Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ଚାଷୀଙ୍କୁ ପୁଣି କନ୍ଦାଇଲା ବର୍ଷା , ଲଗାତର ଦୁଇ ଧରି ବର୍ଷାରେ ଭିଜୁଛି କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ

25/02/2020 at 9:27 AM

ବୌଦ୍ଧ ୨୫।୦୨: ବୌଦ୍ଧ ଜିଲ୍ଲା ଚାଷୀଙ୍କୁ ପୁଣି କନ୍ଦାଇଲା ବର୍ଷା। ସୋମବାର ଠାରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଯୋଗୁଁ ମଣ୍ଡିରେ ପ୍ରାୟ ୭ହଜାର କୁଇଣ୍ଟାଲ ଧାନ ଭିଜୁଛି ।

ଜିଲ୍ଲାର ହରଭଙ୍ଗା ବ୍ଲକର ବାମୋଣ୍ଡା, ବାଣିଭୂଷଣପୁର, ଅଡ଼େଣିଗଡ଼,ସରସରା, ବୌଦ୍ଧ ବ୍ଲକର ବଘିଆପଡ଼ା, ମୁଣ୍ଡିପଦର, ରକ୍ସା, ବହିରା ତଥା କଣ୍ଟାମାଳ ବ୍ଲକର ଶିମିଳିପଦର, ସୁଣ୍ଡିପଦର, ବରଗୋଛକ୍ଷ ଲମ୍ବସରି ଆଦି ମଣ୍ଡିରେ  ଧାନ ଭିଜି ନଷ୍ଟ ହେବାକୁ ବସିଲାଣି। ଗୋଟିଏ ପଟେ ଜିଲ୍ଲାରେ ଫେବୃଆରୀ ଶେଷ ସୁଦ୍ଧା ୧୩ ଲକ୍ଷ ୪୨ ହଜାର ୬୪୭ କୁଇଣ୍ଟାଲ ଧାନ କିଣିବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ୩୦ ହଜାର କୁଇଣ୍ଟାଲ ଧାନ କିଣା ସରିଛି।

ବକେୟା ଆହୁରି ୨ଲକ୍ଷ କୁଇଣ୍ଟାଲ ଧାନ କିଣିବା ବାକି ରହିଛି। କିନ୍ତୁ ସୂଚନା ଅନୁସାରେ ଜିଲ୍ଲାରେ ପ୍ରାୟ ୬୫୦ ଜଣ ଚାଷୀଙ୍କ ଟୋକନ ରଦ୍ଧ ହୋଇଯାଇଛି। ଯାହା ଫଳରେ ଚାଷୀଙ୍କ ମୁଣ୍ଡରେ ଚଡକ ପଡିଛି। ତେବେ ଚାଷୀଙ୍କୁ ନ୍ୟାୟ ଦେବା ଦିଗରେ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।

   Related Posts