ନା ପତିଆରା କମିଲା ନା ପଦ, ମୁଁ ବିଜେପିରେ ଠିକ୍ ଅଛି: ଏମିତି ଜବାବ ଦେଲେ ମେନକା ଗାନ୍ଧୀ

Published By : Prameya-News7 Bureau | October 11, 2021 IST

ସୁଲତାନପୁର ୧୧।୧୦: ପାର୍ଟିର ଜାତୀୟ କାର୍ଯ୍ୟକାରିଣୀରୁ ଗତ ଦିନରେ ବରୁଣ ଗାନ୍ଧୀ ସମେତ ତାଙ୍କୁ ବାହାର କରାଯିବା ଉପରେ ବିଜେପି ସାଂସଦ ମେନକା ଗାନ୍ଧୀ ସୋମବାର ବହୁତ ସିଧା ସଳଖ ଜବାବ ଦେଇଛନ୍ତି। ସେ କହିଛନ୍ତି ନା ମୋର ପତିଆରା କମିଲା ଏବଂ ନା ମୋର ପଦ। ନା ମୋ ଉପରେ କିଛି ଫରକ ପଡିଲା ଏବଂ ନା କାହା ଉପରେ ପଡିଲା। ଏହା କୌଣସି ବଡ କଥା ନୁହେଁ। ପ୍ରତି ବର୍ଷ କାର୍ଯ୍ୟକାରିଣୀ ବଦଳା ଯାଏ। କାର୍ଯ୍ୟକାରିଣୀ ସଦସ୍ୟ ବଦଳାଇବା ପାର୍ଟିର ଅଧିକାର ରହିଛି।

ସୋମବାର ସାମ୍ବାଦିକଙ୍କ ପ୍ରଶ୍ନ ଉପରେ ମେନକା କହିଛନ୍ତି, ମୁଁ ୨୫ ବର୍ଷ ଧରି କାର୍ଯ୍ୟକାରିଣୀରେ ଥିଲି। ଯଦି ଏଥିରେ ପରିବର୍ତ୍ତନ କରାଯାଉଛି ତେବେ ଏଥିରେ ବଡ କଥା କଣ ଅଛି। ନୂଆଁ ଲୋକଙ୍କୁ ମଧ୍ୟ ସୁଯୋଗ ମିଳିବା ଉଚିତ୍। ଏଥିରେ ଚିନ୍ତା କରିବାର କିଛି ବିଷୟ ନାହିଁ। ମୁଁ ବିଜେପିରେ ଠିକ୍ ଅଛି। ମୋର ନଜର ଲେଖପାଲଠୁ ନେଇ ତହସିଲଦାର ପର୍ଯ୍ୟନ୍ତ ରହିଛି। ମା ପରି ଯତ୍ନ ନେଇ ଏବଂ ଘର ପରି ସଂସଦୀୟ କ୍ଷେତ୍ରର ଲୋକଙ୍କ ସହ ଦୁଃଖ ବାଣ୍ଟୁଛି ବୋଲି ମେନକା କହିଛନ୍ତି।

ମେନକା ଡିସେମ୍ବର ସୁଦ୍ଧା ଏଫଏମ ରେଡିଓ ସେଣ୍ଟର ସଞ୍ଚାଳନ କରିବାକୁ  ଘୋଷଣା କରିଛନ୍ତି। ଚୌପାଲରେ ଲୋକଙ୍କୁ ସମ୍ବୋଧିତ କରିବା ସମୟରେ ସେ ସରକାରଙ୍କ ପକ୍ଷରୁ ପରିଚାଳିତ ବିଭିନ୍ନ ଯୋଜନାର ପ୍ରଶଂସା କରିଛନ୍ତି। ଏହି ସମୟରେ ତାଙ୍କ ପ୍ରତିନିଧି ରଣଜୀତ କୁମାର, ବ୍ଲକ ଚେୟାରମ୍ୟାନ ଶିବକୁମାର ସିଂହ, ପୂର୍ବତନ ବିଧାୟକ ଅର୍ଜୁନ ସିଂହ, ଶ୍ୟାମ ବାହାଦୂର ପାଣ୍ଡେ ସମେତ ଅନ୍ୟ ନେତା ଉପସ୍ଥିତ ଥିଲେ।

ଉଲ୍ଲେଖନୀୟ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ମେନକା ଗାନ୍ଧୀଙ୍କ ପୁଅ ବରୁଣ ଗାନ୍ଧୀ ଲକ୍ଷ୍ମୀପୁର ଖେରୀ ମାମଲାରେ ନିଜ ସରକାରର ସମାଲୋଚନା କରିଥିଲେ। ସେ ଅନେକ ଥର ଭିନ୍ନ ଭିନ୍ନ ପ୍ରସଙ୍ଗରେ ନିଜ ସରକାରଙ୍କ ଦୋଷ ଦୁର୍ବଳତାକୁ ନେଇ ପ୍ରତିକ୍ରିୟା ଦେଇଥାନ୍ତି। ତାଙ୍କର ଏମିତି ଆଭିମୁଖ୍ୟ ନେଇ ସେ ବିଜେପି ଛାଡି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.