କୁଣ୍ଡଳୀରେ ମାଙ୍ଗଳିକ ଦୋଷ କ'ଣ, ଜୀବନ ଉପରେ କିପରି ପଡିଥାଏ ଏହାର ପ୍ରଭାବ ? ଜାଣନ୍ତୁ ଉପାୟ

Published By : Prameya-News7 Bureau | October 18, 2020 IST

ଭୁବନେଶ୍ୱର ୧୮/୧୦ : କୁଣ୍ଡଳୀରେ ମାଙ୍ଗଳିକ ଦୋଷ ଥିବା ପ୍ରାୟତଃ ସମସ୍ତେ ଜାଣିଥାନ୍ତି। ତେବେ ମାଙ୍ଗଳିକ ଦୋଷ କଣ ? କୁଣ୍ଡଳୀରେ ଏହି ଦୋଷ ଥିଲେ ଜୀବନରେ କଣ ପ୍ରଭାବ ପଡେ, ଏବଂ ପ୍ରଭାବ ଯଦି ନକାରାତ୍ମକ ହୁଏ ତାହେଲେ ତାର ଉପାୟ କଣ ? ଏହିଭଳି ଅନେକ ପ୍ରଶ୍ନ ମନରେ ଉଙ୍କି ମାରେ। ପ୍ରଥମେ ଜାଣନ୍ତୁ ମାଙ୍ଗଳିକ ଦୋଷ କଣ :

ଜ୍ୟୋତିଷଶାସ୍ତ୍ରରେ ଜନ୍ମ କୁଣ୍ଡଳୀର ଲଗ୍ନ ଭାବ, ଚତୁର୍ଥ ଭାବ, ସପ୍ତମ ଭାବ, ଅଷ୍ଟମ ଭାବ, ଦ୍ୱାଦଶ ଭାବରେ ଯଦି ମଙ୍ଗଳ ଥାଏ ତାହେଲେ କୁଣ୍ଡଳୀରେ ମଙ୍ଗଳ ଦୋଷ ରହିଛି ବୋଲି କୁହାଯାଏ ଏବଂ ସେହି ଯୁବକ ବା ଯୁବତୀଙ୍କୁ ମାଙ୍ଗଳିକ ବୋଲି କୁହାଯାଏ। ସାଧାରଣ ଭାଷାରେ କହିବାକୁ ଗଲେ ଯାହା କୁଣ୍ଡଳୀରେ ମଙ୍ଗଳ ଦୋଷ ଥାଏ ସେମାନଙ୍କ ବୈବାହିକ ଜୀବନ ଯେକୌଣସି ସମସ୍ୟା ଦେଇ ଗତି କରିଥାଏ।

{"id":346627,"sizeSlug":"large"}

କୁଣ୍ଡଳୀରେ ମଙ୍ଗଳ ଦୋଷ ଥିଲେ ଲୋକେ ଭୟଭୀତ ହୋଇଯାନ୍ତି। ମାଙ୍ଗଳିକ ଦୋଷ ସହ ଜଡିତ କିଛି ପୌରାଣିକ ତଥ୍ୟ ରହିଛି। ଜାଣନ୍ତୁ କଣ:

ସବୁଠାରୁ ପ୍ରଥମ ଓ ସାଧାରଣ ତଥ୍ୟ ହେଲା, ଯଦି ମାଙ୍ଗଳିକ ଓ ଅମାଙ୍ଗଳିକ ଜାତକ ଜାତିକାର ବିବାହ କରାଯାଏ ତାହେଲେ ସେମାନଙ୍କ ବିବାହ ନିଶ୍ଚୟ ଭାଙ୍ଗିଯାଏ। କିନ୍ତୁ ସବୁ କ୍ଷେତ୍ରରେ ଏହା ସତ୍ୟ ନୁହେଁ। ବୈବାହିକ ଜୀବନରେ ସମସ୍ୟା ଆସିପାରେ କିନ୍ତୁ କେବଳ ସେହି କାରଣରୁ ବିବାହ ଭାଙ୍ଗିଯିବା ସତ୍ୟ ନୁହେଁ।

ଦ୍ୱିତୀୟ ବିଶ୍ୱାସ ହେଲା, ଯେଉଁମାନଙ୍କ କୁଣ୍ଡଳୀରେ ମାଙ୍ଗଳିକ ଦୋଷ ଥାଏ ପ୍ରଥମେ ତାଙ୍କ ବିବାହ ବରଗଛ ସହ କରିବା ଉଚିତ, କିନ୍ତୁ ଏହା ଠିକ ନୁହେଁ।

{"id":346628,"width":559,"height":466,"sizeSlug":"large"}

ତୃତୀୟରେ, ମଙ୍ଗଳ ସହ ଗୁରୁ କିମ୍ବା ଶନି ଏକତ୍ରିତ ହେଲେ ମଙ୍ଗଳ ଦୋଷ କଟିଯାଇଥାଏ, କିନ୍ତୁ ଏମିତି ହୋଇନଥାଏ। ମଙ୍ଗଳ ଦୋଷକୁ କେବେ ଶେଷ କରିହେବ ନାହିଁ ବୋଲି ବିଶ୍ୱାସ ରହିଛି। କିନ୍ତୁ ଜ୍ୟୋତିଷ ଉପାୟରେ ଏହାର ପ୍ରଭାବ କିଛି ମାତ୍ରାରେ କମ କରାଯାଇ ପାରିବ।

