ଅଙ୍ଗନଓ୍ବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଓ ଖାଲି ପଦବୀ ପୂରଣ ନେଇ ଧର୍ମେନ୍ଦ୍ରଙ୍କ ଚିଠିର ଉତ୍ତର ଦେଲେ ମାନେକା ଗାନ୍ଧି

Published By : Prameya-News7 Bureau | February 10, 2019 IST

ନୂଆଦିଲ୍ଲୀ ୧୦|୨:  ଅଙ୍ଗନଓ୍ବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ଓ ଖାଲି ପଦବୀ ପୂରଣ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠିର ଉତ୍ତର ଦେଲେ ମହିଳା ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧି । ଅଙ୍ଗନବାଡି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ସମ୍ପର୍କିତ ନିଷ୍ପତିକୁ ଓଡିଶା ସମେତ ଅନ୍ୟ ରାଜ୍ୟଙ୍କୁ ଜଣାଇ ଦିଆଯାଇଛି  । ବର୍ଦ୍ଧିତ ପାରିଶ୍ରମିକ ପାଇଁ କେନ୍ଦ୍ରର ଅଂଶ ଭାବରେ ଚଳିତ ଆର୍ଥିକ ବର୍ଷର ତୃତୀୟ ଓ ଚତୁର୍ଥ କ୍ବାର୍ଟରର ଅର୍ଥ ବାବଦ ଓଡିଶାକୁ ଦିଆ ଯାଇଥିବା ମାନେକା ଲେଖିଛନ୍ତି । ଏହା ବ୍ୟତୀତ ଅଙ୍ଗନଓ୍ବାଡୀ ପଦବୀ ପୂରଣ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ବାରମ୍ବାର ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳମାନଙ୍କୁ ଅନୁରୋଧ କରୁଥିବା ମାନେକା ଲେଖିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.