ ନିଜ ହାତ କାଟି ବିରୋଧ ପ୍ରଦର୍ଶନ କରିଥିଲେ । ଏପରିକି ସେ ବିଷ ପିଇ ଦେଇଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଷ୍ମନ୍ତଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରବର୍ତ୍ତୀ ସମୟରେ ଏସସିବିକୁ ପଠାଇଥିଲେ । ସେଠାରେ ଦୁଷ୍ମନ୍ତଙ୍କୁ ମୃତ ଘୋଷଣା କରିଥିଲେ ଏସସିବି ଡାକ୍ତର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.