ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି ଘୁଞ୍ଚୁଛି ଧାନ ମଣ୍ଡି ଖୋଲିବା ତାରିଖ

Published By : Prameya-News7 Bureau | November 18, 2019 IST

ଭବାନୀପାଟଣା/ବଲାଙ୍ଗୀର/ଜୟପୁର ୧୮।୧୧ -  କଳାହାଣ୍ଡିରେ ମଣ୍ଡି ଖେ।ଲିବା ନେଇ ଅନିଶ୍ଚିତତା । ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି  ଧାନ ମଣ୍ଡି ଖୋଲିବା ତାରିଖ ଘୁଞ୍ଚୁଛି । ସରକାରୀ ଘେ।ଷଣାର ୧୮ଦିନ ପରେ ବି ଖେ।ଲିନି ମଣ୍ଡି । ସେପଟେ ବିଳମ୍ବ ଦେଖି ଚାଷୀଙ୍କୁ ଶୋଷୁଛନ୍ତି ଦଲାଲ । ଶାଗ ମାଛ ଦରରେ ଦଲାଲଙ୍କ ହାତକୁ ଟେକି ଦେଉଛନ୍ତି କଷ୍ଟ ଉପାର୍ଜିତ ଫସଲ ।

ନଭେମ୍ବର ୧ରେ କଳାହାଣ୍ଡି ଜିଲ୍ଲାରେ ମଣ୍ଡି ଖେ।ଲିବାର ଥିଲା । କିନ୍ତୁ ଘେ।ଷଣାର ୧୮ଦିନ ପରେ ବି ମଣ୍ଡିର ନାଁ ଗନ୍ଧ ନାହିଁ । ଯାହାର ପୁରା ପୁରା ଫାଇଦା ନେଉଛନ୍ତି ଦଲାଲ ।  ଚାଷୀଙ୍କୁ  ପ୍ରଲେ।ଭିତ କରି ଶାଗମାଛ ଦରରେ ଧାନ କିଣି ନେଉଛନ୍ତି । କ୍ବିଣ୍ଟାଲ ପିଛା ୧୧ଶହ ୧୨ଶହ ଟଙ୍କାରେ କିଣି ଛତିଶଗଡରେ ୨୫ଶହ ଟଙ୍କାରେ ବିକ୍ରି କରୁଛନ୍ତି । ତେବେ ଚେ।ରା ଚାଲାଣ ରେ।କିବାକୁ ଛତିଶଗଡ ସରକାର ସୀମାରେ ଫ୍ଲାଇଂ ସ୍କ୍ବାର୍ଡ ଓ ତନଖି ବ୍ୟବସ୍ଥା କରିଛନ୍ତି । କିନ୍ତୁ ଏ କ୍ଷେତ୍ରରେ ଫେଲ ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ଅସନ୍ତେ।ଷ ପ୍ରକାଶ କରିଛନ୍ତି ଚାଷୀ ।

{"id":186335,"sizeSlug":"large"}

ନଭେମ୍ବର ୧ ଘେ।ଷଣା ଫେଲ ମାରିବା ପରେ ଆଜିଠୁ ୧୦ ପ୍ରତିଶତ ମଣ୍ଡି ଆରମ୍ଭ ସୁଚନା ଦେଇଥିଲେ ବି ତାହା ବି ହୋଇପାରିଲା ନାହିଁ । ସେପଟେ ଜିଲ୍ଲା ପ୍ରଶାସନର ମନମୂଖୀ କାମର ସୁଯେ।ଗ ନେଇ ମାଲାମାଲ ହେଉଛନ୍ତି ଦଲାଲ । ରବିବାର ଚେ।ରା ଚାଲାଣ ବେଳା ଛତିଶଗଡ ପେ।ଲିସ ୧୭୯୭ ବସ୍ତା ଧାନ ଜବତ କରିବା ଏହାର ପ୍ରମାଣ । ଏପଟେ କ୍ୟାମେରା ଆଗରେ କିଛି କହିବାକୁ ନାରାଜ ଯେ।ଗାଣ ଅଧିକାରୀ । 

