ରାଜ କୌଶଲଙ୍କ ଦେହାନ୍ତ ପରେ ପ୍ରଥମ ପୋଷ୍ଟ କଲେ ମନ୍ଦିରା, ସେୟାର କଲେ ଫଟୋ

Published By : Prameya-News7 Bureau | July 05, 2021 IST

ମୁମ୍ବାଇ ୦୫/୦୭ : ମନ୍ଦିରା ବେଦୀ ସ୍ୱାମୀ ରାଜ କୌଶଲଙ୍କ ଦେହାନ୍ତ ପରେ ପ୍ରଥମ ପୋଷ୍ଟ କରିଛନ୍ତି. ରାଜଙ୍କ ସହ ବିତାଇଥିବା ଭଲ ଦିନଗୁଡିକୁ ମନେପକାଇ ସେ ଏହି ପୋଷ୍ଟ କରିଛନ୍ତି। ପୋଷ୍ଟରେ ମନ୍ଦିରା ୩ଟି ଫଟୋ ପୋଷ୍ଟ କରିଛନ୍ତି। ମନ୍ଦିରା ପୋଷ୍ଟ ସହ କିଛି କ୍ୟାପ୍ସନ ଲେଖି ନାହାନ୍ତି। ବାସ ଭଙ୍ଗା ହୃଦୟର ଇମୋଜୀ ଦେଇଛନ୍ତି। ଜୁନ ୩୦ରେ ହୃଦଘାତ ଯୋଗୁଁ ରାଜ କୌଶଲଙ୍କ ଦେହାନ୍ତ ହୋଇଥିଲା। ରାଜଙ୍କ ମୃତ୍ୟୁ ଖବରରେ ସମସ୍ତେ ଚକିତ ହୋଇଯାଇଥିଲେ। ରାଜଙ୍କ କର୍ମରେ ପରିବାର ଓ ବନ୍ଧୁ ସାମିଲ ହୋଇଥିଲେ। ତାଙ୍କ ସମ୍ପର୍କୀୟ ଓ ଘନିଷ୍ଠ ବନ୍ଧୁ ଏବେ ବି ବିଶ୍ୱାସ କରିପାରୁ ନାହାନ୍ତି ଯେ ରାଜ ଆଉ ନାହାନ୍ତି। ତାଙ୍କ ଦେହାନ୍ତ ପରେ ମୌନି ରାୟ ଏକ ଫଟୋ ପୋଷ୍ଟ କରି ଲେଖିଥିଲେ ଆମେ ସମସ୍ତେ ତୁମକୁ ମିସ କରୁଚୁ ରାଜି।

ରାଜଙ୍କ ଦେହାନ୍ତ ପରେ ମନ୍ଦିରା ନିଜ ଡିପି ମଧ୍ୟ ହଟାଇ ଦେଇଛନ୍ତି। ଫଟୋ ଜାଗାରେ ବ୍ଲାକ୍ ସ୍ପେସ୍ ରହିଛି। ମନ୍ଦିରା ସେୟାର କରିଥିବା ଫଟୋରେ ସେ ରାଜଙ୍କ ସହ ଅଛନ୍ତି ଏବଂ ଦୁହିଁଙ୍କ ବେକରେ ମେଡାଲ ରହିଛି ଓ ୱାଇନ ସହ ସେଲିବ୍ରେଟି କରୁଛନ୍ତି।

wp:html
/wp:html

ରାଜ କୌଶଲଙ୍କ ସଂଗୀତ ନିର୍ଦ୍ଦେଶକ ବନ୍ଧୁ ଇଟାଇମ୍ସର ସହ ଏକ ସାକ୍ଷାତକାରରେ କହିଛନ୍ତି ଯେ ସନ୍ଧ୍ୟାରୁ ହିଁ ରାଜଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା। ସେ ଆଣ୍ଟି-ଏସିଡ ଔଷଧ ମଧ୍ୟ ଖାଇଥିଲେ। କିନ୍ତୁ ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟ ଆହୁରି ବିଗିଡି ଯାଇଥିଲା। ସେ ମନ୍ଦିରାଙ୍କୁ କହିଥିଲେ ଯେ ତାଙ୍କୁ ହୃଦଘାତ ଆସିଛି। ମନ୍ଦିରା ଆଶିଷ ଚୌଧୁରୀଙ୍କ ସହ ତାଙ୍କୁ ହସ୍ପିଟାଲ ନେଇ ଯାଉଥିଲେ କିନ୍ତୁ ଅଧା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.