ଚତୁର୍ଥରେ, ବିଶ୍ୱାସ ରହିଛି ଯେ ୨୭ ବର୍ଷ ବୟସ ପରେ ମଙ୍ଗଳ ଦୋଷ ଆପେ ଆପେ ସମାପ୍ତ ହୋଇଯାଏ। କିନ୍ତୁ ଏହା ସମ୍ପୂର୍ଣ୍ଣ ମିଥ୍ୟା।

ମଙ୍ଗଳ ଦୋଷର ପ୍ରଭାବ :

୧. ଯଦି ଜାତକର ଲଗ୍ନ ଭାବରେ ସୂର୍ଯ୍ୟ ଅଛନ୍ତି ତାହେଲେ ସେମାନଙ୍କ ସ୍ୱଭାବ ଅତ୍ୟଧିକ ତେଜ, କ୍ରୋଧୀ ଓ ଅହଙ୍କାରୀ ହୋଇଥାଏ।

{"id":346629,"sizeSlug":"large"}

୨. ଚତୁର୍ଥ ଭାବରେ ମଙ୍ଗଳ ଥିଲେ କମ ସୁଖ ପ୍ରାପ୍ତ ହୁଏ ଓ ଅଧିକ କଷ୍ଟର ସମ୍ମୁଖୀନ ହେବାକୁ ପଡିଥାଏ। ସପ୍ତମ ଭାବରେ ମଙ୍ଗଳ ବିରାଜମାନ ଥିଲେ ବୈବାହିକ ଜୀବନରେ ସମସ୍ୟା ସାମ୍ନା କରିବାକୁ ପଡିଥାଏ।

୩. ଅଷ୍ଟମ ଭାବରେ ମଙ୍ଗଳ ଥିଲେ ବୈବାହିକ ଜୀବନରେ ସୁଖ ଶାନ୍ତି ଅଭାବ ସହ ଶାଶୂଘରେ ମଧ୍ୟ ସୁଖର ଅଭାବ ଦେଖାଦିଏ। ଶାଶୂଘରେ ସମ୍ପର୍କ ମଧ୍ୟ ଭଲ ରହେନାହିଁ।

୪. ଦ୍ୱାଦଶ ଭାବରେ ମଙ୍ଗଳ ବସିଥିଲେ ବୈବାହିକ ଜୀବନରେ ସମସ୍ୟା, ଶାରୀରିକ କ୍ଷମତାରେ ଅଭାବ, ରୋଗ, କଳହ ଆଦି ସମସ୍ୟା ସାମ୍ନା କରିବାକୁ ପଡିଥାଏ।

{"id":346624,"sizeSlug":"large"}

କୁଣ୍ଡଳୀରେ ମାଙ୍ଗଳିକ ଦୋଷ ଥିଲେ ଏହି ଉପାୟ କରିପାରିବେ :

ମାଙ୍ଗଳିକ ଦୋଷ ସମାପ୍ତ କରିହେବନି କିନ୍ତୁ କିଛି ଉପାୟରେ ଏହାର ପ୍ରଭାବ ନିଶ୍ଚୟ କମ କରାଯାଇ ପାରିବ

୧. ପ୍ରତିଦିନ ହନୁମାନ ଚାଳିଶା ପାଠ କରନ୍ତୁ, ଯଦି ପ୍ରତିଦିନ ସମ୍ଭବ ନୁହେଁ ତେବେ ପ୍ରତି ମଙ୍ଗଳବାର ପାଠ କରନ୍ତୁ

୨. ଭଗବାନ ଶିବ ଓ ଶକ୍ତିଙ୍କ ପ୍ରତି ପୂର୍ଣ୍ଣ ଶ୍ରଦ୍ଧାର ସହିତ ଭକ୍ତି କରନ୍ତୁ

୩. ଶିବଲିଙ୍ଗରେ ନାଲି ରଙ୍ଗର ଫୁଲ ଚଢାନ୍ତୁ

୪. ପ୍ରତି ମଙ୍ଗଳବାର ଦିନ ଲାଲ ମସୁର ଡାଲି ଦାନ କରନ୍ତୁ, ଗୁଡ ମଧ୍ୟ ଦାନ କରିପାରିବେ

୫. ମଙ୍ଗଳବାର ଦିନ ଗରିବ କିମ୍ବା ଶ୍ରମିକଙ୍କୁ ଖାଇବାକୁ ଦିଅନ୍ତୁ

୬. ପ୍ରତି ମଙ୍ଗଳବାର ଦିନ ହନୁମାନଙ୍କ ଚରଣରେ ତୁଳସୀ ପତ୍ରରେ ସିନ୍ଦୁରରେ ଶ୍ରୀରାମ ଲେଖି ଅର୍ପଣ କରନ୍ତୁ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.