ମଙ୍ଗଳଙ୍କ ରାଶି ପରିବର୍ତ୍ତନ, ଏହି ରାଶି ଜାତଙ୍କ ଏବେ ଚମକିବ ଭାଗ୍ୟ

Published By : Prameya-News7 Bureau | February 06, 2020 IST

ମାଘ ଶୁକ୍ଲପକ୍ଷ ତ୍ରୟୋଦଶୀ ଫେବୃଆରୀ ୭ ତାରିଖ ରାତି ୧୦ଟା ୧୫ ମିନିଟ୍‌ରେ ମଙ୍ଗଳ ଶ୍ୱରାଶି ବୃଶ୍ଚିକରୁ ବୃହସ୍ପତିଙ୍କ ରାଶି ଧନକୁ ଚଳିବେ। ଶକ୍ତି, ସାହାସ, ପ୍ରତିଯୋଗୀତା, ଶତ୍ରୁ, ବିବାଦ ଓ ଉତ୍ତେଜନାର କାରକ ଗ୍ରହ ହେଉଛନ୍ତି ମଙ୍ଗଳ। ଧନୁରାଶିରେ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ମଙ୍ଗଳ ଅବସ୍ଥାନ କରିବେ। ତେବେ ଏଠାରେ ମଧ୍ୟ ମଙ୍ଗଳ ଉତ୍ତମ ଫଳ ପ୍ରଦାନ କରିବେ। କାରଣ ଦେବଗୁରୁ ବୃହସ୍ପତିଙ୍କ ସହ ମଙ୍ଗଳଙ୍କ ମିତ୍ର ସମ୍ପର୍କ ଏବେ ଗୋଚରରେ ସମସ୍ତଙ୍କ ଅଭିଷ୍ଟ ପୁରଣ କରିବାରେ ସକ୍ଷମ ହେବେ।

{"id":221007,"width":578,"height":393,"sizeSlug":"large"}

ଗୁରୁଙ୍କ ଗୃହରେ ଅବସ୍ଥାନ ଏବେ ମଙ୍ଗଳ ପୂର୍ଣ୍ଣ ଫଳ ପ୍ରଦାନ କରିବାରେ ସମର୍ଥ ହେବେ। ଏଠାରେ ପୂର୍ବରୁ ବୃହସ୍ପତି କେତୁଙ୍କ ସହ ଅବସ୍ଥାନ କରୁଛନ୍ତି। ଏଣୁ ମଙ୍ଗଳଙ୍କ ରାଶି ପରିବର୍ତ୍ତନର ପ୍ରଭାବ ଅନେକ ରାଶି ଉପରେ ପଡିବ। ତେବେ ଆସନ୍ତୁ ଜାଣିବା ମଙ୍ଗଳଙ୍କ ରାଶି ପରିବର୍ତ୍ତନ ଯୋଗୁ କେଉଁ ରାଶି ଜାତକଙ୍କ ଉପରେ ପଡିବ କିପରି ପ୍ରଭାବ।

