ବେଆଇନ ପାର୍କିଂ ଫି ଆଦାୟକୁ ନେଇ ବିବାଦ , ପୂଜକଙ୍କୁ ମନ୍ଦିରରୁ ବାହାର କରି ତାଲା ମାରିଲେ ଯୁବକ

Published By : Prameya-News7 Bureau | February 15, 2020 IST

ବାଂଶପାଳ ୧୫।୦୧:  ବେଆଇମ ପାର୍କି ଫି ଆଦାୟକୁ ବିରୋଧ କରି ମନ୍ଦିରରେ ତାଲା  । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଖଣ୍ଡାଧାର ଜଳପ୍ରପାତର ଘଟଣା । ମନ୍ଦିରରେ ତାଲା ସହ ପୂଜକଙ୍କୁ ବାହାର କରିଦେଲେ କିଛି ଯୁବକ ।

{"id":224562,"sizeSlug":"large"}

ସୂଚନାଯୋଗ୍ୟ ଯେ,  ବାଂଶପାଳ ବ୍ଲକ ଖଣ୍ଡାଧାର ଜଳପ୍ରପାତ ରେ ବେଆଈନ ଭାବେ କାଦକଳାର କିଛି ବ୍ୟକ୍ତି ପାର୍କିଂ ଫି ଆଦାୟ କରୁଛନ୍ତି । ଯାହାକୁ ନେଇ ଏଠାରେ ଥିବା ନିଳକଣ୍ଠେଶ୍ୱର ମନ୍ଦିରର ପୁଜକ ଭୁଗେନ୍ଦୁ ଦାଶ  ବିରୋଧ କରିଥିଲେ । ତେବେ ମନ୍ଦିରର ପୂଜକ ବିରୋଧ କରିବାରୁ ଗତ ମଙ୍ଗଳବାର ଉଭୟଙ୍କ  ମଧ୍ୟରେ କଥା କଟାକଟି ହୋଇଥିଲା ।

{"id":224563,"sizeSlug":"large"}

ଏଥିରେ ଉତ୍ୟକ୍ତ ହୋଇ ଗାଁର କିଛି ବ୍ୟକ୍ତି ପୂଜକଙ୍କୁ ମନ୍ଦିରରୁ ବାହାର କରି ଦେଇ ତାଲା ପକାଇ ଦେଇଥିଲେ । ମନ୍ଦିରର ପୁଜକ  ନୟାକୋଟ ଥାନାରେ ଅଭିଯୋଗ କରିଛନ୍ତି। ସେପଟେ ମନ୍ଦିରରୁ ପୂଜକଙ୍କୁ ବାହାର କରି ତାଲା ପକାଇବା ଦ୍ବାରା ପୂଜା ବନ୍ଦି ରହିଛି । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.