ଅକ୍ସିଜେନ୍ ଲେବଲ୍ ବଢାଇବା ପାଇଁ ମନ୍ଦିରା କହିଲେ ୨ଟି ଯୋଗାସନ, ସେୟାର କଲେ ଭିଡିଓ

Published By : Prameya-News7 Bureau | May 19, 2021 IST

ନୂଆଦିଲ୍ଲୀ ୧୯/୦୫: ବଲିଉଡ ଅଭିନେତ୍ରୀ ମନ୍ଦିରା ବେଦୀ ତାଙ୍କ ଫିଟନେସ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥା’ନ୍ତି । ନିଜ ଫିଟନେସ୍ ବଜାୟ ରଖିବା ପାଇଁ ମନ୍ଦିରା ପ୍ରତିଦିନ ଅତ୍ୟଧିକ ପରିଶ୍ରମ କରିଥାନ୍ତି । ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥି ସହିତ ମନ୍ଦିରା ବର୍ତ୍ତମାନ ନିଜ ଇନଷ୍ଟାଗ୍ରାମରେ ଆଉ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ୱାର୍କଆଉଟ୍ କରୁଥିବା ଦେଖାଯାଉଛି। ସେ ଏହା ମଧ୍ୟ କହିଛନ୍ତି ଯେ ଏହା ମାଧ୍ୟମରେ ଆପଣଙ୍କ ଅମ୍ଳଜାନ ସ୍ତର ବୃଦ୍ଧି ହେବା ସହିତ ଚାପ ମଧ୍ୟ କମିଥାଏ ।

wp:html
/wp:html

ମନ୍ଦିରା ବେଦୀ କହିଛନ୍ତି ଯେ ଆମେ ଯେକୌଣସି ସ୍ଥାନରେ ୱାର୍କଆଉଟ୍ କରିପାରିବା ଏବଂ ଏଥର ସେ ବ୍ୟାୟାମ କରିବା ପାଇଁ ନିଜ ବାଥରୁମକୁ ବାଛିଛନ୍ତି । ମନ୍ଦିରା ବେଦୀ ସୋମବାର ଦିନ ନିଜ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଉର୍ଦ୍ଧ ଧନୁରାସନ ବା ଚକ୍ରାସନ ପ୍ରଦର୍ଶନ କରୁଛନ୍ତି । ଏହା ହ୍ୱିଲ ପୋଜ୍ ଭାବରେ ମଧ୍ୟ ଜଣାଶୁଣା। ଭିଡିଓରେ ଦେଖାଯାଉଛି, ଅଭିନେତ୍ରୀ ଏକ ବିକିନିରେ ବ୍ୟାକବେଣ୍ଡ ଯୋଗ ପୋଜ୍ ଦେଉଛନ୍ତି । ତାଙ୍କ ଭିଡିଓ ସମସ୍ତଙ୍କୁ ଖୁବ୍ ପସନ୍ଦ ଆସୁଛି ।

ଭିଡିଓ ସେୟାର କରି ଅଭିନେତ୍ରୀ କ୍ୟାପସନରେ ଲେଖିଛନ୍ତି, ଏହା ଆପଣଙ୍କ ଅମ୍ଳଜାନ ସ୍ତରକୁ ବଢାଇଥାଏ, ଆପଣଙ୍କ ଚାପକୁ ହ୍ରାସ କରିଥାଏ, ଆପଣଙ୍କ ପିଠି ଏବଂ କାନ୍ଧକୁ ମଜବୁତ କରିଥାଏ ଏବଂ ମନକୁ ଖୁସି ରଖିଥାଏ । ତାଙ୍କ ଫ୍ୟାନ୍ସମାନେ ଭିଡିଓରେ ଲାଇକ ଏବଂ କମେଣ୍ଟ କରି ସେମାନଙ୍କ ଭଲପାଇ ବ୍ୟକ୍ତ କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.