Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||

ଡ଼ାକ୍ତରଙ୍କୁ ଚରମ ଚେତାବନୀ ଦେଲେ ମେନକା ଗାନ୍ଧୀ: କହିଲେ ସୁଧୁରି ଯାଅ ନହେଲେ ଦୁଇ ମିନିଟରେ ଶେଷ କରିଦେବେ ତାଙ୍କ କାମ

25/08/2019 at 10:27 AM

ସୁଲତାନପୁର୨୫|୮: ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ଏକ ଅଲଗା ରୂପ ଶନିବାର ଦିନ ଦେଖିବାକୁ ମିଳିଛି। ସୁଲତାନପୁରକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ମେନକା ଗାନ୍ଧୀ ଜଣେ ଡାକ୍ତରଙ୍କ ଦାୟିତ୍ବ ହୀନତା ପାଇଁ ତାଙ୍କ ଉପରେ ବର୍ଷି ଥିଲେ। ଡାକ୍ତରଙ୍କ ଦାୟିତ୍ବ ହୀନତା ପାଇଁ ତାଙ୍କୁ ଫୋନ କରି ଚରମ ଚେତବନୀ ମଧ୍ୟ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ସୁଲତାନପୁରରେ ମେନକା ଗାନ୍ଧି ପହଞ୍ଚିବା ପରେ ବିଜେପିର କାର୍ଯ୍ୟକର୍ତ୍ତାମାନେ ତାଙ୍କୁ ଫୁଲମାଳ ପିନ୍ଧାଇ ଜୋରଦାର ସ୍ବାଗତ କରିଥିଲେ। ସେତେବେଳେ ମେନକା ବହୁତ ଶାନ୍ତ ଓ ଖୁସି ମଧ୍ୟ ଥିଲେ। ଏହାପରେ ଦୋସ୍ତପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର(ସିଏଚସି)ରେ ମେନକା ପହଞ୍ଚି ଥିଲେ। ସେଠାକୁ ମେନକା ଯିବେ ବୋଲି କାହାକୁ ସୂଚନା ଦିଆଯାଇ ନଥିଲା। ହସ୍ପିଟାଲରେ ସୁପରିଟେଣ୍ଡେଣ୍ଟ ଡକ୍ଟର ଆରଏ ରତ୍ନାକର ସେଠାରେ ଉପସ୍ଥିତ ନଥିବା ଦେଖି ମେନକା କର୍ମଚାରୀଙ୍କ ତାଙ୍କ ସଂପର୍କରେ ପଚରାଉଚାର କରିଥିଲେ। ସେ ସବୁଦିନ ବିଳମ୍ବରେ ଆସନ୍ତି ବୋଲି ମେନକାଙ୍କୁ ସୂଚନା ମିଳିଥିଲା।

ଏହିକଥା ଶୁଣିବା ପରେ ମେନକା ରାଗି ଯାଇ ସଙ୍ଗେ ସଙ୍ଗେ ରତ୍ନାକରଙ୍କୁ ଫୋନ କରି ବିଳମ୍ବରେ କାହିଁକି ଆସୁଛ ବୋଲି ପଚାରିବା ସହ ଚରମ ଚେତାବନୀ ତାଙ୍କୁ ଦେଇଥିଲେ। ଚିକିତ୍ସା ପାଇଁ ରୋଗୀଙ୍କ ପାଖରୁ ରତ୍ନାକର ଟଙ୍କା ରଖନ୍ତି ବୋଲି ମେନକା ପାଖରେ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ଏଥିସହ ରତ୍ନାକର ଦୁଇ ସପ୍ତାହରୁ ଅଧିକଦିନ ହେବ ଡ୍ୟୁଟି କରୁ ନାହାଁନ୍ତି। ଏହା ପୂର୍ବରୁ ରତ୍ନାକରଙ୍କୁ ମଧ୍ୟ ଦୁଇଥର କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା ବୋଲି ମେନକା ଣୁଣିବାକୁ ପାଇଲେ।

ରତ୍ନାକରଙ୍କ କଳାକାରନାମା ସଂପର୍କରେ ମେନକା ଶୁଣିବା ପରେ ତାଙ୍କୁ ଚରମ ଚେତାବନୀ ଦେଇଥିଲେ। ମେନକା କହିଥିଲେ , ଏଥର ତାଙ୍କୁ ଚାକିରିରୁ ନିଲମ୍ବିତ କରାଯିବ ନାହଁ ବରଂ ତାଙ୍କ ଡାକ୍ତର ଲାଇସେନ୍ସକୁ ରଦ୍ଦ କରାଯିବ। ଯଦି ଏମତି ଆଉ ଥରେ ରତ୍ନାକର କରନ୍ତି ତେବେ ଦୁଇ ମିନିଟରେ ତାଙ୍କ କାମ ଶେଷ ହୋଇଯିବ ବୋଲି ମେନକା ଫୋନ କରି ତାଙ୍କୁ କହିଥିଲେ।

   Related Posts