{"id":221008,"width":583,"height":313,"sizeSlug":"large"}

ମେଷ:  ରାଶି ଚକ୍ରର ପ୍ରଥମ ମେଷ ରାଶି ଜାତକଙ୍କ ଲାଗି ମଙ୍ଗଳଙ୍କ ଗୋଚର ପରାକ୍ରମ ବୃଦ୍ଧି ସହ ପିତାଙ୍କ ସୂତ୍ରରୁ ଲାଭ ଓ ମନୋବଳ ବୃଦ୍ଧିରେ ସହାୟକ ହେବ। ତେବେ ଯାତ୍ରା ଖର୍ଚ୍ଚପ୍ରଦ ହେବ।
ବୃଷ : ମଙ୍ଗଳଙ୍କ ଗୋଚର ଏହି ରାଶି ଜାତକଙ୍କ ପେଟ ଜନିତ ସମସ୍ୟାର କାରଣ ହୋଇପାରେ। ତେବେ ଧନ ବୃଦ୍ଧି ସହ ଆୟ ବୃଦ୍ଧି ଓ ପରାକ୍ରମରେ ବୃଦ୍ଧି ହେବ।
ମିଥୁନ : ମନ ଉତ୍ତେଜିତ ରହିବ, ଦାମ୍ପତ୍ୟ ଜୀବନରେ ସୁଖ ହ୍ରାସ। ତେବେ ଗୃହ ଏବଂ ବାହାନ ସୁଖରେ ବୃଦ୍ଧି ଏବଂ ଖର୍ଚ୍ଚ ହେବାକୁ ଥିବା ବେଳେ ମନ ଅଶାନ୍ତ ରହିବ।
କର୍କଟ : ରୋଗ, ଋଣ ଓ ଶତ୍ରୁଙ୍କ ଉପରେ ବିଜୟ । ଯାତ୍ରାରେ ଖର୍ଚ୍ଚ, କ୍ରୋଧ ବୃଦ୍ଧି, ସରକାରୀ ସୂତ୍ରରୁ ଲାଭ ମିଳିବାର ଯୋଗ ରହିଛି। ତେବେ ମନ ଅଶାନ୍ତ ରହିବ।
ସିଂହ: ରୋଗ,ଋଣ ଓ ଶତ୍ରୁ ଭୟ ସାଙ୍ଗକୁ ମନ ଅଶାନ୍ତ ରହିବ। ପାଠ ପଢାରେ ବାଧା, ସନ୍ତାନ ଲାଗି ଖର୍ଚ୍ଚ ଆଶଙ୍କା କରାଯାଉଛି।
କନ୍ୟା: ଭୂ ସମ୍ପତ୍ତିରୁ ଲାଭ ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ଉପୁଜିବାକୁଥିବା ବେଳେ କାର୍ଯ୍ୟ ବୃଦ୍ଧି ହେବାର ଆଶଙ୍କା ରହିଛି। ତୁଳା: ପରାକ୍ରମରେ ବୃଦ୍ଧି ସାଙ୍ଗରେ ଭାଗ୍ୟରେ ଅଭିବୃଦ୍ଧି ପିତାଙ୍କ ସହଯୋଗ ମିଳିବାର ଆଶା। ତେବେ ଦାମ୍ପତ୍ୟକୁ ନେଇ ଚିନ୍ତା।
ବୃଶ୍ଚିକ:  ପାଦରେ ସମସ୍ୟା, ପେଟ ଯନ୍ତ୍ରଣା ଉପୁଜିବାର ଆଶଙ୍କା ତେବେ ଧନ ବୃଦ୍ଧି ଓ ଧନଲାଭର ଆଶା କରାଯାଏ। ଧନୁ:  ଦାମ୍ପତ୍ୟରେ କଷ୍ଟ, କ୍ରୋଧ ବୃଦ୍ଧି, ପିତାଙ୍କ ଯୋଗୁ କଷ୍ଟ ଅଥବା ପିତାଙ୍କୁ କଷ୍ଟ ଆଶଙ୍କା କରାଯାଉଛି। ଏଣୁ ମାନସିକ ପିଡାର ଆଶଙ୍କା କରାଯାଏ।
ମକର: ପରାକ୍ରମରେ ବୃଦ୍ଧି, ଦାମ୍ପତ୍ୟରେ ସାମାନ୍ୟ ଅଶାନ୍ତି ଆଶଙ୍କା, ରୋଗ, ଋଣ ଓ ଶତ୍ରୁଙ୍କ ଉପରେ ବିଜୟ।ତେବେ ବ୍ୟୟ ବୃଦ୍ଧିର ଆଶଙ୍କା କରାଯାଏ।
କୁମ୍ଭ : ଆୟରେ ବୃଦ୍ଧି, ଶତ୍ରୁ ଉପରେ ବିଜୟ ସନ୍ତାନକୁ ନେଇ ଚିନ୍ତାରେ ପଡିପାରନ୍ତି।
ମିନ: ମାତାଙ୍କୁ କଷ୍ଟ ଗୃହ ଏବଂ ବାହାନ ସୁଖବୃଦ୍ଧି କାର୍ଯ୍ୟରେ ବୃଦ୍ଧି।

{"id":221009,"width":582,"height":411,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.