ଅସାଧୁ ବ୍ୟବସାୟୀ ଓ ସମବାୟ ସମିତି ସମ୍ପାଦକଙ୍କ ଚକ୍ରବ୍ୟୁହ : ମଣ୍ଡି ଖୋଲିଛି କିନ୍ତୁ ଧାନ ବିକି ପାରୁ ନାହାନ୍ତି ଚାଷୀ

Published By : Prameya-News7 Bureau | February 23, 2020 IST

ଯାଜପୁର୨୩/୨: ଟାର୍ଗେଟ ପୂରଣ ହେବାକୁ ବସିଲାଣି, ଚାଷୀ କିନ୍ତୁ ମଣ୍ଡିରେ ଧାନ ଗଦେଇ ରଖିଛି । ଟୋକନ୍ ମିଳୁନଥିବାରୁ ଧାନ ବିକି ପାରୁନି । ଏମିତି ସମସ୍ୟା ଦେଖାଦେଇଛି ଯାଜପୁର ବ୍ଲକ ବରୁହାଁ ସମବାୟ ସମିତିରେ । ପ୍ରଶ୍ନ ହେଉଛି ଯଦି ଚାଷୀ ଧାନ ବିକି ପାରୁନି ତେବେ ଟାର୍ଗେଟ ପୂରଣ ହେଉଛି କିପରି । ଉତ୍ତର ଭାରି ସହଜ- ଅସାଧୁ ବ୍ୟାବସାୟୀ ଏବଂ ସମବାୟ ସମିତି ସଂପାଦକ ଚଳାଇଛନ୍ତି ଖେଳ ।

{"id":228176,"sizeSlug":"large"}

ଅସାଧୁ ବ୍ୟବସାୟୀ ଓ ସମବାୟ ସମିତି ସମ୍ପାଦକଙ୍କ ଚକ୍ରବ୍ୟୁହରେ ଚାଷୀ । ଧାନ କିଣିବା ଲାଗି ମଣ୍ଡି ଖୋଲିଛି । କିନ୍ତୁ ଧାନ ବିକି ପାରୁ ନାହାନ୍ତି ଚାଷୀ । ମଣ୍ଡିରେ ଧାନ ଗଦା କରି ଟୋକନ୍ କୁ ଚାହିଁ ରହିଛନ୍ତି । ଏମିତି ଅବସ୍ଥା ଯାଜପୁର ବ୍ଲକ ବରୁହାଁ ସମବାୟ ସମିତିର । ବରୁହାଁ ସମବାୟ ସମିତିକୁ ୩୫ ଶହ କୁଇଣ୍ଟାଲ ଧାନ କିଣିବାକୁ ଟାର୍ଗେଟ ଦିଆଯାଇଛି । କିନ୍ତୁ ପଞ୍ଜିକରଣ କରିଥିବା ୧୮୦ ଚାଷୀଙ୍କ ମଧ୍ୟରୁ ମାତ୍ର ୧୭ ଜଣ ବିକିଛନ୍ତି ଧାନ । ୯୨ ଜଣଙ୍କ ଲାଗି ଟୋକନ୍ ଆସିଥିବା ବେଳେ ପାଇଛନ୍ତି ୬୨ ଜଣ । କିନ୍ତୁ ଧାନ କିଣା ଟାର୍ଗେଟ ପୂରଣ ହେବାକୁ ବସିଲାଣି । ଚାଷୀ ମାତ୍ର ୧୩ ଶହ ୧୨ କୁଇଣ୍ଟାଲ ଧାନ ବିକିଥିବା ବେଳେ ବାକି ଧାନ କେଉଁଠୁ ଆସିଲା ତାକୁ ନେଇ ଉଠିଛି ପ୍ରଶ୍ନ ।

{"id":228178,"sizeSlug":"large"}

ମଣ୍ଡି ସମସ୍ୟା ଯୋଗୁଁ ରାଜ୍ୟ ବାହାରର ଚାଷୀଙ୍କୁ କମ୍ ଦାମରେ ଧାନ ବିକିବାକୁ ବାଧ୍ୟ ହେଉଛନ୍ତି ଚାଷୀ । କାରଣ ଚାଷୀ ଯେତେ ଯାହା ଅଭିଯୋଗ କଲେ ବି ଶୁଣିବାକୁ କେହି ନାହିଁ । ଚାଷୀ ଦଲାଲଙ୍କୁ ଧାନ ବିକୁଥିବା କଥାକୁ ସ୍ବୀକାର କରିଛନ୍ତି ସମବାୟ ସମିତି ସଂପାଦକ । ଘଟଣାର ତଦନ୍ତ କରିବାକୁ ଯାଇଥିବା ଏଆରସିଏସ କହିଛନ୍ତି ସମ୍ପାଦକଙ୍କ ଭୁଲ ଲାଗି ଏପରି ହୋଇଛି । 

{"id":228179,"sizeSlug":"large"}

ଚାଷୀଙ୍କ ଏ ମଣ୍ଡି ସମସ୍ୟା କେବେଳ ଯେ ବରୁହାଁ ସମବାୟ ସମିତିରେ ତାହା ନୁହେଁ, ଯାଜପୁର ଜିଲ୍ଲାର ଅନେକ ମଣ୍ଡିରେ ଏମିତି ସମସ୍ୟା ଲାଗି ରହିଛି ।

{"id":228180,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.