{"id":186343,"sizeSlug":"large"}

କଳାହାଣ୍ଡି ସମେତ ସମଗ୍ର ପଶ୍ଚିମ ଓଡିଶା ରେ ମଣ୍ଡି ବ୍ୟବସ୍ଥା ଫେଲ । ଚାଷୀ ରାଜରାସ୍ତା କୁ ଓଲ୍ଲାଇବାକୁ ବାଧ୍ୟ ହଲେ ନା ଶାସକ ନା ବିରୋଧୀ ଏହି ପ୍ରସଗଂ ରେ ସମସ୍ତେ ନିରବ । 

ମଣ୍ଡିରେ ଧାନବିକି ପାଉଣା ପାଇନାହାନ୍ତି ଜୟପୁର ଚାଷୀ ଆଉ ଏପଟେ ବଲାଙ୍ଗିରରେ ପଦ୍ମ ଘୁଞ୍ଚି ଘୁଞ୍ଚି ଗଲା ପରି  ଧାନ ମଣ୍ଡି ଖୋଲିବା ତାରିଖ ଘୁଞ୍ଚୁଛି । ଜିଲ୍ଲାପାଳଙ୍କ ଘୋଷଣା ଅନୁଯାୟୀ ଆଜି ଖୋଲିଥାଆନ୍ତା ମଣ୍ଡି । କିନ୍ତୁ  ଘୋଷଣା ତା ବାଟରେ । ସେପଟେ ବିଳମ୍ବ ଦେଖି ଦଲାଲ ଶୋଷୁଛନ୍ତି ଚାଷୀଙ୍କୁ । ଶାଗ ମାଛ ଦରରେ କିଣିନେଉଛନ୍ତି ଚାଷୀର କଷ୍ଟ ଉପାର୍ଜିତ ଫସଲ

{"id":186345,"sizeSlug":"large"}

ପ୍ରଥମେ ନଭେମ୍ବର ୨୭ । ପରେ ଡିସେମ୍ବର ୭ । ବଲାଙ୍ଗିରରେ ଧାନ ମଣ୍ଡି ଖୋଲିବାକୁ ଦୁଇଟି ଦୁଇଟି ତାରିଖ ଫେଲ୍ ମାରିଲାଣି । ଜିଲ୍ଲାପାଳଙ୍କ ଘୋଷଣା ବି ପାଣିର ଗାର । ଆସନ୍ତୁ ଶୁଣିବା କଣ କହିଥିଲେ ଜିଲ୍ଲାପାଳ…

ମଣ୍ଡି ଖୋଲୁନଥିବାରୁ ଚାଷୀ ସିନା ହତାଶ । ହେଲେ ମାଲେମାଲ୍ ଦଲାଲ ଏବଂ  ମିଲର । ବିଳମ୍ବ ଦେଖି ଚାଷୀଙ୍କ ନିକଟରେ  ସିଧା ହାଜର ହେଇଯାଉଛନ୍ତି ଦଲାଲ ।କ୍ବିଣ୍ଟାଲ କ୍ବିଣ୍ଟାଲ ଧାନ  ଟ୍ରକ ଓ ଟ୍ରାକ୍ଟର ଯୋଗେ ବୁହାଚାଲିଛି ଦିନ ଦ୍ବିପହରେ । ମଣ୍ଡି ଖୋଲିବା ଆଗରୁ ସରକାରୀ ଟାର୍ଗେଟ ପୂରଣ ହୋଇଗଲାଣି ମିଲରଙ୍କର ।ଗୋଦାମ ପୁରା ଫୁଲ । କିନ୍ତୁ ସବୁ ଦେଖି ଆଖି ବନ୍ଦ କରିଦେଇଛି ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ ।

ମଣ୍ଡି ଖୋଲିବାରେ ଯେତିକି ବିଳମ୍ବ ହେବ ଚାଷୀ ସେତେ ଅଧିକ ଶୋଷଣ ହେବେ । ତେଣୁ ତୁରନ୍ତ ଏହାର ସମାଧାନ ନକଲେ ନେଡିଗୁଡ଼ କହୁଣୀକୁ ବୋହିଯିବ ।

