ନବରଙ୍ଗପୁରରେ ଖୋଲିଲା ଧାନ ଓ ମାଣ୍ଡିଆ ମଣ୍ଡି

Published By : Prameya-News7 Bureau | December 01, 2019 IST

ନବରଙ୍ଗପୁର ୧/୧୨: ନବରଙ୍ଗପୁର ଜିଲ୍ଲାରେ ଖୋଲିଲା ଧାନ ଓ ମାଣ୍ଡିଆ ମଣ୍ଡି । ଆଜି ନବରଙ୍ଗପୁର ମୁଖ୍ୟ ବଜାର ପ୍ରାଙ୍ଗଣରେ ଜିଲ୍ଲା ସ୍ତରୀୟ ମଣ୍ଡିର ଉଦଘାଟନ ହୋଇ ଯାଇଛି । ଏ ସମ୍ପର୍କରେ ଆୟୋଜିତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଅତିରକ୍ତ ଜିଲ୍ଲାପାଳ,  ଉପଜିଲ୍ଲାପାଳ , ଯୋଗଦାନ କରି ମଣ୍ଡିର  ଉଦଘାଟନ କରିଥିଲେ ।  ଏହି ଅବସରରେ ଚାଷୀ ଙ୍କୁ ମଣ୍ଡି ବାବଦରେ ସଚେତନ କରିବା ପାଇଁ ଏକ ପ୍ରଚାର ରଥକୁ ମଧ୍ୟ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିବା  ଅତିଥି ମାନଙ୍କ ଦ୍ୱାରା  ପତାକା ଦେଖାଇ ଉଦଘାଟନ କରିଥିଲେ ।

{"id":192535,"sizeSlug":"large"}

ଏହି ପ୍ରଚାର ରଥର ଜିଲ୍ଲାର ସମସ୍ତ ଗାଁ କୁ ବୁଲି ଧାନ ମଣ୍ଡି ଓ ମାଣ୍ଡିଆ  ମଣ୍ଡି ବାବଦରେ ପ୍ରଚାର କରି ଚାଷୀ କୁ ସଚେତନ କରାଇବା ଲକ୍ଷ୍ୟ ରଖାଯାଇଛି । ନବରଙ୍ଗପୁର ଜିଲ୍ଲାର ୫୪ ଟି ଜାଗାରେ ମଣ୍ଡି ଖୋଲି ଚାଷୀ ଙ୍କ ଠାରୁ ଧାନ କ୍ରୟ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରତ୍ୟେକ ମଣ୍ଡିରେ ଚାଷୀ ଙ୍କ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବା ବ୍ୟବସ୍ଥା କରାଯାଇଥିବା ସୂଚନା ଦିଆଯାଇଥିଲା । ଚାଷୀ ମାନେ ଦଲାଲ ର ପ୍ରଲୋଭନ ରେ ହୋଇ ଯେପରି ଠକାମୀର ଶିକାର ନ ହୋଇ ମଣ୍ଡିକୁ ଏଫଏକ୍ୟୁ ମାନର ଧାନ ଆଣି ସରକାର ମୂଲ୍ୟରେ ଉଚିତ ଦର ପାଇବା ପାଇଁ ପରାମର୍ଶ ଦିଆଯାଇଥିଲା । ଚଳିତ ବର୍ଷ ୨୦ ହଜାର ୩୪୯ ଜଣ ଚାଷୀ ରେଜିଷ୍ଟେସନ  କରିଥିବାବେଳେ ବର୍ତ୍ତମାନ ୫ ହଜାର ଚାଷୀ ଙ୍କ ଟୋକେନ୍ ଆସିଥିବା ଉପଜିଲ୍ଲାପାଳ ସୂଚନା ଦେଇଥିଲେ ।

{"id":192536,"sizeSlug":"large"}

ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ୮୦ ହଜାରକ୍ୱିଣ୍ଟାଲ ମେଟ୍ରିକ ଟନ ଧାନ ଟାର୍ଗେଟ ଆସିଥିବା ଏବଂ  ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜଳସେଚିତ ଜମି ପାଇଁ  ଏକର ପିଛା ୧୯ କ୍ୱିଣ୍ଟାଲ ଏବଂ  ଅଣଜଳସେଚିତ ଜମି ପାଇଁ  ୧୩ କ୍ୱିଣ୍ଟାଲ ଧାନ କ୍ରୟ କରିବା ପାଇଁ ନିର୍ଦ୍ଧାରିତ କରାଯାଇଥିବା ନେଇ ସୂଚନା ଦିଆଯାଇଥିଲା । ସରକାର ଙ୍କ ଏହି ନିୟମ କୁ  ନେଇ ଚାଷୀ ମାନଙ୍କ ମଧ୍ୟରେ ତୀବ୍ର ବିରୋଧ କରିଥିବା ଦେଖାଦେଇଥିଲା । କାରଣ ଚଳିତ ବର୍ଷ ଜିଲ୍ଲାରେ ଭଲ ଚାଷ ହୋଇଥିବାବେଳେ ଯଦି ସରକାର ଚାଷୀଙ୍କ ଠାରୁ ଅଧିକ ଧାନ କ୍ରୟ ନ କରନ୍ତି ତେବେ ସେମାନଙ୍କ ଠାରେ ଥିବା ବଳକା ଧାନ କେଉଁଠି କୁ ନେବେ ବୋଲି ପ୍ରଶ୍ନ କରିଥିଲେ । 

{"id":192537,"sizeSlug":"large"}

ସଭାରେ ଉପସ୍ଥିତ ଥିବା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଚାଷୀ ଙ୍କ  ଏହି ସମସ୍ୟା ବିଷୟରେ ଅବଗତ ହେବା  ସହିତ ଚାଷୀ ଙ୍କ ଏହି ସମସ୍ୟା ବାବଦରେ ଆଗାମୀ ଦିନରେ   ଟାର୍ଗେଟ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବା ନେଇ ପ୍ରତିଶୃତି ଦେଇଥିଲେ । ଯଦି ବିଧାୟକ ତାଙ୍କ ପ୍ରତିଶୃତି ପାଳନ ନ କରନ୍ତି ଏବଂ ଧାନ ର ଟାର୍ଗେଟ ବୃଦ୍ଧି ନ ହେଲେ ଆଗାମୀ ଦିନରେ ଦୃଢ଼ ପ୍ରତିବାଦ କରାଯିବା ନେଇ ଚାଷୀ ମାନେ ଚେତାବନୀ ଦେଇଥିଲେ । 

  ଏଥିସହ ଚଳିତ ମଣ୍ଡିକୁ ଦଲାଲ ମୁକ୍ତ କରିବା ଏବଂ ଦଲାଲ ଙ୍କ ବିରୋଧ ରେ  ଦୃଢ଼ କାର୍ଯ୍ୟାନୁଷ୍ଠାନ  ନିଆଯିବା ନେଇ ପ୍ରକାଶ କରିଥିଲେ ବିଧାୟକ । ଏଥିସହ  ଚଳିତ ବର୍ଷ ଜିଲ୍ଲା ରେ ପ୍ରଥମ ଥର ଧାନ ମଣ୍ଡି ସହିତ ମାଣ୍ଡିଆ ପାଇଁ ମଧ୍ୟ ମଣ୍ଡି ଖୋଲାଯାଇଛି । ପ୍ରତ୍ୟେକ ଧାନ ମଣ୍ଡି ରେ ଏହି ମାଣ୍ଡିଆ ମଧ୍ୟ କ୍ରୟ କରାଯିବା ନେଇ ନିଷ୍ପତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.