Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ମନଦୀପଙ୍କ ଖେଳୁଆଡ ମନୋଭାବ : ପିତାଙ୍କ ଦେହାନ୍ତ ପରେ ବି କ୍ରିଜକୁ ଓହ୍ଲାଇଲେ, ସମସ୍ତଙ୍କ ହୃଦୟ ଜିଣିଲେ

25/10/2020 at 10:33 AM

ଦୁବାଇ,୨୫|୧୦:  ଆଇପିଏଲର ୪୩ ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ କିଙ୍ଗସ୍ ଏକାଦଶ ପଞ୍ଜାବ ୧୨ ରନରେ ପରାସ୍ତ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୧୨୬ ରନ୍ କରିଥିଲା । ପଞ୍ଜାବର ବ୍ୟାଟସମ୍ୟାନ୍ ହାଇଦ୍ରାବାଦ ବୋଲରଙ୍କ ମୁକାବିଲା କରିପାରି ନଥିଲେ । ଦଳର ବ୍ୟାଟସମ୍ୟାନ୍ ମନଦୀପ ସିଂ ମାତ୍ର ୧୭ ରନ୍ କରି ଆଉଟ୍ ହୋଇଥିଲେ । ତେବେ ସେ ଏହି ମ୍ୟାଚ୍ ଖେଳି ସମସ୍ତଙ୍କ ହୃଦୟ ଜିତିଛନ୍ତି ।

ସୂଚନାନୁସାରେ, ମନଦୀପ ନିଜ ପିତାଙ୍କ ନିଧନର କିଛି ସମୟ ପରେ ବ୍ୟାଟିଂ ପାଇଁ କ୍ରିଜକୁ ଆସିଥିଲେ ।  ତାଙ୍କର ଏହି ଧର୍ଯ୍ୟ ପାଇଁ ସମସ୍ତେ ମନଦୀପଙ୍କୁ ପ୍ରଶଂସା କରୁଛନ୍ତି । ଶୁକ୍ରବାର ତାଙ୍କ ପିତା ହରଦେପ ସିଂଙ୍କର ପରଲୋକ ଘଟିଥିଲା । ପିତାଙ୍କ ଦେହାନ୍ତ ଖବର ଶୁଣି ସେ ଦଳକୁ ଛାଡି ନଥିଲେ । ବରଂ ହାଇଦ୍ରାବାଦ ବିପକ୍ଷରେ ବ୍ୟାଟିଂ ପାଇଁ କ୍ରିଜକୁ ଓହ୍ଲାଇଥିଲେ । ମନଦୀପଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ପଞ୍ଜାବ ଖେଳାଳି କଳା ରଙ୍ଗର ବ୍ୟାଣ୍ଡ୍ ବାନ୍ଧି ଖେଳିଥିଲେ ।

ଏହାପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ନୀତିଶ ରାଣାଙ୍କ ଶ୍ୱଶରଙ୍କ ଦେହାନ୍ତ ହୋଇଥିଲା ।ଏହି ମ୍ୟାଚରେ ସେ ଅର୍ଧଶତକ ହାସଲ କରି ଶ୍ୱଶୂରଙ୍କୁ ନିଜର ଅର୍ଧଶତକ ସମର୍ପି ଥିଲେ । ସେ ଦିଲ୍ଲୀ ବିପକ୍ଷରେ ୩୫ ବଲରୁ ୫୦ ରନ୍ କରିଥିଲେ ।

   Related Posts