Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ସାମ୍ନାକୁ ଆସିଲା ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ଶେଷ ଫିଲ୍ମ ‘ଅକ୍କଡ ବକ୍କଡ’ର ରିଲିଜ ଡେଟ୍: ଭାବୁକ ପୋଷ୍ଟ କଲେ ଅଭିନେତ୍ରୀ

27/10/2021 at 9:48 PM

ମୁମ୍ବାଇ ୨୭/୧୦ : ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ଶେଷ ଚଳଚ୍ଚିତ୍ର ‘ଅକ୍କଡ ବକ୍କଡ ରାଫୁ ଚକ୍କର’ର ରିଲିଜ ତାରିଖ ସାମ୍ନାକୁ ଆସିଛି। ଏହି ଫିଲ୍ମ ନଭେମ୍ବର ୩ ରେ ଆମାଜନ ପ୍ରାଇମରେ ରିଲିଜ ହେବ। ଏହି ଖବର ସାମ୍ନାକୁ ଆସିବା ପରେ ମନ୍ଦିରା ବେଦୀ ନିଜ ସ୍ୱାମୀଙ୍କ ଏହି ଶେଷ ଚଳଚ୍ଚିତ୍ର ରିଲିଜ ଉପରେ ଏକ ଭାବପ୍ରବଣ ପୋଷ୍ଟ ଲେଖିଛନ୍ତି। ସ୍ୱାମୀଙ୍କ ଶେଷ ଫିଲ୍ମ ଦେଖିବାକୁ ମନ୍ଦିରା ଖୁସି ଅଛନ୍ତି। କିନ୍ତୁ ଚଳଚ୍ଚିତ୍ରର ସଫଳତା ଦେଖିବାକୁ ରାଜ ଆଉ ନ ଥିବାରୁ ସେ ଭାଙ୍ଗି ମଧ୍ୟ ପଡିଛନ୍ତି । ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ନିର୍ଦ୍ଦେଶକ ରାଜ କୌଶଲଙ୍କ ଚଳିତ ବର୍ଷ ଜୁନରେ ହୃଦଘାତରେ ମୃତ୍ୟୁ ହୋଇଥିଲା।

ସ୍ୱାମୀଙ୍କ ଶେଷ ଚଳଚ୍ଚିତ୍ରର ରିଲିଜ୍ ଡେଟ ଘୋଷଣା ହେବାପରେ ମନ୍ଦିରା ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ରାଜଙ୍କ ନିଜ କାମ ପ୍ରତି ଗଭୀର ପ୍ରେମ ଥିଲା, ବିଶେଷ କରି ଯଦି ତାଙ୍କର କିଛି ଭଲ ଆଇଡ଼ିଆ ଥାଏ। ପ୍ରତି ମୁହୂର୍ତ୍ତରେ କାମ ପ୍ରତି ତାଙ୍କ ଆଖିରେ ଏକ ଚମକ ଦେଖାଯାଉଥିଲା ..ଓ ଏହି ଚମକ ଓ ଜବରଦସ୍ତ ଶକ୍ତି ଯାହା ମୁଁ ତାଙ୍କ ଆଖିରେ ‘ଅକ୍କଡ୍ ବକ୍କଡ’ ସମୟରେ ଦେଖିଥିଲି… ‘

   Related Posts