କୋରାପୁଟରେ ଖରିଫ ଧାନ ମଣ୍ଡିକୁ ନେଇ ଅନିଶ୍ଚିତତା । କାରଣ ରବି ଧାନର ପାଉଣା ଏଯାଏଁ ମଳିନି ଚାଷୀଙ୍କୁ । ୭ ଦିନ ମଧ୍ୟରେ ପାଉଣା ପ୍ରଦାନ ପାଇଁ ଜିଲ୍ଲାପାଳଙ୍କୁ କଡା ସତ୍ବେ ବି ଚାଷୀ  ନିରାଶ । ଏପରି ସ୍ଥିତିରେ ଜିଲ୍ଲା ପ୍ରଶାସନକୁ କିପରି ବିଶ୍ବାସକୁ ନିଅନ୍ତେ ବା ଚାଷୀ । ମଣ୍ଡିରେ ଆଉ ଧାନ ଦେବେନି ବୋଲି ଚାଷୀ କହୁଥିବାରୁ ପ୍ରଶାସନ ବାରମ୍ବାର ଖରିଫ ମଣ୍ଡିର ଦିନ ଘୁଞ୍ଚାଇଚାଲିଛି ।..

କୋରାପୁଟ ଜିଲ୍ଲାରେ ଥମିବାର ନାଁ ନେଉନି ଚାଷୀ ଅସନ୍ତୋଷ   । ୫ ମାସ ବିତିଲା । ତଥାପି ମଣ୍ଡିରେ ଧାନ ବିକି ପାଉଣା ପାଇନାହାଁନ୍ତି ଚାଷୀ । ବକେୟା ପାଉଣା ନମିଳିବା ଯାଏଁ  ଖରିଫ ମଣ୍ଡିକୁ ଧାନ ଆଣିବେନି ବୋଲି ଜିଦରେ ଅଟଳ ଚାଷୀ । ପାଉଣା ପ୍ରଦାନ ପାଇଁ ସରକାର କ୍ରୟକାରୀ ସଂସ୍ଥା କେସିସି ବ୍ୟାଙ୍କରେ ଆବଶ୍ୟକ ଟଂକା ଜମା ରଖିଛନ୍ତି । ହେଲେ କେସିସି ବ୍ୟାଙ୍କ ଓ ଯୋଗାଣ ବିଭାଗ ମଧ୍ୟରେ ସମନ୍ବୟ ଅଭାବରୁ ଫସିଛନ୍ତି ଚାଷୀ ।  ଏହାସହ ଖରିଫ ମଣ୍ଡିରେ ଜଣେ ଚାଷୀ ଦିନକୁ ୭୦ କ୍ବିଣ୍ଟାଲ ଧାନ ବିକି ପାରିବ ବୋଲି ହୋଇଥିବା ନିଷ୍ପତ୍ତିକୁ ବିରୋଧ କରାଯାଇଛି ।

ସେପଟେ ଜିଲ୍ଲାରେ ଖରିଫ ଧାନ ମଣ୍ଡି ଖୋଲିବା ତାରିଖ ଘୁଞ୍ଚି ଚାଲିଛି । ଡିସେମ୍ବର ୪ ଏବଂ ୧୧ ତାରିଖ ଫେଲ ମାରିବା ପରେ ୧୫ ତାରିଖ ଧାର୍ଯ୍ୟ ହୋଇଥିଲା ମଣ୍ଡି ଖୋଲିବା ପାଇଁ । ହେଲେ ସେ ଦିନ ଆରମ୍ଭ ହୋଇପାରିବନି ମଣ୍ଡି ।କାରଣ ଚାଷୀଙ୍କ ନାଁ ଠିକ୍ ରେ ପଞ୍ଜିକରଣ ହୋଇନି ।ଫଳରେ ମଣ୍ଡି ତାରିଖ ୧୮ଯାଏଁ ଘୁଞ୍ଚାଇବାକୁ ଲ୍ୟାମ୍ପ ଏମଡି ଦାବି କରିଛନ୍ତି ।ସେପଟେ ଯୋଗାଣ ଅଧିକାରୀ କହିଛନ୍ତି ଦିନେ ଦୁଇଦିନ ଭିତରେ ୮୬୯ ଚାଷୀଙ୍କୁ ସେମାନଙ୍କ ପାଉଣା ପ୍ରଦାନ କରାଯିବ ।

ରବି ଧାନ ପାଉଣା ପ୍ରଦାନ ଉପରେ ହିଁ ନିର୍ଭର କରୁଛି ଖରିଫ ମଣ୍ଡିର ସଫଳତା ।ତେଣୁ ତୁରନ୍ତ ପାଉଣା ସମସ୍ୟାର ସମାଧାନ ନହେଲେ ନେଡିଗୁଡ଼ କହୁଣୀକୁ ବୋହିଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.