ଗୁରୁବାର ରାଶି ପରିବର୍ତ୍ତନ କରିବେ ମଙ୍ଗଳ ଗ୍ରହ, ଏହି ୬ ରାଶିର ବ୍ୟକ୍ତିବିଶେଷଙ୍କୁ ମିଳିପାରେ ଶୁଭ ଫଳ

Published By : Prameya-News7 Bureau | December 23, 2020 IST

ଭୁବନେଶ୍ବର ୨୩/୧୨:  ଗୁରୁବାର ମଙ୍ଗଳ ଗ୍ରହ ରାଶି ପରିବର୍ତ୍ତନ କରିବେ। ମଙ୍ଗଳ ଗ୍ରହ, ମେଶ ରାଶିରେ ପ୍ରବେଶ କରିବେ। ଏହି ରାଶିରେ ମଙ୍ଗଳ ଗ୍ରହ ୨୨ ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ ରହିବେ। ମେଶ ଓ ବୃଷ ରାଶିର ସ୍ବାମୀ ମଙ୍ଗଳ କର୍କଟ ରାଶିର ତଳେ ଓ ମକର ରାଶିର ଉର୍ଦ୍ଧ୍ବ ବୋଲି ବିଚାର କରାଯାଏ। ମଙ୍ଗଳ ଗ୍ରହଙ୍କ ଏହି ରାଶି ପରିବର୍ତ୍ତନ କିଛି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ଫଳ ନେଇ ଆସିବ। କିଛି ଜାତକର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ସମାଚାର ଆଣିବ। ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କୁ କଣ ମିଳିବ ଲାଭ..

ମେଷ- ମେଷ ରାଶିର ବ୍ୟକ୍ତିବିଶେଷ କିଛି ନୂଆ କାର୍ଯ୍ୟ ଆରମ୍ଭ କରିବେ। ଜମି ଜମା ମାମଲାରେ ବିବାଦ ତୁଟିବ। ଉଚ୍ଚ ଅଧିକାରୀଙ୍କ ସହ ସମ୍ପର୍କରେ ସୁଧାର ଆସିବ।

ମିଥୁନ- ଏହି ରାଶିର ବ୍ୟକ୍ତିଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ। ଚାକିରୀ ଓ ବିଜ୍‌ନେସ୍‌ କ୍ଷେତ୍ରରେ ଉନ୍ନତ୍ତି ହେବ। କୋର୍ଟ-କଚେରି ନିଷ୍ପତି ଆପଣଙ୍କ ପକ୍ଷରେ ଆସିପାରେ। ସନ୍ତାନ ସମ୍ବନ୍ଧୀୟ ଚିନ୍ତାରୁ ମୁକ୍ତି ପାଇବେ।

କର୍କଟ- ଚାକିରୀ ଓ ବେପାରରେ ଉନ୍ନତ୍ତି ଆସିବ। କାର୍ଯ୍ୟ କ୍ଷେତ୍ରରେ ସ୍ଥାନ ପରିବର୍ତ୍ତନ ସମ୍ଭବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ।ଛାତ୍ରଛାତ୍ରୀଙ୍କ ପାଇଁ ଦିନ ଶୁଭ ରହିବ। ଏହି ରାଶିର ଲୋକମାନଙ୍କ କ୍ଷେତ୍ରରେ ଚାକିରୀ ପାଇବାର ଯୋଗ ରହିଛି।

ସିଂହ- ଏହି ରାଶିର ବ୍ୟକ୍ତି ଧର୍ମ ଓ ଆଧ୍ୟତ୍ମରେ ମନୋନିବେଶ କରିବେ। ସମାଜରେ ମାନ ସମ୍ମାନ ବଢ଼ିବ। ସଫଳତାର ସମ୍ଭାବନା ବୃଦ୍ଧି ପାଇବ। କୌଣସି ବଡ଼ ସମ୍ମାନର ଅଧିକାରୀ ହୋଇପାରନ୍ତି।

ଧନୁ- ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ବିଦେଶୀ କମ୍ପାନୀରେ ଚାକିରୀ କରିବାକୁ ପ୍ରୟାସ କରୁଥିବା ବ୍ୟକ୍ତିଙ୍କୁ ଶୁଭ ସମ୍ବାଦ ମିଳିପାରେ। ସନ୍ତାନ ସମ୍ବନ୍ଧୀୟ ଚିନ୍ତାରୁ ମୁକ୍ତି ମିଳିବ।

କୁମ୍ଭ- ଏହି ରାଶିର ଲୋକଙ୍କ ନିଷ୍ପତ୍ତିକୁ ପ୍ରଶଂସା ମିଳିବ। ଧର୍ମ ପ୍ରତି ରୁଚି ବଢ଼ିବ। କାର୍ଯକ୍ଷେତ୍ରରେ ଉନ୍ନତ୍ତି ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.